ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ସମ୍ ଅଲ୍ଟିମେଟରେ ବିରଳ ଚିକିତ୍ସା

0

ଭୁବନେଶ୍ୱର, ୦୩/୦୧: ଓଡ଼ିଶାରେ ପ୍ରଥମ ଥର ପାଇଁ ଜଣେ ରୋଗୀଙ୍କର ପରିସ୍ରା ନଳୀରେ ରକ୍ତସ୍ରାବ ହେଉଥିବା ସମସ୍ୟାକୁ ସମ୍ ଅଲ୍ଟିମେଟ ମେଡିକେୟାରର ଡାକ୍ତରମାନେ ପ୍ରୋଷ୍ଟେଟିକ୍ ଧମନୀରେ ସୁପର ସିଲେକ୍ଟିଭ୍ ଆନ୍‌ଜିଓ-ଏମ୍ବୋଲାଇଜେସନ୍ ପଦ୍ଧତିରେ ସଫଳତାର ସହ ଚିକିତ୍ସା କରିପାରିଛନ୍ତି ।ସମ୍ ର ୟୁରୋଲୋଜି ବିଭାଗର କନ୍‌ସଲଟାଂଟ ଡାକ୍ତର ପ୍ରିୟବ୍ରତ ଦାସଙ୍କ ସହିତ ଇଂଟରଭେନ୍‌ସନାଲ୍ ରେଡିଓଲୋଜିଷ୍ଟ ଡାକ୍ତର ସମ୍ବିତ୍ ପଟ୍ଟନାୟକ ଏବଂ ଡାକ୍ତର ଜିତେନ୍ଦ୍ର କୁମାର ବରାଡ ମିଳିତ ଭାବେ ଏହି ସଫଳ ଅସ୍ତ୍ରୋପଚାର କରିଛନ୍ତି ।

ଡାକ୍ତର ଦାସ କହିଛନ୍ତି ଯେ ଓଡ଼ିଶାରେ ଏହି ପଦ୍ଧତିରେ ପ୍ରଥମ ଥର ପାଇଁ ଚିକିତ୍ସା କରାଯାଇଛି । ରୋଗୀ ଜଣକ ଆଡ୍‌ଭାନ୍ସଡ କାର୍ସିନୋମା ପ୍ରୋଷ୍ଟେଟ୍ ସମସ୍ୟାରେ ପୀଡ଼ିତ ଥିବା ବେଳେ ତାଙ୍କର ବାରମ୍ବାର ରକ୍ତସ୍ରାବ ହେଉଥିଲା । ତେଣୁ ରକ୍ତସ୍ରାବକୁ ବନ୍ଦ କରିବା ପାଇଁ ଆମକୁ ପ୍ରୋଷ୍ଟେଟିକ୍ ଧମନୀ ବନ୍ଦ କରିବାକୁ ପଡ଼ିଥିଲା । ଏହି ପ୍ରକ୍ର୍ରିୟାକୁ ସୁପର ସିଲେକ୍ଟିଭ୍ ଆନ୍‌ଜିଓ-ଏମ୍ବୋଲାଇଜେସନ୍ କୁହାଯାଏ ବୋଲି ଡାକ୍ତର ଦାସ କହିଛନ୍ତି ।

ପୂର୍ବରୁ ଏହିଭଳି ସମସ୍ୟା ଜଡ଼ିତ ରୋଗୀମାନଙ୍କର ଚିକିତ୍ସା ଅସ୍ତ୍ରୋପଚାର ମାଧ୍ୟମରେ କରାଯାଉଥିଲା ଯାହାଦ୍ୱାରା ରୋଗୀର ଶରୀରର ଅନ୍ୟାନ୍ୟ ଅଂଗ ଆକ୍ରାନ୍ତ ହେବାର ଅନେକ ସମ୍ଭାବନା ରହୁଥିଲା । ତେବେ ଏହି ପଦ୍ଧତି ଦ୍ୱାରା କେବଳ ପ୍ରୋଷ୍ଟେଟ୍‌କୁ ରକ୍ତପ୍ରବାହ ରୋକାଯାଇ ପାରୁଛି ବୋଲି ଡାକ୍ତର ଦାସ କହିଛନ୍ତି ।

ଏହା ଏକ ଅତ୍ୟାଧୁନିକ ନୂତନ ପ୍ରକ୍ରିୟା ଏବଂ ଚିରାଚରିତ ଅସ୍ତ୍ରୋପଚାର ଅପେକ୍ଷା ଏହାର ଅନେକ ସୁଫଳ ରହିଛି ବୋଲି ଡାକ୍ତର ପଟ୍ଟନାୟକ କହିଛନ୍ତି ।
ତଳିପେଟର ବାମ ଭାଗରେ ଏକ ଛୋଟ ଛିଦ୍ର ଦ୍ୱାରା ଫେମୋରାଲ୍ ଧମନୀ ବାଟେ ଆମେ ପ୍ରୋଷ୍ଟେଟିକ୍ ଧମନୀ ନିକଟରେ ପହଂଚିଥିଲୁ । ଏହା ପରେ ଏହି ପଦ୍ଧତିରେ ଚିକିତ୍ସା କରାଯାଇଥିଲା ବୋଲି ଡାକ୍ତର ପଟ୍ଟନାୟକ କହିଛନ୍ତି

ଏହା ଏକ ମିନିମାଲ୍ ଇନ୍‌ଭାସିଭ୍ ପ୍ରକ୍ରିୟା ଯେଉଁଥିରେ କି ରୋଗୀ ଶୀଘ୍ର ସୁସ୍ଥ ହୋଇଥାଏ । ଅପରେସନ୍ ପରେ ରୋଗୀଙ୍କ ଶରୀରରେ ବିଶେଷ ସମସ୍ୟା ଦେଖାଯାଇ ନଥାଏ । ଏହା ସ୍ୱଳ୍ପ ମୂଲ୍ୟରେ କରାଯାଇପାରେ ଓ ଅନ୍ୟାନ୍ୟ ବ୍ୟାଧି ଥିବା ରୋଗୀମାନଙ୍କ କ୍ଷେତ୍ରରେ ଏହା ସୁବିଧାଜନକ ଅଟେ ବୋଲି ସେ କହିଥିଲେ ।

Leave A Reply

Your email address will not be published.