ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ସ୍ୱାଭାବିକ ହେଲା ସମ୍ବଲପୁର କୋର୍ଟ

0

ସମ୍ବଲପୁର : ଦୀର୍ଘ ୨୭ ଦିନ ପରେ ସମ୍ବଲପୁରର କୋର୍ଟରେ ଦୂର ହୋଇଛି ଅଚଳାବସ୍ଥା । ସ୍ୱାଭାବିକ ହୋଇଛି କୋର୍ଟ କାର୍ଯ୍ୟ। ଆଜିଠାରୁ ଆନୁଷ୍ଠାନିକ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଆଇନଜୀବୀ । କଚେରୀ ପରିସରରେ ଲାଗୁ ହୋଇଥିବା ୧୪୪ ଧାରାକୁ ହଟାଇ ଦିଆଯାଇଥିବା ବେଳେ ଫୋର୍ସ ବି ପ୍ରତ୍ୟାହାର କରି ନିଆଯାଇଛି । ମାତ୍ର କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବାକୁ କିଛି ପୁଲିସ୍‌ କର୍ମୀ ସମ୍ବଲପୁର କୋର୍ଟରେ ମୁତୟନ ହୋଇଛନ୍ତି ।

ସୂଚନା ଅନୁଯାୟୀ, ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ସମ୍ବଲପୁର ଓକିଲଙ୍କ ଆନ୍ଦୋଳନ ଗତ ଡିସେମ୍ବର ୭ ତାରିଖରୁ ଚାଲିଥିବା ବେଳେ ଗତ ୧୨ ତାରିଖରେ କଚେରି ଛକରେ ହିଂସା ଦେଖିବାକୁ ମିଳିଥିଲା। ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟ ପରିସରରେ ଓକିଲମାନେ ଧସେଇ ପଶି ଭଙ୍ଗାରୁଜା କରିଥିଲେ । ଏହାକୁ ନେଇ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିବା ପରେ କାର୍ଯ୍ୟାନୁଷ୍ଠାନ ନେଇଥିଲା ବାର୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ । ୫୪ ଜଣ ଓକିଲଙ୍କ ଲାଇସେନ୍ସ ରଦ୍ଦ କରାଯାଇଥିବା ବେଳେ ପୁଲିସ୍ ୨୭ରୁ ଅଧିକ ଓକିଲଙ୍କୁ ଗିରଫ କରିଥିଲା । ସେବେଠୁ ସମ୍ବଲପୁର କୋର୍ଟ କାର୍ଯ୍ୟ ଠପ୍‌ ହୋଇ ପଡ଼ିରହିଥିଲା ଏବଂ ଆଜିଠାରୁ ପୁଣି ସଚଳ ହୋଇଛି କାର୍ଯ୍ୟ।

Leave A Reply

Your email address will not be published.