ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ସ୍ୱାଭାବିକ ହେଲା ସମ୍ବଲପୁର କୋର୍ଟ

0

ସମ୍ବଲପୁର : ଦୀର୍ଘ ୨୭ ଦିନ ପରେ ସମ୍ବଲପୁରର କୋର୍ଟରେ ଦୂର ହୋଇଛି ଅଚଳାବସ୍ଥା । ସ୍ୱାଭାବିକ ହୋଇଛି କୋର୍ଟ କାର୍ଯ୍ୟ। ଆଜିଠାରୁ ଆନୁଷ୍ଠାନିକ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଆଇନଜୀବୀ । କଚେରୀ ପରିସରରେ ଲାଗୁ ହୋଇଥିବା ୧୪୪ ଧାରାକୁ ହଟାଇ ଦିଆଯାଇଥିବା ବେଳେ ଫୋର୍ସ ବି ପ୍ରତ୍ୟାହାର କରି ନିଆଯାଇଛି । ମାତ୍ର କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବାକୁ କିଛି ପୁଲିସ୍‌ କର୍ମୀ ସମ୍ବଲପୁର କୋର୍ଟରେ ମୁତୟନ ହୋଇଛନ୍ତି ।

ସୂଚନା ଅନୁଯାୟୀ, ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ସମ୍ବଲପୁର ଓକିଲଙ୍କ ଆନ୍ଦୋଳନ ଗତ ଡିସେମ୍ବର ୭ ତାରିଖରୁ ଚାଲିଥିବା ବେଳେ ଗତ ୧୨ ତାରିଖରେ କଚେରି ଛକରେ ହିଂସା ଦେଖିବାକୁ ମିଳିଥିଲା। ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟ ପରିସରରେ ଓକିଲମାନେ ଧସେଇ ପଶି ଭଙ୍ଗାରୁଜା କରିଥିଲେ । ଏହାକୁ ନେଇ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିବା ପରେ କାର୍ଯ୍ୟାନୁଷ୍ଠାନ ନେଇଥିଲା ବାର୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ । ୫୪ ଜଣ ଓକିଲଙ୍କ ଲାଇସେନ୍ସ ରଦ୍ଦ କରାଯାଇଥିବା ବେଳେ ପୁଲିସ୍ ୨୭ରୁ ଅଧିକ ଓକିଲଙ୍କୁ ଗିରଫ କରିଥିଲା । ସେବେଠୁ ସମ୍ବଲପୁର କୋର୍ଟ କାର୍ଯ୍ୟ ଠପ୍‌ ହୋଇ ପଡ଼ିରହିଥିଲା ଏବଂ ଆଜିଠାରୁ ପୁଣି ସଚଳ ହୋଇଛି କାର୍ଯ୍ୟ।

Leave A Reply

Your email address will not be published.