ପ୍ରମୁଖ ଖବର

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ରମାରଞ୍ଜନ ବଳିୟାର ସିଂ
୨୦ତାରିଖ ଭୋଟ୍ ପାଇଁ ଗଞ୍ଜାମରେ ମୁତୟନ ହେଲେ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ନୂଆ ଜର୍ସିରେ ମଇଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ

0

ମୁମ୍ବାଇ; ନୂଆବର୍ଷରେ ନୂଆ ଜର୍ସିରେ ମଇଦାନକୁ ଓହ୍ଲାଉଛି ଟିମ ଇଣ୍ଡିଆ । ନୂଆବର୍ଷରେ ହେଉଥିବା ଭାରତ ଶ୍ରୀଲଙ୍କା ପ୍ରଥମ ଟି-୨୦ ସିରିଜ ପୂର୍ବରୁ ବଦଳିଛି ଟିମ ଇଣ୍ଡିଆର ଜର୍ସି । ଜର୍ସିରେ ପରିବର୍ତ୍ତନ ନେଇ ଟିମର ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ଏକ ପୋଷ୍ଟରେ ଦେଖିବାକୁ ମିଳିଛି । ତାଙ୍କର ଏହି ଫଟୋରେ ଟିମ ଇଣ୍ଡିଆର ଜର୍ସିରେ କିଛି ପରିବର୍ତ୍ତନ କରାଯାଇଥିବା ଲକ୍ଷ୍ୟ କରାଯାଇଛି ।

ବର୍ତ୍ତମାନ ଟିମ ଇଣ୍ଡିଆର ଏହି ନୂଆ ଜର୍ସିରେ ନୂଆ କିଟ ସ୍ପନସରର ନା’ ଦେଖିବାକୁ ମିଳିବ । ଏହା ପୂର୍ବରୁ ପ୍ରଥମେ ଜର୍ସିରେ ବିସିସିଆଇର ଲୋଗୋ ସହ ଏମ.ପି.ଏଲ ସ୍ପୋର୍ଟସର ନା ଦେଖିବାକୁ ମିଳୁଥିଲା । କିନ୍ତୁ ଏବେ ନୁଆ ଜର୍ସିରେ ‘କିଲର’ ଲେଖାଥିବା ଦେଖିବାକୁ ମିଳିବ । ଏହା ପୂର୍ବରୁ ଟିମ ଇଣ୍ଡିଆର କିଟ ସ୍ପନସରର ରାଇଟସ କେବଳ ଏମପିଏଲ ସ୍ପୋର୍ଟସ ପାଖରେ ରହିଥିଲା ।

ତେବେ ଆଜି ସନ୍ଧ୍ୟା ୭ଟାରୁ ଟି-୨୦ର ପ୍ରଥମ ମ୍ୟାଚ୍ ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ଦୁଇ ଟିମ ମୁହାଁମୁହିଁ ହେବେ । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ମଇଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ତେବେ ଦ୍ୱିତୀୟ ମ୍ୟାଚଟି ଜାନୁଆରୀ ୫ ପୁନେ ଠାରେ ଖେଳାଯିବ, ଏହା ସହିତ ସିରିଜର ଫାଇନାଲ ମ୍ୟାଚଟି ଜାନୁଆରୀ ୭ ରାଜକୋଟରେ ଖେଳାଯିବ ।

Leave A Reply

Your email address will not be published.