ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ନୂଆ ଜର୍ସିରେ ମଇଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ

0

ମୁମ୍ବାଇ; ନୂଆବର୍ଷରେ ନୂଆ ଜର୍ସିରେ ମଇଦାନକୁ ଓହ୍ଲାଉଛି ଟିମ ଇଣ୍ଡିଆ । ନୂଆବର୍ଷରେ ହେଉଥିବା ଭାରତ ଶ୍ରୀଲଙ୍କା ପ୍ରଥମ ଟି-୨୦ ସିରିଜ ପୂର୍ବରୁ ବଦଳିଛି ଟିମ ଇଣ୍ଡିଆର ଜର୍ସି । ଜର୍ସିରେ ପରିବର୍ତ୍ତନ ନେଇ ଟିମର ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ଏକ ପୋଷ୍ଟରେ ଦେଖିବାକୁ ମିଳିଛି । ତାଙ୍କର ଏହି ଫଟୋରେ ଟିମ ଇଣ୍ଡିଆର ଜର୍ସିରେ କିଛି ପରିବର୍ତ୍ତନ କରାଯାଇଥିବା ଲକ୍ଷ୍ୟ କରାଯାଇଛି ।

ବର୍ତ୍ତମାନ ଟିମ ଇଣ୍ଡିଆର ଏହି ନୂଆ ଜର୍ସିରେ ନୂଆ କିଟ ସ୍ପନସରର ନା’ ଦେଖିବାକୁ ମିଳିବ । ଏହା ପୂର୍ବରୁ ପ୍ରଥମେ ଜର୍ସିରେ ବିସିସିଆଇର ଲୋଗୋ ସହ ଏମ.ପି.ଏଲ ସ୍ପୋର୍ଟସର ନା ଦେଖିବାକୁ ମିଳୁଥିଲା । କିନ୍ତୁ ଏବେ ନୁଆ ଜର୍ସିରେ ‘କିଲର’ ଲେଖାଥିବା ଦେଖିବାକୁ ମିଳିବ । ଏହା ପୂର୍ବରୁ ଟିମ ଇଣ୍ଡିଆର କିଟ ସ୍ପନସରର ରାଇଟସ କେବଳ ଏମପିଏଲ ସ୍ପୋର୍ଟସ ପାଖରେ ରହିଥିଲା ।

ତେବେ ଆଜି ସନ୍ଧ୍ୟା ୭ଟାରୁ ଟି-୨୦ର ପ୍ରଥମ ମ୍ୟାଚ୍ ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ଦୁଇ ଟିମ ମୁହାଁମୁହିଁ ହେବେ । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ମଇଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ତେବେ ଦ୍ୱିତୀୟ ମ୍ୟାଚଟି ଜାନୁଆରୀ ୫ ପୁନେ ଠାରେ ଖେଳାଯିବ, ଏହା ସହିତ ସିରିଜର ଫାଇନାଲ ମ୍ୟାଚଟି ଜାନୁଆରୀ ୭ ରାଜକୋଟରେ ଖେଳାଯିବ ।

Leave A Reply

Your email address will not be published.