ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆସନ୍ତା ୨୮ରୁ ଖଣ୍ଡଗିରି ମେଳା

0
  • ୨ବର୍ଷ ପରେ ଦର୍ଶକଙ୍କ କରତାଳିରେ କମ୍ପିବ ଖଣ୍ଡଗିରି
  • ଆସନ୍ତା ୨୮ରୁ ଫେବ୍ରୁଆରୀ ୧୦ଯାଏଁ ଚାଲିବ ମେଳା
  • ଅପେରାରେ ନଗ୍ନତା ଓ ଅଶ୍ଳୀଳତା ଉପରେ କଟକଣା

ଭୁବନେଶ୍ବର; ମାଘ ମେଳା ପାଇଁ ସଜେଇ ହେଲାଣି ଖଣ୍ଡଗିରି । ଦୁଇ ବର୍ଷ ପରେ ପୁଣି ଜମିବ ଯାତ୍ରା । ଐତିହାସିକ ପାହାଡ ପାଦ ଦେଶରେ ଦୁଲୁକିବ ମଂଚ। ରଙ୍ଗୀନ ଆଲୋକ ସାଙ୍ଗକୁ ଦର୍ଶକଙ୍କ କରତାଳିରେ କମ୍ପିବ ଖଣ୍ଡଗିରି ପାଦଦେଶ । ୭ ଦିନ ଧରି ମା ବାରଭୁଜାଙ୍କ ପୀଠରେ ଚାଲିବ ପୂଜାର୍ଚ୍ଚନା । ରାଜ୍ୟ ତଥା ରାଜ୍ୟ ବାହାରର ଶତାଧିକ ସାଧୁସନ୍ଥଙ୍କ ଭିଡ ଜମିବ । ମାଘ ସପ୍ତମୀରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ହୋମ ଯଜ୍ଞ ଭିତରେ ଶୁଭିବ ସାଧୁସନ୍ଥଙ୍କ ଦିବ୍ୟ ଆଳତି। ଆସନ୍ତା ୨୮ରୁ ଆରମ୍ଭ ହେଉଛି ଖଣ୍ଡଗିରି ମେଳା। ଦୀର୍ଘ ୧୪ ଦିନ ଅର୍ଥାତ୍ ଫେବ୍ରୁଆରୀ ୧୦ଯାଏଁ ଚାଲିବ ଖଣ୍ଡଗିରି ମେଳା ।

ଚଳିତବର୍ଷ ଶୃଙ୍ଖଳିତ ଯାତ୍ରା ପାଇଁ ଜାରି ହୋଇଛି ସ୍ୱତନ୍ତ୍ର ଏସଓପି । ଯାତ୍ରା ପାର୍ଟି କାହାର ଭାବନାକୁ ଆଘାତ ଦେଲା ଭଳି ନାଟକ ନାମକରଣ କରିବେନି । ଅପେରାରେ ନଗ୍ନତା ଓ ଅଶ୍ଳୀଳତା ଉପରେ କଟକଣା ସହ ଯାତ୍ରା ପ୍ରଚାରରେ ଉଚ୍ଚ ଶବ୍ଦ ହେବନାହିଁ । ଯାତ୍ରା ପାର୍ଟି ମାଲିକମାନେ ନିଜ ନିଜ ମଂଚ ଆଗରେ ସୁରକ୍ଷାକର୍ମୀ ଓ ସ୍ୱେଚ୍ଛାସେବୀ ମୁତୟନ କରିବେ । ଯାତ୍ରା କମିଟି ବିଏମସି, କମିଶନରେଟ ପୋଲିସ ଏବଂ ଅଗ୍ନିଶମ ବିଭାଗ ଠାରୁ ଅନୁମତି ଆଣିବେ । ୩୦ତାରିଖରୁ ୧୦ ପର୍ଯ୍ୟନ୍ତ ଯାତ୍ରାପାର୍ଟିକୁ ଅନୁମତି ମିଳିଛି । ସେପଟେ ଭିଡକୁ ଦୃଷ୍ଟିରେ ରଖି ପାର୍କିଂ ପାଇଁ ୩ଟି ସ୍ଥାନ ଚିହ୍ନଟ କରାଯାଇଛି। ବାହାରେ ପାର୍କିଂ କଲେ ଗାଡି ଉଠାଇ ନିଆଯିବ ବୋଲି ବିଏମସି କହିଛି।

Leave A Reply

Your email address will not be published.