ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ପାହାଡି ସହରର ସ୍ଥିତି ସାଂଘାତିକ ହେବାରେ ଲାଗିଛି

0

ଡେରାଡୁନ୍‌: ଧସି ଧସି ଯାଉଛି ଯୋଶୀମଠ। ଭୂମି-ସ୍ଖଳନ ଓ ଭୂମି-ଚପା ଉପଦ୍ରୂତ ଜୋନ୍‌ ଭାବେ ଘୋଷିତ ହେବା ପରେ ଯୋଶୀମଠରେ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟକୁ ଜୋର କରାଯାଇଛି। ସେଥିପାଇଁ ଉତ୍ତରାଖଣ୍ଡର ଚୋମୋଲି ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରୁଛି। ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବା ଘରେ ଏବେ ଚିହ୍ନ ଲଗାଯାଉଛି। ଏପର୍ଯ୍ୟନ୍ତ ୬୦୩ଟି ଘରେ ବଡ଼ ବଡ଼ ଫାଟ ଦେଖାଗଲାଣି। ଏନଡିଆରଏଫ ଟିମ୍ ସହ ମିଶି ଅସୁରକ୍ଷିତ ଘର ସବୁକୁ ଚିହ୍ନଟ କରିବାରେ ଲଗିଛନ୍ତି।

ସୂଚନା ଅନୁଯାୟୀ, ୧୦୦ଟି ଘର ଏମିତି ଅଛି ଯେକୌଣସି ସମୟରେ ଧଶିଯିବ । ୬୫ ପରିବାରକୁ ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଥିବା ବେଳେ ପ୍ରକ୍ରିୟା ଜାରି ରହିଛି। ଶଙ୍କରାଚାର୍ଯ୍ୟଙ୍କ ମଠରେ ମଧ୍ୟ ଫାଟ ଦେଖିବାକୁ ମିଳିଛି। ଏନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଯୋଶୀମଠ ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଥିଲେ। ପ୍ରଭାବିତ ପରିବାର ସହ ସାକ୍ଷାତ କରିଥିଲେ। ସମସ୍ତ ବିସ୍ଥାପିତଙ୍କ ପୁର୍ନବସତି ପାଇଁ ଜମି ଚିହ୍ନଟ ହେବ ବୋଲି କହିଥିଲେ । ତେବେ ଜମି ଚିହ୍ନଟ ବେଳେ ଭୂସ୍ଖଳନ ନେଇ ଯାଞ୍ଚ କରାଯିବ । ସେଥିପାଇଁ ଭାରତୀୟ ଭୂ-ବିଜ୍ଞାନ ସର୍ବେକ୍ଷଣକୁ ଦାୟିତ୍ୱ ଦିଆଯାଇଛି ।

ସେପଟେ ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ବିପନ୍ନଙ୍କ ଥଇଥାନ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି । ବାସହରା ପରିବାରକୁ ୬ମାସ ଭଡ଼ାଘରେ ରହିବାକୁ, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମାସିକ ୪ହଜାର ଟଙ୍କା ସହାୟତା ଦିଆଯାଉଛି।  ଜରୁରୀ ସ୍ଥିତି ପାଇଁ ଏନଡିଆରଏଫ ଟିମ୍ ଏବଂ ଚପର୍ ପ୍ରସ୍ତୁତ ରଖାଯାଇଛି।  ସାଟେଲାଇଟ୍ ଫଟୋ ଉଠାଇ ଭୂସ୍ଖଳନର ସବିଶେଷ ରିପୋର୍ଟ ଦେବାକୁ ନ୍ୟାସନାଲ ରିମୋଟ୍ ସେନ୍ସିଂ ସେଣ୍ଟରକୁ କହିଛନ୍ତି ଉତ୍ତରାଖଣ୍ଡ ସରକାର। ଜିଓଲଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ବି ସ୍ଥିତି ସମୀକ୍ଷା କରୁଛି ।

ସ୍ଥାନୀୟ ଲୋକେ ଭୂସ୍ଖଳନ ପାଇଁ ଟନେଲ୍ ଖନନ ଓ ଜଳ ବିଦ୍ୟୁତ ପ୍ରକଳ୍ପକୁ ଦାୟୀ କରିବା ପରେ, ଯୋଶୀମଠ ଅଞ୍ଚଳରେ ସମସ୍ତ ନିର୍ମାଣ କାମ ବନ୍ଦ କରିଦଆଯାଇଛି। ତେଣେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଗତକାଲି ଯୋଶୀମଠ ଗସ୍ତରୁ ଫେରିବା ପରେ, ଆଜି ଫୋନ୍ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଥିତି ସଂପର୍କରେ ଜଣାଇଛନ୍ତି  । ଯୋଶୀମଠକୁ ରକ୍ଷା କରିବାକୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଭରସା ଦେଇଛନ୍ତି ମୋଦି। ଜିଲ୍ଲା ମାଜିଷ୍ଟ୍ରେଟ୍‌ ହିମାଂଶୁ ଖୁରାନା କହିଛନ୍ତି, ଯୋଶୀମଠର ପ୍ରଭାବିତ ଜନତାଙ୍କ ନିମନ୍ତେ ବ୍ୟବସ୍ଥା କରାଯାଇଥିବା ରିଲିଫ୍‌ ଶିବିରମାନଙ୍କରେ ମୌଳିକ ସୁବିଧାଗୁଡ଼ିକୁ ସବୁବେଳେ ଯାଞ୍ଚ କରାଯିବା ସହିତ ପ୍ରଶାସନ ଜନସାଧାରଣଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେଉଛି।

ସରକାରୀ ଅଧିକାରୀମାନେ କହିଛନ୍ତି, ୨୦୦୫ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ, ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ‘ହୋଟେଲ୍‌ ମାଉଣ୍ଟ୍‌ ଭିୟୁ’ ଏବଂ ‘ମାଲାରି ଇନ୍‌’ରେ କାରବାର ଓ ରହଣି ନିଷେଧ କରାଯାଇଛି।

Leave A Reply

Your email address will not be published.