ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ଧବଳେଶ୍ବର ପୀଠରେ ହଟିଲା କଟକଣା

0

ଆଠଗଡ; ଆଜିଠୁ ବାବା ଧବଳେଶ୍ବରଙ୍କୁ ଦର୍ଶନ କରିପାରିବେ ଭକ୍ତ । ଆଠଗଡ଼ସ୍ଥିତ ଧବଳେଶ୍ବର ପୀଠକୁ ସର୍ବସାଧାରଣ ଦର୍ଶନ ପାଇଁ ମିଳିଛି ଅନୁମତି । ଏନେଇ ଅନୁମତି ଦେଇଛନ୍ତି ଉପ ଜିଲ୍ଲାପାଳ । ତେବେ ମହାନଦୀ ମଧ୍ୟରେ ଅସ୍ଥାୟୀ ରାସ୍ତା ଦେଇ ମନ୍ଦିର ଯାଇପାରିବେ ଭକ୍ତ । ମକର ସଂକ୍ରାନ୍ତିଠାରୁ ପୀଠ ଖୋଲିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଥିଲା।

ତେବେ ନିର୍ମାଣଧୀନ ଅସ୍ଥାୟୀ ରାସ୍ତା କାମ ଯୁଦ୍ଧକାଳୀନ ଭିତିରେ ସରିଥିବାରୁ ଆଗୁଆ ଅନୁମତି ଦେଇଛି ପ୍ରଶାସନ। ମଞ୍ଚେଶ୍ୱର ନଦୀ ଘାଟରୁ ପାଇକରାପୁର ପଠା ଏବଂ ସେଠାରୁ ଧବଳେଶ୍ୱର ପଠାକୁ ସଂଯୋଗ କରାଯାଇଥିବା ଅସ୍ଥାୟୀ ରାସ୍ତାରେ ଶ୍ରଦ୍ଧାଳୁ ମାନେ ଚାଲି ଚାଲି ଯାଇ ଧବଳେଶ୍ୱରଙ୍କ ଦର୍ଶନ କରିପାରିବେ।

ସୂଚନା ଅନୁଯାୟୀ, ଝୁଲାପୋଲ ଅସୁରକ୍ଷିତ ଥିବାରୁ ନଭେମ୍ବର ୧ ତାରିଖଠାରୁ ଧବଳେଶ୍ବରଙ୍କ ପୀଠରେ ଲାଗିଥିଲା ୧୪୪ ଧାରା । ମନ୍ଦିର ଆସିବା ପାଇଁ ଶ୍ରଦ୍ଧାଳୁମାନଙ୍କୁ ବାରଣ କରାଯାଇଥିଲା । ଏଲଇଡି ସ୍କ୍ରିନରେ ଦର୍ଶନ କରିପାରୁଥିଲେ ଭକ୍ତ । ବାବାଙ୍କ ମନ୍ଦିର ଖୋଲିବା ନେଇ ବାରମ୍ବାର ବିଭିନ୍ନ ସଂଗଠନ ସହ ପୂଜକ ସମାଜ ଦାବି କରିଆସୁଥିଲେ । ଏବେ ପ୍ରଶାସନ ନିଷ୍ପତ୍ତି ପରେ ଖୁସି ବ୍ୟକ୍ତି କରିଛନ୍ତି ଶ୍ରଦ୍ଧାଳୁ ।

Leave A Reply

Your email address will not be published.