ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଧବଳେଶ୍ବର ପୀଠରେ ହଟିଲା କଟକଣା

0

ଆଠଗଡ; ଆଜିଠୁ ବାବା ଧବଳେଶ୍ବରଙ୍କୁ ଦର୍ଶନ କରିପାରିବେ ଭକ୍ତ । ଆଠଗଡ଼ସ୍ଥିତ ଧବଳେଶ୍ବର ପୀଠକୁ ସର୍ବସାଧାରଣ ଦର୍ଶନ ପାଇଁ ମିଳିଛି ଅନୁମତି । ଏନେଇ ଅନୁମତି ଦେଇଛନ୍ତି ଉପ ଜିଲ୍ଲାପାଳ । ତେବେ ମହାନଦୀ ମଧ୍ୟରେ ଅସ୍ଥାୟୀ ରାସ୍ତା ଦେଇ ମନ୍ଦିର ଯାଇପାରିବେ ଭକ୍ତ । ମକର ସଂକ୍ରାନ୍ତିଠାରୁ ପୀଠ ଖୋଲିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଥିଲା।

ତେବେ ନିର୍ମାଣଧୀନ ଅସ୍ଥାୟୀ ରାସ୍ତା କାମ ଯୁଦ୍ଧକାଳୀନ ଭିତିରେ ସରିଥିବାରୁ ଆଗୁଆ ଅନୁମତି ଦେଇଛି ପ୍ରଶାସନ। ମଞ୍ଚେଶ୍ୱର ନଦୀ ଘାଟରୁ ପାଇକରାପୁର ପଠା ଏବଂ ସେଠାରୁ ଧବଳେଶ୍ୱର ପଠାକୁ ସଂଯୋଗ କରାଯାଇଥିବା ଅସ୍ଥାୟୀ ରାସ୍ତାରେ ଶ୍ରଦ୍ଧାଳୁ ମାନେ ଚାଲି ଚାଲି ଯାଇ ଧବଳେଶ୍ୱରଙ୍କ ଦର୍ଶନ କରିପାରିବେ।

ସୂଚନା ଅନୁଯାୟୀ, ଝୁଲାପୋଲ ଅସୁରକ୍ଷିତ ଥିବାରୁ ନଭେମ୍ବର ୧ ତାରିଖଠାରୁ ଧବଳେଶ୍ବରଙ୍କ ପୀଠରେ ଲାଗିଥିଲା ୧୪୪ ଧାରା । ମନ୍ଦିର ଆସିବା ପାଇଁ ଶ୍ରଦ୍ଧାଳୁମାନଙ୍କୁ ବାରଣ କରାଯାଇଥିଲା । ଏଲଇଡି ସ୍କ୍ରିନରେ ଦର୍ଶନ କରିପାରୁଥିଲେ ଭକ୍ତ । ବାବାଙ୍କ ମନ୍ଦିର ଖୋଲିବା ନେଇ ବାରମ୍ବାର ବିଭିନ୍ନ ସଂଗଠନ ସହ ପୂଜକ ସମାଜ ଦାବି କରିଆସୁଥିଲେ । ଏବେ ପ୍ରଶାସନ ନିଷ୍ପତ୍ତି ପରେ ଖୁସି ବ୍ୟକ୍ତି କରିଛନ୍ତି ଶ୍ରଦ୍ଧାଳୁ ।

Leave A Reply

Your email address will not be published.