ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ହାଇସିକ୍ୟୁରିଟି ନମ୍ବର ଲଗାଇନଥିଲେ ଗଣିବେ ତଣ୍ଡ

0

ଭୁବନେଶ୍ବର; ଯାଞ୍ଚ ହେବ ଏଚଏସଆରପି ନମ୍ବର ବା ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍। ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ବଡ ଅଧିକାରୀଙ୍କ ସୂତ୍ରରୁ ଏହି ସୂଚନା ମିଳିଛି । ୮୦ ପ୍ରତିଶତ ଲୋକ ଲଗାଇ ସାରିଲେଣି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ । ଯେଉଁମାନେ ହାଇସିକ୍ୟୁରିଟି ନମ୍ବର ଲଗାଇନଥିବେ ସେମାନେ ଦେବେ ଜୋରିମାନା । ୫ ହଜାରରୁ ୧୦ ହଜାର ଯାଏଁ କଟିବ ଚାଲାଣ ।

ଯେଉଁ ଗାଡିଗୁଡିକର ଶେଷ ନମ୍ବର ୧ରୁ ୬ରେ ଶେଷ ହୋଇଥିବ, ସେଗୁଡିର ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲାଗିନଥିଲେ ୧୫ ତାରିଖରୁ ଚାଲାଣ କଟିବ । ଏଥିପାଇଁ ୫ ହଜାରରୁ ୧୦ ହଜାର ଯାଏଁ କଟିବ ଚାଲାଣ । ଏହି ସବୁ ନମ୍ବର ପାଇଁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାର ଧାର୍ଯ୍ୟ ସମୟ ଶେଷ ହୋଇଛି । ୨୦୨୨ ଡିସେମ୍ବର ୩୧ ସୁଦ୍ଧ ଏହି ଗାଡିଗୁଡିକ ପାଇଁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଥିଲା ।

ସେହିଭଳି ୭ ଓ ୮ ସହିତ ଶେଷ ହେଉଥିବା ଗାଡିଗୁଡିକ ପାଇଁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାର ଶେଷ ତାରିଖ ହେଉଛି ଚଳିତ ମାସ ୩୧ ତାରିଖ । ସେହିଭଳି ୯ ଓ ୦ ସହିତ ଶେଷ ହେଉଥିବା ଗାଡିଗୁଡିକ ପାଇଁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାର ଶେଷ ତାରିଖ ହେଉଛି ଫେବ୍ରୁଆରୀ ୨୮ । ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ନକଲେ କଟିବ ଇ-ଚାଲାଣ । ତେବେ ପ୍ରଥମ ଥର ପାଇଁ ଗାଡି ମାଲିକ ନିୟମ ଖିଲାପ କଲେ ୫ ହଜାର ଟଙ୍କା ଚାଲାଣ କଟାଯିବ । ବାରମ୍ବାର ନିୟମ ନ ମାନିଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା କଟାଯିବ । ବର୍ତ୍ତମାନ ସୁଦ୍ଧ ୩୫ ଲକ୍ଷ ୫୬ ହଜାର ୮୧୯ଟି ସ୍ଲଟ ବୁକିଂ ହୋଇଛି । ସେଥିରୁ ୨୭ ଲକ୍ଷ ୨୪ ହଜାର ୯୮୪ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ ଲାଗି ସରିଛି । ବାକି ନମ୍ବର ପ୍ଲେଟ ଅତିଶୀଘ୍ର ଲାଗିଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ବିଭାଗ ଆସିଷ୍ଟାଣ୍ଟ କମିଶନର।

Leave A Reply

Your email address will not be published.