ପ୍ରମୁଖ ଖବର

ଭଞ୍ଜନଗର ଜଳଭଣ୍ଡାରରେ ବୁଡି ଦୁଇ କଲେଜ୍ ଛାତ୍ରଙ୍କ ମୃତ୍ୟୁ
ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ଟିଏମ୍‌ସି ନେତାଙ୍କ ଘରେ ଆୟକର ଚଢଉ
ସ୍ମାର୍ଟଫୋନ୍‌ରେ ଆଧାର ଆପ୍‌ ପ୍ରି-ଇନଷ୍ଟଲେସନ୍‌ ପ୍ରସ୍ତାବକୁ ପ୍ରତ୍ୟାହାର କଲେ ସରକାର
ତାମିଲନାଡୁର ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ୧୬ ମୃତ
ଇଟାଲୀରେ ଗୁରୁଦ୍ୱାର ବାହାରେ ଗୁଳିକାଣ୍ଡ: ଦୁଇ ଭାରତୀୟ ଶିଖଙ୍କ ମୃତ୍ୟୁ
ଖୋର୍ଦ୍ଧାରେ ୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ ଛୁଟି
ଫିରୋଜାବାଦରେ ଭୟଙ୍କର ଅଗ୍ନିକାଣ୍ଡ: ୬୦ରୁ ଅଧିକ ଦୋକାନ ଜଳି ଛାରଖାର
ମହିଳା ସଂରକ୍ଷଣ ବିଲ୍ ବାବଦରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

ହଜ ଯାତ୍ରୀଙ୍କ ପାଇଁ ଭିଆଇପି କୋଟା ଶେଷ

0

ନୂଆଦିଲ୍ଲୀ; ଉଠିଲା ହଜ ଯାତ୍ରୀଙ୍କ ପାଇଁ ଭିଆଇପି କୋଟା। କେନ୍ଦ୍ର ସରକାର ବୁଧବାର ହଜ ଯାତ୍ରୀଙ୍କ ପାଇଁ ଭିଆଇପି କୋଟା ଶେଷ କରିଛନ୍ତି । ବର୍ତ୍ତମାନ ଭିଆଇପି ଯାତ୍ରୀମାନେ ସାଧାରଣ ଯାତ୍ରୀଙ୍କ ଭଳି ନିଜର ଯାତ୍ରା କରିବେ । ସୂଚନା ଅନୁସାରେ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଉପରାଷ୍ଟ୍ରପତି, ସଂଖ୍ୟାଲଘୁ ବିଭାଗର ମନ୍ତ୍ରୀଙ୍କ ସହ ହଜ କମିଟିକୁ ଭିଆଇପି କୋଟା ଆବଣ୍ଟିତ କରାଯାଇଥିଲା ।

ଭିଆଇପି କୋଟାର ଶୁଭାରମ୍ଭ ୨୦୧୨ ମସିହାରେ କରାଯାଇଥିଲା । ଏଥିରେ ୫ ଶହ ସିଟ ରଖିବାକୁ ନିଷ୍ପତ୍ତି ହୋଇଥିଲା । ସେଥିରୁ ରାଷ୍ଟ୍ରପତିଙ୍କ ପାଇଁ ୧ ଶହ, ଉପରାଷ୍ଟ୍ରପତିଙ୍କ ପାଇଁ ୭୫ ସିଟ୍, ପ୍ରଧାନମନ୍ତ୍ରୀଙ୍କ ପାଇଁ ୭୫ଟି, ସଂଖ୍ୟାଲଘୁବ୍ୟାପାର ମନ୍ତ୍ରୀଙ୍କ ପାଇଁ ୫୦ଟି ସିଟ୍ ଏବଂ ହଜ କମିଟି ଅଫ୍ ଇଣ୍ଡିଆକୁ ୨ ଶହ ସିଟ୍ ଆବଣ୍ଟନ କରାଯାଇଥିଲା । ଏଥିରୁ କେବଳ ରାଷ୍ଟ୍ରପତିଙ୍କ ଶହେ ସିଟକୁ ଛାଡି ଅନ୍ୟ ୪ ଶହ ଭିଆଇପି ସିଟ୍କୁ ରଦ୍ଦ କରିଦିଆଯାଇଛି । ଏହି ସବୁ କୋଟାକୁ ସାଧାରଣ ଲୋକଙ୍କ ପାଇଁ ଆବଣ୍ଟିତ କରିଦିଆଯାଇଛି ।

Leave A Reply

Your email address will not be published.