ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ହଜ ଯାତ୍ରୀଙ୍କ ପାଇଁ ଭିଆଇପି କୋଟା ଶେଷ

0

ନୂଆଦିଲ୍ଲୀ; ଉଠିଲା ହଜ ଯାତ୍ରୀଙ୍କ ପାଇଁ ଭିଆଇପି କୋଟା। କେନ୍ଦ୍ର ସରକାର ବୁଧବାର ହଜ ଯାତ୍ରୀଙ୍କ ପାଇଁ ଭିଆଇପି କୋଟା ଶେଷ କରିଛନ୍ତି । ବର୍ତ୍ତମାନ ଭିଆଇପି ଯାତ୍ରୀମାନେ ସାଧାରଣ ଯାତ୍ରୀଙ୍କ ଭଳି ନିଜର ଯାତ୍ରା କରିବେ । ସୂଚନା ଅନୁସାରେ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଉପରାଷ୍ଟ୍ରପତି, ସଂଖ୍ୟାଲଘୁ ବିଭାଗର ମନ୍ତ୍ରୀଙ୍କ ସହ ହଜ କମିଟିକୁ ଭିଆଇପି କୋଟା ଆବଣ୍ଟିତ କରାଯାଇଥିଲା ।

ଭିଆଇପି କୋଟାର ଶୁଭାରମ୍ଭ ୨୦୧୨ ମସିହାରେ କରାଯାଇଥିଲା । ଏଥିରେ ୫ ଶହ ସିଟ ରଖିବାକୁ ନିଷ୍ପତ୍ତି ହୋଇଥିଲା । ସେଥିରୁ ରାଷ୍ଟ୍ରପତିଙ୍କ ପାଇଁ ୧ ଶହ, ଉପରାଷ୍ଟ୍ରପତିଙ୍କ ପାଇଁ ୭୫ ସିଟ୍, ପ୍ରଧାନମନ୍ତ୍ରୀଙ୍କ ପାଇଁ ୭୫ଟି, ସଂଖ୍ୟାଲଘୁବ୍ୟାପାର ମନ୍ତ୍ରୀଙ୍କ ପାଇଁ ୫୦ଟି ସିଟ୍ ଏବଂ ହଜ କମିଟି ଅଫ୍ ଇଣ୍ଡିଆକୁ ୨ ଶହ ସିଟ୍ ଆବଣ୍ଟନ କରାଯାଇଥିଲା । ଏଥିରୁ କେବଳ ରାଷ୍ଟ୍ରପତିଙ୍କ ଶହେ ସିଟକୁ ଛାଡି ଅନ୍ୟ ୪ ଶହ ଭିଆଇପି ସିଟ୍କୁ ରଦ୍ଦ କରିଦିଆଯାଇଛି । ଏହି ସବୁ କୋଟାକୁ ସାଧାରଣ ଲୋକଙ୍କ ପାଇଁ ଆବଣ୍ଟିତ କରିଦିଆଯାଇଛି ।

Leave A Reply

Your email address will not be published.