ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଆଥିୟା-ରାହୁଲଙ୍କ ପଡିବ ହାତଗଣ୍ଠି

0

ମୁମ୍ବାଇ; ସବୁ ଚର୍ଚ୍ଚାର ଘଟିବ ଅବସାନ । ଶେଷରେ ଅଥିୟା ଓ ରାହୁଲଙ୍କ ବିବାହ ଖବର ଉପରେ ମୋହର ଲାଗିଛି । ବର୍ତ୍ତମାନ ସାମ୍ନାକୁ ଆସିଛି ଦୁହିଁଙ୍କ ୱେଡିଙ୍ଗ ଡିଟେଲ୍ସ । ଗଣମାଧ୍ୟମ ସୂଚନା ମୁତାବକ, ଜାନୁଆରୀ ୨୩ ତାରିଖରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଦୁହିଁଙ୍କ ବିବାହ ଖଣ୍ଡାଲାର ବଙ୍ଗଳାରେ ହେବ । ଦୀର୍ଘ ୩ ଦିନ ଧରି ଚାଲିବ ଦୁହିଁଙ୍କ ବିବାହ ଉତ୍ସବ । ବିବାହର ସମସ୍ତ ରୀତିନୀତି ଜାନୁୟାରୀ ୨୧ ରୁ ଜାନୁୟାରୀ ୨୩ ମଧ୍ୟରେ କରାଯିବ। ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ହଲଦୀ-ମେହେନ୍ଦି ଏବଂ ସଂଗୀତ କାର୍ଯ୍ୟ ୨୧-୨୨ରେ କରାଯିବ।

୨୩ରେ ଆଥିଆ ଏବଂ ରାହୁଲ ସାତ ଫେରା ନେବେ । ବିବାହରେ ସାମିଲ ହେବେ କ୍ରିକେଟ ଜଗତର ବିଶିଷ୍ଟ ବ୍ୟକ୍ତିଙ୍କ ସହ କଳା ଜଗତର ପପୁଲାର ସେଲିବ୍ରିଟି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଅତିଥି ତାଲିକା ମଧ୍ୟ ପ୍ରସ୍ତୁତ କରାଯାଉଛି । ବଲିଉଡ ଏବଂ କ୍ରିକେଟ୍ ଦୁନିଆର ଭେଟେରାନମାନଙ୍କ ଅଂଶଗ୍ରହଣ ହେବାର ସମ୍ଭାବନା ଅଛି । ସେଥିମଧ୍ୟରୁ ସଲମାନ ଖାନ, ଜ୍ୟାକି ଶ୍ରଫ, ଅକ୍ଷୟ କୁମାର, ମହେନ୍ଦ୍ର ସିଂ ଧୋନି ଏବଂ ବିରାଟ କୋହଲିଙ୍କ ପରି ବଡ ସେଲିବ୍ରିଟି ଅଛନ୍ତି । ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ପରେ ଏବେ ପ୍ରଶଂସକମାନେ କେ.ଏଲ୍ ରାହୁଲ-ଆଥିଆଙ୍କ ବିବାହ ଦେଖିବାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

Leave A Reply

Your email address will not be published.