ପ୍ରମୁଖ ଖବର

ଏକକ ଶିକ୍ଷକ ସ୍କୁଲରେ ତୁରନ୍ତ ନିଯୁକ୍ତ ହେବେ ଶିକ୍ଷକ
ଜାତୀୟ ହସ୍ତତନ୍ତ ଦିବସ: ଦୁଇ ଓଡ଼ିଆ ବୁଣାକାରଙ୍କୁ ଜାତୀୟ ସମ୍ମାନ
ରାଜପଥରୁ ହଟିବେ ଗୋରୁଗାଈ, ପ୍ରତି ୧୦୦ କିମିରେ ହେବ ଗୋଶାଳା
ରୁଷ ସହ ବାଣିଜ୍ୟ କଲେ ଲାଗିପାରେ ୧୦୦% ଶୁଳ୍କ
ଅଗଷ୍ଟ ୯ରୁ ୧୭ ଯାଏଁ ଘରେ ଘରେ ତ୍ରିରଙ୍ଗା ଅଭିଯାନ
ୟୁପିଆଇ ପେମେଣ୍ଟରେ ଲାଗିବନି ଶୁଳ୍କ, ସ୍ପଷ୍ଟ କଲେ ସରକାର
ଦିଲ୍ଲୀରେ ଅଗଷ୍ଟ ୯ରୁ ବିଜେପିର ସ୍ୱାଧୀନତା ଦିବସ ସପ୍ତାହ
ସେପ୍ଟେମ୍ବର ୧ରୁ ତାମିଲନାଡୁର ପ୍ରମୁଖ ମନ୍ଦିରରେ ମୋବାଇଲ ନିଷେଧ
ଷ୍ଟାର୍ଟଅପ୍‌ ପାଇଁ ୫ ସଂସ୍ଥା ସହ ସରକାରଙ୍କ ରଣନୀତିକ ବୁଝାମଣା
ଆଇଆଇଟି ଦିଲ୍ଲୀ ସମାବର୍ତ୍ତନରେ ‘ବିକଶିତ ଭାରତ’ ପାଇଁ ପ୍ରଧାନମନ୍ତୀ ଦେଲେ ବଡ଼ ବାର୍ତ୍ତା

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଓଏସ୍‌ଡିଙ୍କୁ ଶିକ୍ଷାଭାରତୀ ସମ୍ମାନ

0

ଭୁବନେଶ୍ୱର, ୧୨/୦୧: ସର୍ବଭାରତୀୟ ଶିକ୍ଷା ସଂସ୍ଥା, ସେଂଟର ଫର୍ ଏକ୍ସଲେନ୍ସ ଡେଭେଲପମେଂଟ (ସିଇଡି) ପକ୍ଷରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପ୍ରତିଷ୍ଠାତା ସଭାପତିଙ୍କ ଓଏସ୍‌ଡି ଶ୍ରୀ ପ୍ରୀତମ ନାୟକଙ୍କୁ ଶିକ୍ଷା ଭାରତୀ ସମ୍ମାନ ପ୍ରଦାନ କରାଯାଇଛି । ଉତରପ୍ରଦେଶ ଗୁରୁଗ୍ରାମ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ସିଇଡିର ସଂସ୍ଥାପକ – ସଭାପତି ତଥା ସେଂଟ ଜାଭିଅର୍ ଗ୍ରୁପ୍‌ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡକ୍ଟର ପ୍ରିୟଦର୍ଶୀ ନାୟକ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଉତରପ୍ରଦେଶର ପରିବହନ ବିଭାଗ ମନ୍ତ୍ରୀ ଶ୍ରୀ ଦୟାଶଙ୍କର, ମହିଳା କଲ୍ୟାଣ ଓ ଶିଶୁ ବିକାଶ ବିଭାଗର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତି ପ୍ରତିଭା ଶୁକ୍ଳା ପ୍ରମୁଖ ଯୋଗ ଦେଇଥିଲେ । ସିଇଡି ଅଧିନରେ ୯୬୦ଟି ସ୍କୁଲ୍ ଓ ୧୨୦୦ ରୁ ଅଧିକ ଉଚ୍ଚ ଶିକ୍ଷାନୁଷ୍ଠାନ ସଦସ୍ୟ ସାମିଲ ଅଛନ୍ତି । ଏହି ଅବସରରେ ଡକ୍ଟର ପ୍ରିୟଦର୍ଶୀ ନାୟକ କହିଥିଲେ ଯେ ସିଇଡି ଜାତୀୟ ଶିକ୍ଷାନୀତିକୁ ୨୦୨୩ରେ ସଂପୂର୍ଣ୍ଣ ଲାଗୁ କରିବାକୁ ସମସ୍ତ ଉଦ୍ୟମ କରିବ । ଫଳରେ ଦେଶର ଉଚ୍ଚ ଶିକ୍ଷାର ମାନ ବୃଦ୍ଧି ପାଇବା ସହ ଶିକ୍ଷାଦାତାଙ୍କୁ ଅଧିକ ସଶକ୍ତ କରାଯାଇପାରିବ । ଦେଶର ପ୍ରଗତି ପାଇଁ ଶିକ୍ଷାର ଗୁଣବତା ବୃଦ୍ଧି ଅତ୍ୟନ୍ତ ଆବଶ୍ୟକ । ଏହା ନ ହେଲେ ଦେଶର ଭବିଷ୍ୟତ ନିର୍ମାଣ କରାଯାଇପାରିବ ନାହିଁ ବୋଲି ସେ କହିଥିଲେ ।

ଡ. ପ୍ରିୟଦର୍ଶୀ ନାୟକ କହିଥିଲେ ଯେ, ଭାରତୀୟ ଶିକ୍ଷା ବ୍ୟବସ୍ଥାରେ କ୍ରାନ୍ତିକାରୀ ପ୍ରଗତି ନିମନ୍ତେ ବର୍ତମାନ ଯେଉଁ ସବୁ ଆହ୍ୱାନ ରହିଛି ସେ ସବୁର ଦୃଢ ମୁକାବିଲା କରିବା ଆବଶ୍ୟକ । ଏହା ଫଳରେ ଉଚ୍ଚଶିକ୍ଷାର ମାନରେ ଅଗ୍ରଗତି ଘଟିବ ଏବଂ ଦେଶ ବିଶ୍ୱ ସ୍ତରରେ ଶୀର୍ଷ ସ୍ଥାନରେ ପହଂଚିପାରିବ । ଏହି ଅବସରରେ ସୋଆର ପ୍ରୋ-ଚାନ୍‌ସେଲର ପ୍ରଫେସର ଅମିତ ବାନାର୍ଜୀଙ୍କ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନର କୁଳପତି ଓ ଶିକ୍ଷାବିତ୍ ଭାଗ ନେଇଥିଲେ ।

Leave A Reply

Your email address will not be published.