ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଦୁଇଟି ଔଷଧକୁ ବ୍ୟବହାର ପାଇଁ ମନାକଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

0

ନୂଆଦିଲ୍ଲୀ: ଭାରତୀୟ କମ୍ପାନୀ ଦ୍ବାରା ପ୍ରସ୍ତୁତ ଦୁଇଟି ଔଷଧକୁ ବ୍ୟବହାର ପାଇଁ ମନାକଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। ନୋଏଡାରେ ଥିବା ମାରିଅନ୍‌ ବାୟୋଟେକ ଦ୍ବାରା ଏହି ଔଷଧ ପ୍ରସ୍ତୁତ କରାଯାଉଛି । ଉଜବେକିସ୍ତାନରେ ଔଷଧ ଖାଇ ଶିଶୁଙ୍କ ମୃତ୍ୟୁ ଘଟଣା ପରେ ସେଠାରେ ଏହି ଔଷଧକୁ ବ୍ୟବହାର ପାଇଁ ବାରଣ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।

ଏପର୍ଯ୍ୟନ୍ତ ମାରିଅନ୍ ଏହି ଉତ୍ପାଦଗୁଡିକର ସୁରକ୍ଷା ଏବଂ ଗୁଣବତ୍ତା ଉପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କୁ ଗ୍ୟାରେଣ୍ଟି ପ୍ରଦାନ କରି ନାହିଁ ବୋଲି ଏଜେନ୍ସି କହିଛି।ଏହି ଔଷଧ ଜୀବନ ପ୍ରତି ବିପଦ । ଦୁଇଟି ଔଷଧ ହେଲା ଆବ୍ରୋନଲ ସିରପ ଏବଂ ଡକ୍‌ ଓ୍ବାନ ମାକ୍ସ ସିରପ । ଏହି ଦୁଇଟି ସିରପର ବ୍ୟବହାର ସୁରକ୍ଷିତ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କୌଣସି ପ୍ରକାର ଗ୍ୟାରେଣ୍ଟି ଦେଇନାହିଁ ।

ପୂର୍ବରୁ ମାରିଅନ୍‌ ବାୟୋଟେକ ଦ୍ବାରା ପ୍ରସ୍ତୁତ ଔଷଧ ଖାଇ ଉଜବେକିସ୍ତାନର ୧୮ ଶିଶୁଙ୍କର ମୃତ୍ୟୁ ହୋଇଥିଲା। ଉଜବେକିସ୍ତାନରେ ମୃତ୍ୟୁର ଖବର ହେବାର କିଛି ସମୟ ପରେ ଭାରତର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କମ୍ପାନୀରେ ଉତ୍ପାଦନ ସ୍ଥଗିତ ରଖିଥିଲା। ନିକଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଭାରତର ଉତ୍ତରପ୍ରଦେଶ ରାଜ୍ୟ ମାରିଅନଙ୍କ ଉତ୍ପାଦନ ଲାଇସେନ୍ସକୁ ସ୍ଥଗିତ ରଖିଛି।

Leave A Reply

Your email address will not be published.