ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପଡ଼ୋଶୀ ଦେଶ ପାକିସ୍ତାନ

0

ପାକିସ୍ତାନ; ସବୁଠାରୁ ବଡ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପଡ଼ୋଶୀ ଦେଶ ପାକିସ୍ତାନ । ସେଠାରେ ସ୍ଥିତି ଏପରି ହୋଇଛି ଯେ ଜରୁରୀ ସ୍ୱାସ୍ଥ୍ୟ ସେବା ଲାଗି ସରକାରଙ୍କ ପାଖରେ ଅର୍ଥ ନାହିଁ । ଏଥିସହିତ ପିଆଜ ଠାରୁ ଆରମ୍ଭ କରି ଅଟା ପର୍ଯ୍ୟନ୍ତ କିଲୋ ପିଛା ଦର ସବୁକିଛିର ମୂଲ୍ୟ ଆକାଶଛୁଆଁ ହୋଇଛି । ଖାଦ୍ୟ ସାମଗ୍ରୀର ଘୋର ଅଭାବ ସୃଷ୍ଟି ହୋଇଥିବା ବେଳେ ଅଟା ଓ ଚିନି, ପିଆଜ ଦାମ ଏତେ ବଢିଯାଇଛି ଯେ ଲକ୍ଷ ଲକ୍ଷ ଲୋକ ଭୋକରେ ଶୋଇବାକୁ ବାଧ୍ୟ ହେଉଛନ୍ତି ।

ପାକିସ୍ତାନରେ ଏବେ ଅଟା କିଲୋ ପିଛା ୧୫୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ପିଆଜର ମୂଲ୍ୟ କିଲୋ ପିଛା ୩୬.୭ ରୁ ବୃଦ୍ଧି ପାଇ ୨୨୦.୪ ଟଙ୍କାରେ ପହଞ୍ଚିଛି । ସେହିପରି ଚିକେନ୍‌ର ହାରାହାରି ମୂଲ୍ୟ କିଲୋଗ୍ରାମ ପିଛା ୨୧୦.୧ ରୁ ବୃଦ୍ଧି ପାଇ ୩୮୫ ଟଙ୍କାକୁ ପହଞ୍ଚିଯାଇଛି । ଏହା ବ୍ୟତୀତ ଲୁଣର ମୂଲ୍ୟ କିଲୋ ପିଛା ୩୨.୯ ରୁ ବୃଦ୍ଧି ପାଇ ୪୧.୯ ଟଙ୍କାରେ ପହଞ୍ଚିଛି । ସେହିପରି ପାକିସ୍ତାନରେ ଏବେ ଚାଉଳ କିଲୋ ପିଛା ୧୪୬ ଟଙ୍କା, ସୋରିଷ ତେଲ ଲିଟର ପିଛା ୫୩୨ ଟଙ୍କା, କ୍ଷୀର ଲିଟର ପିଛା ୧୩୯ ଟଙ୍କା, ବ୍ରେଡ୍‌ ପ୍ୟାକେଟ୍‌ ୯୦ଟଙ୍କାରେ ବିକ୍ରି ହେଉଛି ।

ଦର ଆକାଶଛୁଆଁ ଥିବାବେଳେ ଦେଶର ସମସ୍ତ ବଡ ସହରରେ ଅଟା ପାଇଁ ଉତ୍ତେଜନା ଦେଖାଦେଇଛି । ଅଟା ପାଇଁ ଲୋକ ନିଜ ନିଜ ଭିତରେ ମାଡ଼ଗୋଳ ହେଉଛନ୍ତି । ସୋସିଆଲ ମିଡିଆରେ ପାକିସ୍ତାନର ଅନେକ ଏପରି ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି ।

Leave A Reply

Your email address will not be published.