ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଠାବ

0

କଟକ: ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଠାବ । ଗୁରିଡିଝାଟିଆ ଥାନା ଏକ ଘଞ୍ଚ ଜଙ୍ଗଲରୁ ମୃତଦେହ ମିଳିଛି । ମଙ୍ଗଳାବାଗ ଥାନା ଆଇଆଇସି ଏ ନେଇ ସୂଚନା ଦେଇଛନ୍ତି । ତାଙ୍କ ଦେହରେ ଅନେକଗୁଡ଼ିଏ କ୍ଷତ ଚିହ୍ନ ଏବଂ ଆଖି ଦୁଇଟିକୁ ନଷ୍ଟ କରିଦିଆଯାଇଥିବାର ସୂଚନା ମିଳିଛି। ଏଣୁ ତାଙ୍କୁ ହତ୍ୟା କରାଯାଇଥିବାର ସନ୍ଦେହ ଉପୁଜିଛି।

କେମିତି ଓ କେଉଁ ପରିସ୍ଥିତିରେ ମୃତଦେହ ମିଳିଛି ସେ ନେଇ ତଦନ୍ତ ଚାଲିଛି । କଟକ ବଜ୍ରକବାଟୀରେ ଥିବା କ୍ୟାମ୍ପରୁ ସେ ଘରକୁ ଯାଉଥିବା କହି ଫେରିନଥିଲେ । ତାଙ୍କ ସ୍କୁଟି ଓ ହେଲମେଟ୍ ଆଠଗଡ଼ କପୁରସିଂ ଜଙ୍ଗଲରୁ ମିଳିଥିଲା । ତାଙ୍କ ମୋବାଇଲ୍ ଫୋନ୍ ଏବେ ସୁଇଚ୍ ଅଫ୍ ରହିଥିଲା । ୧୧ତାରଖରୁ ନିଖୋଜ ନେଇ ମଙ୍ଗଳାବାଗ ଥାନାରେ ଏତଲା ହୋଇଥିଲା ।

ସୂଚନାନୁଯାୟୀ; ପୁରୀ ଜିଲ୍ଲା ରାମଚଣ୍ଡୀ ଥାନା ଅଞ୍ଚଳର ଗୁଣନିଧି ସ୍ବାଇଁଙ୍କ ଝିଅ ରାଜଶ୍ରୀ ସ୍ବାଇଁ  ଜଣେ ମହିଳା କ୍ରିକେଟ୍‌ ଖେଳାଳି। ପୁଡୁଚେରୀରେ ଆରମ୍ଭ ହେବାକୁ ଯାଉଥିବା ବରିଷ୍ଠ ମହିଳା ଦିନିକିଆ କ୍ରିକେଟ୍‌ର ପ୍ରଥମ ତିନିଟି ମ୍ୟାଚ୍ ପାଇଁ ବଜ୍ରକବାଟୀ ରୋଡ୍‌ ମହାବୀର ଗାଲାକ୍ସିରେ ୨୫ ଜଣ ମହିଳା ଖେଳାଳି କ୍ୟାମ୍ପ ପକାଇଥିଲେ।

ଆସନ୍ତା ୧୫ ତାରିଖରେ ସେମାନେ ପୁଡୁଚେରୀ ଯିବାର ଯୋଜନା ଥିଲା। ଏଥିପାଇଁ ଜାନୁଆରି ୧୦ ତାରିଖ, ମଙ୍ଗଳବାର ଦିନ ଓଡ଼ିଶା ଦଳର ତାଲିକା ଘୋଷଣା ହୋଇଥିଲା। ଏହି ତାଲିକାରେ ବାଦ୍‌ ପଡ଼ିଥିଲେ ରାଜଶ୍ରୀ। ଏହାପରେ ୧୧ ତାରିଖ ଦିନ ସମସ୍ତେ ଖେଳାଳି ଟାଙ୍ଗୀସ୍ଥିତ ଡ୍ରିମ୍ସ କଲେଜକୁ ଅଭ୍ୟାସ କରିବାକୁ ଯାଇଥିଲେ। କିନ୍ତୁ ରାଜଶ୍ରୀ ବାପାଙ୍କୁ ଭେଟିବାକୁ ଯାଉଥିବା କୋଚ୍‌ଙ୍କୁ କହି ସକାଳେ କେଉଁଆଡ଼େ ଚାଲି ଯାଇଥିଲେ। ଏହାପରେ ତାଙ୍କର ଫୋନ୍ ସୁଇଚ୍ ଅଫ୍ ଥିବାବେଳେ ସେ ରହୁଥିବା ସିଡିଏ ଘରେ କିମ୍ବା ନିଜ ଘରକୁ ବି ଯାଇନଥିବା ଜଣାପଡ଼ିଛି। କୋଚ୍‌ ପୁଷ୍ପାଞ୍ଜଳି ସରକାର ଏ ସମ୍ପର୍କରେ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ।

Leave A Reply

Your email address will not be published.