ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ସିଂହନାଥ ପୀଠରେ ଜାରି ହେଲା ୧୪୪ ଧାରା

0

କଟକ; ବଡ଼ମ୍ବାର ସିଂହନାଥ ପୀଠରେ ଜାରି ହୋଇଛି ୧୪୪ ଧାରା । ଦଳଚକଟାରେ ଜଣଙ୍କ ମୃତ୍ୟୁ ଓ ଏକାଧିକ ଲୋକ ଆହତ ହେବା ପରେ ଏଭଳି ନିଷ୍ପତ୍ତି ନେଇଛି ପ୍ରଶାସନ । ଏଥିସହିତ ଆଜି ଓ ଆସନ୍ତାକାଲି ମନ୍ଦିରକୁ ନଆସିବାକୁ ଶ୍ରଦ୍ଧାଳୁଙ୍କୁ କୁହାଯାଇଛି। ସେହିପରି ମକର ମେଳାରେ ପଡ଼ିଥିବା ଦୋକାନ ଗୁଡ଼ିକୁ ଉଠାଇ ଘରକୁ ପଳାଇବାକୁ ଦୋକାନୀମାନଙ୍କୁ କୁହାଯାଇଛି। ଏହା ସହିତ ସେଠାରେ ଅଧିକ ଫୋର୍ସ ମୁତୟନ କରାଯାଇଛି।

ସୂଚନା ଅନଯାୟୀ, ଗତକାଲି ମକର ସଂକ୍ରାନ୍ତି ଅବସରରେ ସିଂହନାଥ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ସେତୁର ଟି ଅଞ୍ଚଳରୁ ସିଂହନାଥ ପୀଠକୁ ଯିବା ରାସ୍ତାରେ ଅତ୍ୟଧିକ ଭିଡ଼ ଜମି ଯିବାରୁ କିଛି ଲୋକ ଅଣନିଃଶ୍ବାସୀ ହୋଇ ଯାଇଥିଲେ । ଏହି ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ଡାକ୍ତରଖାନାରେ ସେମାନଙ୍କୁ ଭର୍ତ୍ତି କରାଯାଇଛି। ଆଉ କିଛି ଆହତ ବଡ଼ମ୍ବା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତେବେ ଲକ୍ଷାଧିକ ପରିମାଣରେ ଭକ୍ତଙ୍କର ଭିଡ଼ ଜମିବ ବୋଲି ଜାଣିନଥିଲା ପ୍ରଶାସନ । ଅଧିକ ଫୋର୍ସ ମୁତୟନ କରିବା ପାଇଁ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.