ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ପୋଖରା ବିମାନ ଦୁର୍ଘଟଣା, ସମସ୍ତ ୭୨ ଜଣଙ୍କ ମୃତ ଦେହ ଉଦ୍ଧାର

0

ନେପାଳ; ନେପାଳରେ ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଭୟଙ୍କର ବିମାନ ଦୁର୍ଘଟଣା । ୭୨ ଜଣ ଯାତ୍ରୀ କ୍ଷମତା ଥିବା ଏହି ବିମାନଟି ନେପାଳର ରାଜଧାନୀ କାଠମାଣ୍ଡୁରୁ ପୋଖରା ଯାଉଥିବା ବେଳେ ଦୁର୍ଘଟଣାଗସ୍ତ ହୋଇଛି । ବିମାନରେ ମୋଟ ୬୮ ଜଣ ଯାତ୍ରୀ ଓ ୪ ଜଣ କ୍ରୁ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରୁ କେହିବି ଜିବୀତ ନାହାନ୍ତି। ସମସ୍ତ ୭୨ଜଣଙ୍କ ଜଣଙ୍କ ମୃତଦେହ ମିଳିଛି।

ଦୁର୍ଘଟଣା ପରେ ବିମାନଟି ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ଧ୍ୱଂସାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଇଥିଲା। ବିମାନଟି ସଂପୂର୍ଣ୍ଣ ଜଳି ସାରିଥିବାରୁ ଏହା ମଧ୍ୟରେ ଥିବା ସମସ୍ତ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିଲା। ବିମାନରେ ଥିବା ମୋଟ ୭୨ ଜଣଙ୍କ ମଧ୍ୟରେ ୫ ଜଣ ଭାରତୀୟ ଥିବା ଖବର ମିଳିଛି।

ନେପାଳ ବିମାନଚଳାଚଳ ମନ୍ତ୍ରଣାଳୟର ସୂଚନା ଅନୁସାରେ, ୟେତି ଏୟାରଲାଇନ୍ସର ବିମାନଟି ୬୮ ଜଣ ଯାତ୍ରୀ ଓ ୪ ଜଣ କ୍ରୁ ସଦସ୍ୟଙ୍କୁ ନେଇ ଦିନ ୧୦.୩୩ରେ କାଠମାଣ୍ଡୁରୁ ଉଡ଼ାଣ ଭରିଥିଲା। ତେବେ ଉଡ଼ାଣ ଆରମ୍ଭ ହେବାର ୨୦ ମିନିଟ୍‌ ପରେ ବିମାନଟି ପୁରୁଣା ଏୟାରପୋର୍ଟ ଓ ନୂଆ ଏୟାରପୋର୍ଟ ମଧ୍ୟରେ ଥିବା ସେତି ନଦୀ କୂଳରେ ଖସି ପଡ଼ିଥିଲା। ଫଳରେ ଏଥିରେ ନିଆଁ ଲାଗି ଯାଇଥିଲା ବୋଲି ମନ୍ତ୍ରଣାଳୟ କହିଛି।

Leave A Reply

Your email address will not be published.