ପ୍ରମୁଖ ଖବର

ରାଜ୍ୟପାଳଙ୍କ ପୋଲିସ୍ ଏଡିସି ହେଲେ ଆଇପିଏସ୍ ଅନୁଗୁ ଶିବା ମାରୁତି ରେଡ୍ଡୀ
ଶ୍ରୀମନ୍ଦିରରେ ୪ ମାସ ଭିତରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା : ଆଇନ ମନ୍ତ୍ରୀ
କଲୁଙ୍ଗା ରଙ୍ଗ କାରଖାନାରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
ରାସ୍ତାକୁ ଆସିଲେ ଗୃହବନ୍ଦୀ କରିବାକୁ ଧମକ ଦେଉଛନ୍ତି ଶୁଭେନ୍ଦୁ : ମମତା
ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ
ସୌରିନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ, ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ
ଆଉ ଅଧିକ ଦାୟିତ୍ୱ ନେଇପାରିବିନି’,- ଗଡ଼କରୀଙ୍କ ବୟାନ ପରେ ଅବସର ଚର୍ଚ୍ଚା
ଆମେରିକାର ଆର୍ଥିକ ଚାପର ଜବାବ, ହର୍ମୁଜରେ ଜାହାଜଠାରୁ ଶୁଳ୍କ ନେବ ଇରାନ

ବିଶ୍ବ ସୁନ୍ଦରୀ ହେଲେ ଆମେରିକାର ଆର ବୋନୀ ଗାବ୍ରିଏଲ

0

ୱାଶିଂଟନ: ଆମେରିକାର ଆର ବୋନୀ ଗାବ୍ରିଏଲ ବନିଛନ୍ତି ୨୦୨୨ର ବ୍ରହ୍ମାଣ୍ଡ ସୁନ୍ଦରୀ। ସେ ଦୁନିଆର ୮୪ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସ୍‌ ୟୁନିର୍ଭସର ଜିତିଛନ୍ତି ମୁକୁଟ। ତାଙ୍କୁ ୨୦୨୧ର ବ୍ରହ୍ମାଣ ସୁନ୍ଦରୀ ତଥା ଭାରତ ହରନାଜ ସାନ୍ଧୁ ବିଜୟ ତାଜ୍‌ ପିନ୍ଧାଇ ବ୍ରହ୍ମାଣ ସୁନ୍ଦରୀ ସମ୍ମାନରେ ସମ୍ମାନୀତ କରିଛନ୍ତି। ମିସ୍‌ ୟୁନିର୍ଭସର ପ୍ରଥମ ରନର୍ସଅପ ଭେନେଜୁଆଲର ଅମନ୍ଦା ଡୁଡାମେଲ ହୋଇଥିବା ବେଳେ ଦ୍ୱିତୀୟ ରନର୍ସଅପର ମୁକୁଟ ଡୋମିନିକାନ ରିପ୍ଲବିକର ଆଣ୍ଡ୍ରେଇନା ମାର୍ଟିନେଜ ହାତେଇଛନ୍ତି। ବ୍ରହ୍ମାଣ୍ଡ ସୁନ୍ଦରୀ ହେବା ଦୌଡ଼ରେ ଭାରତର ଦିବିତା ରାୟ ମଧ୍ୟ ରହିଥିଲେ। ସେ ଟପ୍‌ ୧୬ରେ ମଧ୍ୟ ପହଞ୍ଚି ଯାଇଥିଲେ। ହେଲେ ଟପ୍‌ ୫ରେ ନିଜର ସ୍ଥାନ ବଜାୟୀ ରଖିପାରି ନଥିଲେ।

ସୂଚନାଯୋଗ୍ୟ; ବୋନୀ ହେଉଛନ୍ତି ଜଣେ ଇକୋ ଫ୍ରେଣ୍ଡଲୀ ଫ୍ୟାଶନ ଡିଜାଇନର। କଳା, କ୍ରୀଡ଼ା ଓ ଟ୍ରାଭେଲରେ ମଧ୍ୟ ତାଙ୍କର ସ୍ୱତନ୍ତ୍ର ରୁଚି ରହିଛି। ସ୍କୁଲ ସମୟରେ ଭଲିବଲ ଖେଳୁଥିବା ବୋନୀ ଶେଷରେ ଫ୍ୟାଶନ ଜଗତରେ ପ୍ରବେଶ କରିଥିଲେ। ମାତ୍ର ୧୫ ବର୍ଷ ବୟସରେ ସେ ଫ୍ୟାବ୍ରିକ ଓ ଟେକ୍ସଟାଲ ଡିଜାଇନ ଆରମ୍ଭ କରିଥିଲେ। ଉତ୍ତର ଟେକ୍ସାସରେ ଥିବା ବିଶ୍ୱବିଦ୍ୟାଳୟରୁ ସେ ଫ୍ୟାଶନ ଡିଜାଇନରେ ଡିଗ୍ରୀ ହାସଲ କରିଛନ୍ତି। ବର୍ତ୍ତମାନ ସେ ନିଜସ୍ୱ କମ୍ପାନୀ ଆର ବୋନୀ ନୋଇଆର ସିଇଓ ଭାବେ କାମ କରୁଛନ୍ତି।

Leave A Reply

Your email address will not be published.