ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ସିକନ୍ଦରାବାଦ-ବିଶାଖାପାଟନାମକୁ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ

0

ନୂଆଦିଲ୍ଲୀ; ଆଜିଠୁ ସିକନ୍ଦରାବାଦ ଓ ବିଶାଖାପାଟନାମକୁ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ । ଭିଡିଓ କନଫରନସିଂ ଜରିଆରେ ସବୁଜ ପତାକା ଦେଖାଇ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ନୂଆବର୍ଷରେ ପ୍ରଥମ ଥର ପାଇଁ ଗଡ଼ିଛି ବନ୍ଦେ ଭାରତ ଏକ୍ସପ୍ରେସ । କିନ୍ତୁ ୧୫ ଦିନ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର ଏହା ଦ୍ୱିତୀୟ ଉଦଘାଟନ । ଏହି ଟ୍ରେନ୍‌ ସିକନ୍ଦରାବାଦ ଓ ବିଶାଖାପାଟଣାକୁ ଯାତାୟାତ କରିବାକୁ ୮ ଘଣ୍ଟା ସମୟ ଲାଗିବ । ଏହା ଭାରତର ଅଷ୍ଟମ ବନ୍ଦେ ଭାରତ ଏକ୍ସପ୍ରେସ ବୋଲି କହିଛି ରେଳବାଇ

ପ୍ରଧାନମନ୍ତ୍ରୀ ଉଦ୍ଘାଟନ ଉତ୍ସବରେ ଉଦବୋଧନ ଦେଇ କହିଛନ୍ତି ଯେ, ବନ୍ଦେ ଭାରତ ଏକ୍ସପ୍ରେସ ସେହି ଭାରତର ପ୍ରତୀକ ଯାହା ଗୋଲାମି ମାନସିକତାରୁ ବାହାରି ଆତ୍ମନିର୍ଭରତା ଆଡକୁ ପାଦ ବଢାଉଛି । ମୋଦି ଆହୁରି କହିଛନ୍ତି ଆଜି ବନ୍ଦେ ଭାରତକୁ ନେଇ ଯେଉଁଭଳି ଭାବେ ଶୀଘ୍ର କାମ ହେଉଛି ତାହା ବାସ୍ତବରେ ପ୍ରଶଂସନୀୟ ।

Leave A Reply

Your email address will not be published.