ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ସିକନ୍ଦରାବାଦ-ବିଶାଖାପାଟନାମକୁ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ

0

ନୂଆଦିଲ୍ଲୀ; ଆଜିଠୁ ସିକନ୍ଦରାବାଦ ଓ ବିଶାଖାପାଟନାମକୁ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ । ଭିଡିଓ କନଫରନସିଂ ଜରିଆରେ ସବୁଜ ପତାକା ଦେଖାଇ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ନୂଆବର୍ଷରେ ପ୍ରଥମ ଥର ପାଇଁ ଗଡ଼ିଛି ବନ୍ଦେ ଭାରତ ଏକ୍ସପ୍ରେସ । କିନ୍ତୁ ୧୫ ଦିନ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର ଏହା ଦ୍ୱିତୀୟ ଉଦଘାଟନ । ଏହି ଟ୍ରେନ୍‌ ସିକନ୍ଦରାବାଦ ଓ ବିଶାଖାପାଟଣାକୁ ଯାତାୟାତ କରିବାକୁ ୮ ଘଣ୍ଟା ସମୟ ଲାଗିବ । ଏହା ଭାରତର ଅଷ୍ଟମ ବନ୍ଦେ ଭାରତ ଏକ୍ସପ୍ରେସ ବୋଲି କହିଛି ରେଳବାଇ

ପ୍ରଧାନମନ୍ତ୍ରୀ ଉଦ୍ଘାଟନ ଉତ୍ସବରେ ଉଦବୋଧନ ଦେଇ କହିଛନ୍ତି ଯେ, ବନ୍ଦେ ଭାରତ ଏକ୍ସପ୍ରେସ ସେହି ଭାରତର ପ୍ରତୀକ ଯାହା ଗୋଲାମି ମାନସିକତାରୁ ବାହାରି ଆତ୍ମନିର୍ଭରତା ଆଡକୁ ପାଦ ବଢାଉଛି । ମୋଦି ଆହୁରି କହିଛନ୍ତି ଆଜି ବନ୍ଦେ ଭାରତକୁ ନେଇ ଯେଉଁଭଳି ଭାବେ ଶୀଘ୍ର କାମ ହେଉଛି ତାହା ବାସ୍ତବରେ ପ୍ରଶଂସନୀୟ ।

Leave A Reply

Your email address will not be published.