ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଟ୍ରାକ୍ ରୁ ଖସିଲା ଟ୍ରେନ୍

0

ବିଶାଖାପାଟଣା; ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତିଲେ ରେଳଯାତ୍ରୀ । ବିଶାଖାପାଟଣାରୁ କୋରାପୁଟ ଆସୁଥିବା କିରଣ୍ଡୁଲ ପାସେଞ୍ଜର୍‌ ଟ୍ରେନ ଲାଇନଚ୍ଯୁତ ହୋଇଛି । ଶିବଲିଙ୍ଗପୁରମ ଠାରେ ଟ୍ରେନର ୬ ନଂ ବଗି ଟ୍ରାକରୁ ଖସି ଯାଇଛି । ଖବର ପାଇ ଘଟଣାସ୍ଥଳକୁ ରେଳ ବିଭାଗର ଏକ ଟିମ ସହ ବିଶାଖାପାଟଣା ଡିଆରଏମ ଯାଇଛନ୍ତି । ସେଠାରେ ସେ ଯାତ୍ରୀଙ୍କ ଉଦ୍ଧାର କାର୍ଯ୍ୟର ତଦାରଖ କରିବା ସହ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ସେମାନଙ୍କର ଗନ୍ତବ୍ୟସ୍ଥଳକୁ ପଠାଇବାର ବ୍ୟବସ୍ଥା କରିଥିଲେ।

ସୂଚନା ଅନୁଯାୟୀ, ଟ୍ରେନର ସାଧାରଣ ଦ୍ୱିତୀୟ ଶ୍ରେଣୀ କୋଚର ଗୋଟିଏ ଚକ ସେଟ୍ ଲାଇନଚ୍ୟୁତ ହୋଇଥିଲା। ଏହା ପରେ ସେହି କୋଚରେ ଥିବା ସମସ୍ତ ଯାତ୍ରୀଙ୍କୁ ଅନ୍ୟ କୋଚକୁ ସ୍ଥାନାନ୍ତର କରାଯାଇଥିଲା ଏବଂ କୌଣସି ଅଘଟଣ ଘଟି ନଥିଲା। ବର୍ତ୍ତମାନ କୋରାପୁଟ ଆରୁକରୁ ବିଶାଖାପାଟଣା ଟ୍ରେନ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

Leave A Reply

Your email address will not be published.