ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ଟ୍ରାକ୍ ରୁ ଖସିଲା ଟ୍ରେନ୍

0

ବିଶାଖାପାଟଣା; ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତିଲେ ରେଳଯାତ୍ରୀ । ବିଶାଖାପାଟଣାରୁ କୋରାପୁଟ ଆସୁଥିବା କିରଣ୍ଡୁଲ ପାସେଞ୍ଜର୍‌ ଟ୍ରେନ ଲାଇନଚ୍ଯୁତ ହୋଇଛି । ଶିବଲିଙ୍ଗପୁରମ ଠାରେ ଟ୍ରେନର ୬ ନଂ ବଗି ଟ୍ରାକରୁ ଖସି ଯାଇଛି । ଖବର ପାଇ ଘଟଣାସ୍ଥଳକୁ ରେଳ ବିଭାଗର ଏକ ଟିମ ସହ ବିଶାଖାପାଟଣା ଡିଆରଏମ ଯାଇଛନ୍ତି । ସେଠାରେ ସେ ଯାତ୍ରୀଙ୍କ ଉଦ୍ଧାର କାର୍ଯ୍ୟର ତଦାରଖ କରିବା ସହ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ସେମାନଙ୍କର ଗନ୍ତବ୍ୟସ୍ଥଳକୁ ପଠାଇବାର ବ୍ୟବସ୍ଥା କରିଥିଲେ।

ସୂଚନା ଅନୁଯାୟୀ, ଟ୍ରେନର ସାଧାରଣ ଦ୍ୱିତୀୟ ଶ୍ରେଣୀ କୋଚର ଗୋଟିଏ ଚକ ସେଟ୍ ଲାଇନଚ୍ୟୁତ ହୋଇଥିଲା। ଏହା ପରେ ସେହି କୋଚରେ ଥିବା ସମସ୍ତ ଯାତ୍ରୀଙ୍କୁ ଅନ୍ୟ କୋଚକୁ ସ୍ଥାନାନ୍ତର କରାଯାଇଥିଲା ଏବଂ କୌଣସି ଅଘଟଣ ଘଟି ନଥିଲା। ବର୍ତ୍ତମାନ କୋରାପୁଟ ଆରୁକରୁ ବିଶାଖାପାଟଣା ଟ୍ରେନ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

Leave A Reply

Your email address will not be published.