ପ୍ରମୁଖ ଖବର

୨୭ ରୁ ପିଜି ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣ
ନୂଆଦିଲ୍ଲୀରେ ଓଡ଼ିଶା ଭବନର ନୂତନ ବିଲ୍‍ଡିଂ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଟିଇଟି ପ୍ରଶ୍ନପତ୍ର ଜାଲିଆତି ମାମଲା: ୫ ତାରିଖରେ ହେବ ଶୁଣାଣି
ଦୁଇ ଦିନ ମଧ୍ୟରେ ଭାଜପାର ରାଜ୍ୟସଭା ପ୍ରାର୍ଥୀ ଚୂଡ଼ାନ୍ତ ହେବେ: ବିଜୟପାଲ ସିଂ ତୋମାର
ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନରେ ସମ୍ମାନିତ ହେଲେ ପିଏମ୍ ମୋଦୀ
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷଙ୍କୁ ୧୫ ମିଟର ଘୋଷାରି ନେଲା କାର୍ ଚାଳକ

0

ନୂଆଦିଲ୍ଲୀ; ଦିଲ୍ଲୀ ପୋଲିସ ଗୁରୁବାର ଦିନ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଯେଉଁଥିରେ ଦିଲ୍ଲୀ ମହିଳା ଆୟୋଗର ମୁଖ୍ୟ ସ୍ବାତୀ ମାଲିୱାଲ ଦାବି କରିଛନ୍ତି ଯେ ତାଙ୍କୁ ଏମ୍ସ ସାମ୍ନାରେ ଅନେକ ମିଟର ଦୂରତାରେ ନିର୍ଯାତନା ଦିଆଯିବା ସହ ତାଙ୍କୁ କାର ଦ୍ୱାରା ଟାଣି ନିଆଯାଇଛି।

ସୂଚନାଯୋଗ୍ୟ; ଦିଲ୍ଲୀରେ ଜଣେ ଯୁବତୀଙ୍କୁ କାରରେ ୧୫ କିଲୋମିଟର ଘୋଷଡି ନେବା ଘଟଣା ମନରୁ ଲିଭିନଥିବା ବେଳେ ଏହାଠୁ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି । ଜଣେ ଯୁବତୀଙ୍କୁ ରାସ୍ତାରେ ଅସଦାରରଣ କରିବା ସହ କିଛି ବାଟ ଘୋଷାଡି ନେଇଥିବା ନେଇ ଅଭିଯୋଗ ହୋଇଛି । ଆଉ ଏହି ଦୂର୍ଘଟଣାରେ ଶୀକାର ହୋଈଥିବା ଯୁବତୀ ଜଣଙ୍କ ହେଉଛନ୍ତି ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ । ଗୁରୁବାର ଭୋର ଜଣେ ମଦୁଆ ଚାଳକ ତାଙ୍କ ୧୫ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିବା ନେଇ ସେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ ୪୭ ବର୍ଷିୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ।

ମହିଳାଙ୍କୁ ସୁରକ୍ଷା ଯାଂଚ କରିବାକୁ ଯାଇଥିବା ବେଳେ ଦିଲ୍ଲୀ ଏମ୍ସ ହସ୍ପିଟାଲ ନିକଟରେ ତାଙ୍କ ସହ ଏଭଳି ଘଟଣା ଘଟିଥିବା ସ୍ୱାତୀ କହିଛନ୍ତି । ଭୋର ପ୍ରାୟ ୩ଟା ୧୧ ମିନିଟ୍ ସମୟରେ ହସ୍ପିଟାଲ ସମ୍ମୁଖରେ ଠିଆ ହୋଇଥିବା ବେଳେ ଏକ ବଲେନୋ କାର ଆସିଥିଲା । କାର ଚାଳକ ତାଙ୍କୁ କାରରେ ଯିବାକୁ କହିଥିଲେ । ସେ ମନାକରିବାରୁ ତାଙ୍କ ଜୋର ଜବରଦସ୍ତି ନେବାକୁ ଚେଷ୍ଟା କରିଥିଲେ । ଫଳରେ ତାଙ୍କ ହାତ କାର ଡୋରରେ ରହିଯାଇଥିଲା । ବ୍ୟକ୍ତି ଜଣଙ୍କ ୧୫ ମିଟର ତାଙ୍କୁ ଘୋଷାଡି ନେବା ପରେ ସେ ଡୋରରୁ ହାତ କାଢିବାରେ ସକ୍ଷମ ହୋଇଥିବା କହିଛନ୍ତି । ତେବେ ଏନେଇ ସ୍ୱାତୀ ଟୁଇଟ କରି କହିଛନ୍ତି, ଭଗବାନ ମୋ ଜୀବନ ବଂଚାଇଦେଲେ । ଯଦି ଦିଲ୍ଲୀରେ ମହିଳା କମିଶନ ଅଧ୍ୟକ୍ଷା ସୁରକ୍ଷିତ ନୁହଁନ୍ତି, ତେବେ ସ୍ଥିତି କିପରି ଅଛି ଅନୁମାନ କରନ୍ତୁ ।

Leave A Reply

Your email address will not be published.