ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ମହିଳା ଥାନାରେ ହାଜର ହେଲେ ହ୍ୟୁମାନ ସାଗର

0

କଟକ: ଆଜି ମହିଳା ଥାନାରେ ହାଜର ହୋଇଛନ୍ତି ହ୍ୟୁମାନ ସାଗର। କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିରୋଧରେ ଗତକାଲି ପତ୍ନୀ ସାଙ୍ଘାତିକ ଅଭିଯୋଗ ଆଣିବା ପରେ ପୁଲିସର ସମନ ପାଇଁ ଆଜି ମହିଳା ଥାନାରେ ପହଞ୍ଚିଛନ୍ତି। ପତ୍ନୀ ଶ୍ରେୟା ମିଶ୍ରଙ୍କୁ ମାନସିକ, ଶାରୀରିକ ନିର୍ଯାତନା ଦେଉଥିବା ନେଇ ପତ୍ନୀ ମହିଳା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଆଜି ପ୍ରଥମ ପର୍ଯ୍ୟାୟରେ ମହିଳା ଥାନାକୁ ଉଭୟ ପକ୍ଷକୁ କାଉନସିଲିଂ ପାଇ ଡ଼କା ଯାଇଥିବା ବେଳେ ମହିଳା ଥାନାରେ ପହଞ୍ଚିଛନ୍ତି ହ୍ୟୁମାନ।

ହ୍ୟୁମାନ କଟକ ମହିଳା ଥାନାରେ ପହଞ୍ଚିବାରେ ପରେ ଗଣମାଧ୍ୟମ ପ୍ରତିନିଧୀମାନେ ତାଙ୍କୁ ପ୍ରଶ୍ନ କରିବାକୁ ଘେରି ଯାଇଥିଲେ। ହେଲେ ସମସ୍ତ ପ୍ରଶ୍ନକୁ ଏଡ଼େଇ ଯାଇ ଭିତରକୁ ଯାଇଥିଲେ ହ୍ୟୁମାନ୍‌। କେବଳ ପୁଲିସ୍‌ ସମନ ପାଇ ଆସିଛି ଓ କାଉନ୍‌ସିଲର୍‌ଙ୍କୁ ଭେଟିବି ବୋଲି ‌ହ୍ୟୁମାନ କହିଛନ୍ତି। ହ୍ୟୁମାନ୍‌ଙ୍କ ସାଙ୍ଗରେ ରହିଛନ୍ତି ତାଙ୍କ ଆଇନଜୀବୀ ସତ୍ୟରଞ୍ଜନ ମୂଳିଆ। ଆଜି କାଉନସିଲିଂ ରେ ମହିଳା ଥାନାରେ ଅଧିକରୀ ଓ ଜୋନ-୨ ଏସସିପି ଉପସ୍ଥିତ ରହିଛନ୍ତି। ତେବେ ଅଭିଯୋଗ ବିଷୟରେ କୌଣସି ଭାବେ ଅବଗତ ନଥିବା ବେଳେ ଥାନାରେ ଅଧିକାରୀଙ୍କ ସୂଚନା ପାଇ ଆଜି ମହିଳା ଥାନାକୁ ଆସିଥିବା କହିଛନ୍ତ ହ୍ୟୁମାନ ସାଗର।

Leave A Reply

Your email address will not be published.