ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ଆଜି ଭାରତ–ୱେଲ୍ସ ମୁକାବିଲା

0

ଭୁବନେଶ୍ବର; ହକି ବିଶ୍ୱକପରେ ଆଜି ଭାରତ ଓ ଓ୍ୱେଲ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍ । ଏହି ହାଇଭୋଲଟେଜ ଟକ୍କର କଳିଙ୍ଗ ଷ୍ଟାଡିୟମରେ ଦେଖିବେ ଦର୍ଶକ । ହକି ବିଶ୍ୱକପର ଶେଷ ପୁଲ୍ ମ୍ୟାଚରେ ଓ୍ୱେଲ୍ସକୁ ଭେଟିବାକୁ ଥିବା ବେଳେ ବଡ଼ ବ୍ୟବଧାନରେ ଜିତି ସିଧା ସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି ଭାରତ । ସନ୍ଧ୍ୟା ୭ଟାରେ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବ ଏହି ମ୍ୟାଚ୍ । ଭାରତର ସବୁ ପ୍ଲେୟାର ଫିଟ୍ ଅଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଆଜିର ମ୍ୟାଚ ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଦଳ ।

ରାଉରକେଲାରେ ଖେଳିଥିବା ଦୁଇଟି ମ୍ୟାଚ୍‌ରେ ଘରୋଇ ଦଳ ଭାରତ ପୁଲ୍ ପର୍ଯ୍ୟାୟରେ ସ୍ପେନ ବିପକ୍ଷରେ ୨-୦ରେ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ଡ୍ର’ ରଖିଥିଲା । ଫଳରେ ଦଳ ଏବେ ଇଂଲଣ୍ଡ ସହ ସମାନ ୪ ପଏଣ୍ଟ ପାଇଥିଲେ ମଧ୍ୟ ଗୋଲ୍‌ ବ୍ୟବଧାନରେ ପଛରେ ରହିଛି । ସିଧାସଳଖ କ୍ବାର୍ଟରଫାଇନାଲ୍‌ ସ୍ଥାନ ପକ୍କା କରିବାକୁ ‌ହେଲେ ‌ପୁଲ୍‌’ର ଶୀର୍ଷ ସ୍ଥାନ ଦଖଲ କରିବାକୁ ହେବ । ତେଣୁ ଗୁରୁବାର ମ୍ୟାଚ୍‌ରେ ବଡ଼ ବ୍ୟବଧାନରେ ଜିତି ପୁଲ୍‌-ଡି’ର ଶୀର୍ଷ ସହ ସିଧାସଳଖ କ୍ବାର୍ଟରଫାଇନାଲ୍‌ ସ୍ଥାନ ନିଶ୍ଚିତ କରିବା ଲକ୍ଷ୍ୟରେ ରହିଛି ଭାରତ ।

ଭାରତ-ୱେଲ୍ସ ମ୍ୟାଚ୍‌ ପୂର୍ବରୁ ଇଂଲଣ୍ଡ-ସ୍ପେନ୍‌ର ମ୍ୟାଚ୍‌ ରହିଛି । ଇଂଲଣ୍ଡ ଯେତିକି ବ୍ୟବଧାନରେ ସ୍ପେନ୍‌କୁ ହରାଇବ ଭାରତ ତା’ଠୁ ୪ ଗୋଲ୍‌ ଅଧିକରେ ଜିତିଲେ ସିଧାସଳଖ କ୍ବାର୍ଟରଫାଇନାଲ୍‌ ନିଶ୍ଚିତ କରିବ । ଯଦି ସ୍ପେନ୍‌ ଜିତି‌ନିଏ ୱେଲ୍ସ ବିପକ୍ଷରେ ଭାରତ କେବଳ ବିଜୟୀ ହେଲେ ‌‌ପୁଲ୍‌ର ଶୀର୍ଷ ସ୍ଥାନ ଦଖଲ କରିବ । ତେବେ ଭାରତ କ୍ୱାର୍ଟର ଫାଇନାଲରେ ସିଧା ପ୍ରବେଶ କରିବ କି କ୍ରସ୍ ଓଭର ଖେଳିବ ଏହା ସ୍ପେନ୍ ଓ ଇଂଲଣ୍ଡ ମ୍ୟାଚର ଫଳାଫଳ ଉପରେ ମଧ୍ୟ ନିର୍ଭର କରେ ।

Leave A Reply

Your email address will not be published.