ପ୍ରମୁଖ ଖବର

ଭୂଦାନ ଜମିର ପଞ୍ଜିକରଣ-ମ୍ୟୁଟେସନ୍‌ରେ ରୋକ, ଡିଜିଟାଲ ଡାଟାବେସ୍‌ ପ୍ରସ୍ତୁତି
ୟୁରୋପକୁ ଅଶୋଧିତ ତୈଳ ଯୋଗାଣ ବନ୍ଦ କଲା ସାଉଦି
NISER ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ
ପ୍ରତ୍ୟାହାର ନିଷ୍ପତ୍ତି ବଦଳାଇଲେ ମମତାଙ୍କ ପ୍ରାର୍ଥୀ
ମଧ୍ୟପ୍ରଦେଶରେ ନାଳରେ ଭାସିଗଲା କାର, ୭ ଓଡ଼ିଆଙ୍କ ସମେତ ୮ ମୃତ
ଘରୋଇ ବିଶ୍ୱବିଦ୍ୟାଳୟ ଲାଭ ପାଇଁ ଚାଲିପାରିବ ନାହିଁ: ସୁପ୍ରିମକୋର୍ଟ
ଟିଏମ୍‌ସିର ନାମ-ଚିହ୍ନ ଫ୍ରିଜ୍, ସୁପ୍ରିମକୋର୍ଟରେ ମମତା

ଆଜି ଭାରତ–ୱେଲ୍ସ ମୁକାବିଲା

0

ଭୁବନେଶ୍ବର; ହକି ବିଶ୍ୱକପରେ ଆଜି ଭାରତ ଓ ଓ୍ୱେଲ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍ । ଏହି ହାଇଭୋଲଟେଜ ଟକ୍କର କଳିଙ୍ଗ ଷ୍ଟାଡିୟମରେ ଦେଖିବେ ଦର୍ଶକ । ହକି ବିଶ୍ୱକପର ଶେଷ ପୁଲ୍ ମ୍ୟାଚରେ ଓ୍ୱେଲ୍ସକୁ ଭେଟିବାକୁ ଥିବା ବେଳେ ବଡ଼ ବ୍ୟବଧାନରେ ଜିତି ସିଧା ସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି ଭାରତ । ସନ୍ଧ୍ୟା ୭ଟାରେ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବ ଏହି ମ୍ୟାଚ୍ । ଭାରତର ସବୁ ପ୍ଲେୟାର ଫିଟ୍ ଅଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଆଜିର ମ୍ୟାଚ ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଦଳ ।

ରାଉରକେଲାରେ ଖେଳିଥିବା ଦୁଇଟି ମ୍ୟାଚ୍‌ରେ ଘରୋଇ ଦଳ ଭାରତ ପୁଲ୍ ପର୍ଯ୍ୟାୟରେ ସ୍ପେନ ବିପକ୍ଷରେ ୨-୦ରେ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ଡ୍ର’ ରଖିଥିଲା । ଫଳରେ ଦଳ ଏବେ ଇଂଲଣ୍ଡ ସହ ସମାନ ୪ ପଏଣ୍ଟ ପାଇଥିଲେ ମଧ୍ୟ ଗୋଲ୍‌ ବ୍ୟବଧାନରେ ପଛରେ ରହିଛି । ସିଧାସଳଖ କ୍ବାର୍ଟରଫାଇନାଲ୍‌ ସ୍ଥାନ ପକ୍କା କରିବାକୁ ‌ହେଲେ ‌ପୁଲ୍‌’ର ଶୀର୍ଷ ସ୍ଥାନ ଦଖଲ କରିବାକୁ ହେବ । ତେଣୁ ଗୁରୁବାର ମ୍ୟାଚ୍‌ରେ ବଡ଼ ବ୍ୟବଧାନରେ ଜିତି ପୁଲ୍‌-ଡି’ର ଶୀର୍ଷ ସହ ସିଧାସଳଖ କ୍ବାର୍ଟରଫାଇନାଲ୍‌ ସ୍ଥାନ ନିଶ୍ଚିତ କରିବା ଲକ୍ଷ୍ୟରେ ରହିଛି ଭାରତ ।

ଭାରତ-ୱେଲ୍ସ ମ୍ୟାଚ୍‌ ପୂର୍ବରୁ ଇଂଲଣ୍ଡ-ସ୍ପେନ୍‌ର ମ୍ୟାଚ୍‌ ରହିଛି । ଇଂଲଣ୍ଡ ଯେତିକି ବ୍ୟବଧାନରେ ସ୍ପେନ୍‌କୁ ହରାଇବ ଭାରତ ତା’ଠୁ ୪ ଗୋଲ୍‌ ଅଧିକରେ ଜିତିଲେ ସିଧାସଳଖ କ୍ବାର୍ଟରଫାଇନାଲ୍‌ ନିଶ୍ଚିତ କରିବ । ଯଦି ସ୍ପେନ୍‌ ଜିତି‌ନିଏ ୱେଲ୍ସ ବିପକ୍ଷରେ ଭାରତ କେବଳ ବିଜୟୀ ହେଲେ ‌‌ପୁଲ୍‌ର ଶୀର୍ଷ ସ୍ଥାନ ଦଖଲ କରିବ । ତେବେ ଭାରତ କ୍ୱାର୍ଟର ଫାଇନାଲରେ ସିଧା ପ୍ରବେଶ କରିବ କି କ୍ରସ୍ ଓଭର ଖେଳିବ ଏହା ସ୍ପେନ୍ ଓ ଇଂଲଣ୍ଡ ମ୍ୟାଚର ଫଳାଫଳ ଉପରେ ମଧ୍ୟ ନିର୍ଭର କରେ ।

Leave A Reply

Your email address will not be published.