ପ୍ରମୁଖ ଖବର

ସୋଆ ଆଇଡିଏସ୍ ପକ୍ଷରୁ ହ୍ୱାଇଟ କୋଟ ନ୍ୟୁ ଇୟର ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ
ଦାୟିତ୍ୱ ଗ୍ରହଣ ପରେ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
ଆହୁରି ୨ ମାସ ବୃଦ୍ଧି ହେଲା ରାସନ୍ କାର୍ଡ ଇ-କେଓ୍ବାଇସି ସମୟ ସୀମା: ଯୋଗାଣ ମନ୍ତ୍ରୀ
ରାଇରଙ୍ଗପୁରରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ ଦକ୍ଷତା କେନ୍ଦ୍ର ଶୁଭାରମ୍ଭ କଲେ ରାଷ୍ଟ୍ରପତି
ବଦଳିବ ନିକୋ ପାର୍କର ରୂପ, ଖର୍ଚ୍ଚ ହେବ ୬୦୦ କୋଟି
ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ହକି ତାରକା ପ୍ରବୋଧ ତିର୍କୀଙ୍କ କ୍ବାର୍ଟରରୁ ଚୋରି

0

ଭୁବନେଶ୍ବର:  ହକି ତାରକା ପ୍ରବୋଧ ତିର୍କୀଙ୍କ ରାଜଧାନୀରେ ଥିବା ସରକାରୀ କ୍ୱାର୍ଟରରୁ ଚୋରି ହୋଇଯାଇଛି। ଭୁବନେଶ୍ୱରର ୟୁନିଟ-୬ ଅଞ୍ଚଳରେ ଥିବା ସରକାରୀ କ୍ୱାର୍ଟରରେ ଏପରି ଘଟଣା ଘଟିଛି। ପ୍ରବୋଧ ତିର୍କୀ ଓ ତାଙ୍କ ପରିବାର ଲୋକ ଘରେ ନଥିବା ବେଳେ ଏଭଳି ଅଘଟଣ ଘଟିଛି। ବିଶ୍ୱ କପ୍‌ ହକି ଚାଲିଥିବାରୁ ପ୍ରବୋଧ ରାଉରକେଲାରେ ଅଛନ୍ତି। ତାଙ୍କ ପରିବାର ଲୋକେ ମଧ୍ୟ ଗାଁକୁ ଯାଇଛନ୍ତି। କ୍ୱାର୍ଟରରେ କେହି ରହୁନଥିଲେ। ଏହାର ସୁଯୋଗ ନେଇ ଲୁଟେରା ଶୁକ୍ରବାର ବିଳମ୍ୱିତ ରାତିରେ ତାଙ୍କ ଘରେ କଳାକନା ବୁଲାଇ ଦେଇଛନ୍ତି।

ସୂଚନା ଅନୁସାରେ, ଚୋରମାନେ ସରକାରୀ ବାସଭବନରେ ଥିବା ପ୍ରବୋଧଙ୍କ ଟିଭି, କମ୍ପ୍ୟୁଟର ଓ ଅଳଙ୍କାର ଲୁଟି ନେଇଛନ୍ତି। ଏପରିକି ତାଙ୍କର ସ୍ୱର୍ଣ୍ଣପଦକକୁ ବି ଲୁଟିନେଇଛନ୍ତି । ଘଟଣା ସମ୍ପର୍କରେ ଜାଣିବା ପରେ ପ୍ରବୋଧ ଏନେଇ କ୍ୟାପିଟାଲ୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କମିସନରେଟ୍‌ ପୁଲିସ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଚଳାଇଛନ୍ତି। ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କ ପତ୍ତା ପାଇନି ପୁଲିସ।

Leave A Reply

Your email address will not be published.