ପ୍ରମୁଖ ଖବର

ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା: ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
ଜେଲରେ ରହିବେ ମନିଷ ସିସୋଦିଆ, ଜାମିନ ଆବେଦନ ଖାରଜ
୧୦ମାସର ଜେଲ ଜୀବନ ପରେ ଶନିବାର ଜେଲରୁ ମୁକୁଳିବେ ସିଦ୍ଧୁ, ରୋଡ ରେଜ୍ ମାମଲାରେ ପାଇଥିଲେ ଦଣ୍ଡ
ଗତକାଲି ଭୁବନେଶ୍ବର ଉପକଣ୍ଠ ଦୟାନଦୀରେ ବୁଡି ଯାଇଥିବା ବାଳକର ମୃତଦେହ ଉଦ୍ଧାର
ଇନ୍ଦୋର୍‌ ମହାଦେବ ମନ୍ଦିର ଅଘଟଣ: ମୃତ୍ୟୁସଂଖ୍ୟା ୩୫କୁ ବୃଦ୍ଧି
ଫକୀରମୋହନ ମେଡିକାଲ କଲେଜ ବିଲ୍ଡିଂରୁ ଡେଇଁ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ
ଆସନ୍ତାକାଲି ନବନିଯୁକ୍ତ ପର୍ଯ୍ୟବେକ୍ଷକଙ୍କୁ ନେଇ ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ
ଆଜିଠୁ ଆଇପିଏଲ ମହାକୁମ୍ଭ : ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗସ

ଆଜି କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ବକପ ମହାମୁକାବିଲା

0

ଭୁବନେଶ୍ୱର: ଆଜି କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ବକପର ମହାମୁକାବିଲା। ଆଜି ଖେଳାଯିବ ୨ଟି କ୍ରସ ଓଭର ମ୍ୟାଚ୍। ଅପରାହ୍ମ ସାଢେ ୪ଟାରେ ଜର୍ମାନୀ-ଫ୍ରାନ୍ସ ଓ ସନ୍ଧ୍ୟା ୭ଟାରେ ଆର୍ଜେଣ୍ଟିନା-କୋରିଆ ମଧ୍ୟରେ ହେବ ମୁକାବିଲା।। ଆଜି ଶେଷ ହେବ କ୍ରସ ଓଭର ମୁକାବିଲା।

ଉଲ୍ଲେଖଯୋଗ୍ୟ; ଆସନ୍ତା କାଲିଠାରୁ ଆରମ୍ଭ ହେବ କ୍ବାଟର ଫାଇନାଲ ମ୍ୟାଚ୍। ଭାରତୀୟ ଟିମ୍ ଗତକାଲି କ୍ରସ ଓଭରରେ ପରାଜିତ ହୋଇ ହକି ବିଶ୍ବକପରୁ ବିଦାୟ ନେଇଛନ୍ତି। କ୍ରସ ଓଭର ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ହାରିଲା ଟିମ ଇଣ୍ଡିଆ। ପେନାଲ୍ଟି ସୁଟ୍ ଆଉଟରେ ୪-୫ ଗୋଲରେ ବାଜି ମାରିଲା ନ୍ୟୁଜିଲାଣ୍ଡ। ନିର୍ଦ୍ଧାରିତ ସମୟରେ ୩-୩ ଗୋଲରେ ମ୍ୟାଚ ଡ୍ର ରହିବା ପରେ ସୁଟଆଉଟକୁ ଯାଇଥିଲା ମ୍ୟାଚ। ପ୍ରଥମ ପେନାଲ୍ଟି ସୁଟଆଉଟରେ ଉଭୟ ସମାନ ସ୍ଥିତିରେ ରହିବାରୁ ଦ୍ବିତୀୟ ସୁଟଆଉଟ ଖେଳାଯାଇଥିଲା। ଏଥିରେ ବିଜୟୀ ହୋଇଛି ନ୍ୟୁଜିଲାଣ୍ଡ।

ସେପଟେ ପ୍ରଥମ ମ୍ୟାଚରେ ମଧ୍ୟ ପେନାଲ୍ଟି ସୁଟ୍ ଆଉଟରେ ମାଲେସିଆକୁ ହରାଇଛି ସ୍ପେନ। ଖେଳ ଶେଷ ସୁଦ୍ଧା ଉଭୟ ୨ଟି ଲେଖାଏଁ ଗୋଲ ଦେଇଥିବାରୁ ମ୍ୟାଚ ପେନାଲ୍ଟି ସୁଟଆଉଟକୁ ଯାଇଥିଲା। ତେବେ ପ୍ରଥମ ସୁଟଆଉଟରେ ୫ଟି ସୁଯୋଗ ପାଇ ଦୁହେଁ ୩-୩ ଗୋଲ ଦେବାପରେ ଦ୍ବିତୀୟ ପେନାଲ୍ଟି ସୁଟ୍ ଆଉଟ୍ ଖେଳ ହୋଇଥିଲା। ଦ୍ବିତୀୟରେ ସ୍ପେନ ପ୍ରଥମ ଗୋଲ ଦେଇ ମାଲେସିଆକୁ ୪-୩ ଗୋଲରେ ପରାସ୍ତ କରିଛି। ଫଳରେ କ୍ବାର୍ଟରରେ ଅଷ୍ଟ୍ରେଲିଆକୁ ଭେଟିବ ସ୍ପେନ।

Leave A Reply

Your email address will not be published.