ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ଆଜି କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ବକପ ମହାମୁକାବିଲା

0

ଭୁବନେଶ୍ୱର: ଆଜି କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ବକପର ମହାମୁକାବିଲା। ଆଜି ଖେଳାଯିବ ୨ଟି କ୍ରସ ଓଭର ମ୍ୟାଚ୍। ଅପରାହ୍ମ ସାଢେ ୪ଟାରେ ଜର୍ମାନୀ-ଫ୍ରାନ୍ସ ଓ ସନ୍ଧ୍ୟା ୭ଟାରେ ଆର୍ଜେଣ୍ଟିନା-କୋରିଆ ମଧ୍ୟରେ ହେବ ମୁକାବିଲା।। ଆଜି ଶେଷ ହେବ କ୍ରସ ଓଭର ମୁକାବିଲା।

ଉଲ୍ଲେଖଯୋଗ୍ୟ; ଆସନ୍ତା କାଲିଠାରୁ ଆରମ୍ଭ ହେବ କ୍ବାଟର ଫାଇନାଲ ମ୍ୟାଚ୍। ଭାରତୀୟ ଟିମ୍ ଗତକାଲି କ୍ରସ ଓଭରରେ ପରାଜିତ ହୋଇ ହକି ବିଶ୍ବକପରୁ ବିଦାୟ ନେଇଛନ୍ତି। କ୍ରସ ଓଭର ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ହାରିଲା ଟିମ ଇଣ୍ଡିଆ। ପେନାଲ୍ଟି ସୁଟ୍ ଆଉଟରେ ୪-୫ ଗୋଲରେ ବାଜି ମାରିଲା ନ୍ୟୁଜିଲାଣ୍ଡ। ନିର୍ଦ୍ଧାରିତ ସମୟରେ ୩-୩ ଗୋଲରେ ମ୍ୟାଚ ଡ୍ର ରହିବା ପରେ ସୁଟଆଉଟକୁ ଯାଇଥିଲା ମ୍ୟାଚ। ପ୍ରଥମ ପେନାଲ୍ଟି ସୁଟଆଉଟରେ ଉଭୟ ସମାନ ସ୍ଥିତିରେ ରହିବାରୁ ଦ୍ବିତୀୟ ସୁଟଆଉଟ ଖେଳାଯାଇଥିଲା। ଏଥିରେ ବିଜୟୀ ହୋଇଛି ନ୍ୟୁଜିଲାଣ୍ଡ।

ସେପଟେ ପ୍ରଥମ ମ୍ୟାଚରେ ମଧ୍ୟ ପେନାଲ୍ଟି ସୁଟ୍ ଆଉଟରେ ମାଲେସିଆକୁ ହରାଇଛି ସ୍ପେନ। ଖେଳ ଶେଷ ସୁଦ୍ଧା ଉଭୟ ୨ଟି ଲେଖାଏଁ ଗୋଲ ଦେଇଥିବାରୁ ମ୍ୟାଚ ପେନାଲ୍ଟି ସୁଟଆଉଟକୁ ଯାଇଥିଲା। ତେବେ ପ୍ରଥମ ସୁଟଆଉଟରେ ୫ଟି ସୁଯୋଗ ପାଇ ଦୁହେଁ ୩-୩ ଗୋଲ ଦେବାପରେ ଦ୍ବିତୀୟ ପେନାଲ୍ଟି ସୁଟ୍ ଆଉଟ୍ ଖେଳ ହୋଇଥିଲା। ଦ୍ବିତୀୟରେ ସ୍ପେନ ପ୍ରଥମ ଗୋଲ ଦେଇ ମାଲେସିଆକୁ ୪-୩ ଗୋଲରେ ପରାସ୍ତ କରିଛି। ଫଳରେ କ୍ବାର୍ଟରରେ ଅଷ୍ଟ୍ରେଲିଆକୁ ଭେଟିବ ସ୍ପେନ।

Leave A Reply

Your email address will not be published.