ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

ଆହୁରି ଶକ୍ତିଶାଳୀ ହେଲା ଭାରତୀୟ ନୌସେନା

0

ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେଲା ଭାରତୀୟ ନୌସେନା। ଶତ୍ରୁ ରାଷ୍ଟ୍ର ବିରୋଧରେ ଲଢ଼ିବା ପାଇଁ ଆଜି ଭାରତୀୟ ନୌସେନାରେ ସାମିଲ ହେବ ଫିପଥ୍ ଡିଜେଲ ଇଲେକ୍ଟ୍ରିକ ସ୍କର୍ପିନ ଆଇଏନଏସ ବାଗିର। ନୌସେନାର ସାମିଲ ହେବା ଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ଆଣ୍ଟି ସରଫେସ ଓ୍ବାରଫେର, ଆଣ୍ଟିସବମେରିନ ଓ୍ବାରଫେର, ଇଣ୍ଟେଲିଜେନସି ଗ୍ୟାଦରିଂ, ସର୍ଭେଲାନ୍ସ ମିସନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଛି ଆଇଏନଏସ ବାଗିର । କାଲଭାରି ଶ୍ରେଣୀର ଏହି ସବମେରିନ ମଧ୍ୟରୁ ଆଇଏନଏସ କାଲଭାରି, ଆଇଏନଏସ କରଞ୍ଜ, ଆଇଏନଏସ ବେଳା ଭାରତୀୟ ନୌସେନାରେ ସାମିଲ ହୋଇସାରିଛି। ସୀମା ବିବାଦ ମଧ୍ୟରେ ଉଭୟ ବାୟୁସେନା ଓ ନୌସେନା ନିଜକୁ ଶକ୍ତିଶାଳୀ କରୁଛନ୍ତି।

ପ୍ରଥମ ଥର ଲାଗି ୧୯୭୩ ନଭେମ୍ବର ୧ରେ ଆଇଏନଏସ ବାଗିରର ପ୍ରଥମ ଭର୍ସନ ନୌସେନାରେ ସାମିଲ ହୋଇଥିଲା। ଏହା ପରଠାରୁ ଅନେକ ମିସନରେ ନିଜର ସଫଳ ପରାକାଷ୍ଠା ପ୍ରଦର୍ଶନ କରିଆସିଛି ଆଇଏନଏସ ବାଗିର। ଏହି ଜାହାଜ ପାଣି ଉପରେ ଘଣ୍ଟା ପ୍ରତି ୨୦ କିଲୋମିଟର ଓ ପାଣି ଭିତରେ ଘଣ୍ଟା ପ୍ରତି ୪୦ କିଲୋମିଟର ବେଗରେ ଯାଇପାରିବ ।

Leave A Reply

Your email address will not be published.