ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଆଜିଠାରୁ ଆରମ୍ଭ ହେଲା କେନ୍ଦ୍ରୀୟ ବଜେଟ୍ ଅଧିବେଶନ

0

ନୂଆଦିଲ୍ଲୀ; ଆଜିଠାରୁ ଆରମ୍ଭ ହୋଇଗଲା କେନ୍ଦ୍ରୀୟ ବଜେଟ୍ ଅଧିବେଶନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ସଦସ୍ୟଙ୍କୁ ଉଦବୋଧନ ଦେବା ପରେ ଆରମ୍ଭ ହେଇଛି ୨୦୨୩-୨୪ ଆର୍ଥକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ।

ଏଥର ବଜେଟ୍ ଅଧିବେଶନ ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ୱିତୀୟ ଅଧିବେଶନ ମାର୍ଚ୍ଚ ୧୨ରୁ ଆରମ୍ଭ ହୋଇ ଏପ୍ରିଲ ୬ରେ ଶେଷ ହେବ । ଏହି ଅଧିବେଶନ ରେ ୨୭ଟି କାର୍ଯ୍ୟ ଦିବସ ରହିଛି। ଏହି ଅଧିବେଶନରେ ସରକାର ବଜେଟ ସମେତ ୩ଟି ବିଲ୍‌ ଆଣିବା ପାଇଁ ଯୋଜନା ରଖିଛନ୍ତି। ଅଧିବେଶନ ଏପ୍ରିଲ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ମଝିରେ ବଜେଟ ପେପର ଯାଞ୍ଚ ଲାଗି ମାସେ ସମୟ ଅବକାଶ ରହିବ ।

ଅଧିବେଶନର ପ୍ରଥମ ୨ ଦିନ ପ୍ରଶ୍ନକାଳ ଓ ଶୂନ୍ୟକାଳ ରହିବ ନାହିଁ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ମୋଦି ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହେବ । ଏଣୁ ଏଥିଲାଗି ଉଭୟ ଶାସକ ଓ ବିରୋଧି ଦଳ ନିଜ ନିଜ ରଣନୀତି ପ୍ରସ୍ତୁତିରେ ଲାଗି ପଡିଛନ୍ତି।

Leave A Reply

Your email address will not be published.