ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ପୁନଃବିକଶିତ ହେବ ସୁଆଣ୍ଡୋ

0
  • ୫ଟି ସଚିବଙ୍କ ସୁଆଣ୍ଡୋ ପରିଦର୍ଶନ
  • ଉତ୍କଳମଣି ଙ୍କ ଗାଁ ଶିବ ମନ୍ଦିର ର ପୁନରୁଦ୍ଧାର ଓ ପ୍ରତିଷ୍ଠା .

ଭୁବନେଶ୍ବର; ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଆଜି ପୁରୀ ଜିଲ୍ଲାର ସୁଆଣ୍ଡୋସ୍ଥିତ ଗୋପବନ୍ଧୁଙ୍କ ଜନ୍ମପୀଠର ପରିଦର୍ଶନ କରି ଏହାର ପୁନଃବିକାଶ କାର୍ଯ୍ୟ ତଦାରଖ କରିଥିଲେ । ଉତ୍କଳମଣି ଙ୍କ ଗାଁ ଶିବ ମନ୍ଦିର ଲୋକେଶ୍ୱର ଶିବ ମନ୍ଦିର ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା। ସୁଆଣ୍ଡୋ ବାସୀଙ୍କ ଅନୁରୋଧ କ୍ରମେ ଲୋକେଶ୍ୱର ମନ୍ଦିରର ପୁନଃନିର୍ମାଣ କାର୍ଯ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ପନ୍ନ କରାଯାଇଛି। ଏହାର ପ୍ରତିଷ୍ଠା ଉତ୍ସବ ଆଜି ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଶ୍ରୀ ପାଣ୍ଡିଆନ ଯୋଗ ଦେଇ ପୂର୍ଣ୍ଣାହୁତିରେ ମଧ୍ୟ ଅଂଶଗ୍ରହଣ କରିଥିଲେ ।

ପରେ ଶ୍ରୀ ପାଣ୍ଡିଆନ ଉତ୍କଳମଣିଙ୍କ ଷଠୀଘର, ଢିଙ୍କିଶାଳ ଆଦିର ସଂରକ୍ଷଣ କାର୍ଯ୍ୟ ପରିଦର୍ଶନ କରିବା ସହିତ ଗାଁ ପୋଖରୀର ପୁର୍ନରୁଦ୍ଧାର କାର୍ଯ୍ୟ ତଥା ସଂଗ୍ରହାଳୟ କାର୍ଯ୍ୟ ବୁଲି ଦେଖିଥିଲେ ଏବଂ କାର୍ଯ୍ୟର ଅଗ୍ରଗତିରେ ସନ୍ତୋଷ ପ୍ରକାଶ କରିଥିଲେ । ସେବା ଓ ସଂଗ୍ରାମର ପ୍ରତୀକ ଉତ୍କଳମଣି ଓଡିଆ ଜନମାନସର ଅଦ୍ବିତୀୟ ନେତା । ଦେଶ ପାଇଁ, ଜାତି ପାଇଁ ତାଙ୍କର ତ୍ୟାଗ ଆଜି ତାଙ୍କୁ ଅମର କରି ରଖିଛି। ଗୋପବନ୍ଧୁଙ୍କ ଜନ୍ମସ୍ଥାନ ଏବଂ ସୁଆଣ୍ଡୋ ର ବିକାଶ କାର୍ଯ୍ୟ ପଣ୍ଡିତ ଗୋପବନ୍ଧୁଙ୍କ ପରିବାର ତଥା ସୁଆଣ୍ଡୋ ଜନସାଧାରଣଙ୍କ ସହଯୋଗରେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଗାମୀ ୨୩ ତାରିଖରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋର ପୁନଃବିକଶିତ ଜନ୍ମ ପୀଠର ଲୋକାର୍ପଣ କରିବେ।

Leave A Reply

Your email address will not be published.