ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ସମ୍‌ରେ ଷ୍ଟେମ୍‌ସେଲ୍ ପ୍ରତ୍ୟାରୋପଣ ଦ୍ୱାରା ଜଟିଳ ରକ୍ତ କର୍କଟ ରୋଗର ସଫଳ ଚିକିତ୍ସା

0

ଭୁବନେଶ୍ୱର, ୧୦/୦୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡାକ୍ତରମାନେ ମଲ୍ଟିପଲ୍ ମାଇଲୋମା ଭଳି ଏକ ଜଟିଳ ରକ୍ତ କର୍କଟ ରୋଗରେ ପୀଡ଼ିତ ଥିବା ଜଣେ ୫୨ ବର୍ଷୀୟା ମହିଳାଙ୍କୁ ଷ୍ଟେମ୍‌ସେଲ୍ ପ୍ରତ୍ୟାରୋପଣ ମାଧ୍ୟମରେ ସୁସ୍ଥ କରିବାରେ ସଫଳ ହୋଇଛନ୍ତି ।
ଦୀର୍ଘ ଅଠର ମାସ ପୂର୍ବେ ରୋଗୀ ଜଣକ ମଲ୍ଟିପଲ ମାଇଲୋମା ରୋଗରେ ପୀଡ଼ିତା ବୋଲି ଚିହ୍ନଟ ହେବା ପରେ ଏକ ଘରୋଇ ହସ୍ପିଟାଲ୍‌ରେ ତାଙ୍କର କେମୋଥେରାପି ଚିକିତ୍ସା ଚାଲିଥିଲା । ତେବେ ଷ୍ଟେମ୍‌ସେଲ୍ ପ୍ରତ୍ୟାରୋପଣ ନିମନ୍ତେ ତାଙ୍କୁ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେବାକୁ କୁହାଯାଇଥିଲା ।

ସମ୍ ହସ୍ପିଟାଲ୍‌ର ହେମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ପ୍ରିୟଙ୍କା ସାମଲ ଶୁକ୍ରବାର ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଏହି ରୋଗୀଙ୍କର ପୂର୍ବ ଚିକିତ୍ସା ଦ୍ୱାରା ବିଶେଷ ଉନ୍ନତି ପରିଲକ୍ଷିତ ହୋଇ ନଥିବାରୁ ତାଙ୍କର ଚିକିତ୍ସା ଭିନ୍ନ ପ୍ରକ୍ରିୟାରେ ହୋଇଥିଲା । ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ ଚିକିତ୍ସା ପୂର୍ବରୁ ସମ୍ପୃକ୍ତ ରୋଗୀଙ୍କର ପରିବାର ଓ ରୋଗୀଙ୍କ ସହିତ ଏହି ବିଷୟରେ ଆଲୋଚନା କରାଯାଇ ନିଷ୍ପତି ନିଆଯାଇଥିଲା ।ସମ୍ପୃକ୍ତ ରୋଗୀଙ୍କର ରୋଗ ଚିହ୍ନଟ ହେଲା ବେଳେ ତାଙ୍କର କିଡ୍‌ନୀ ଜନିତ ସମସ୍ୟା ମଧ୍ୟ ଥିଲା । ତେଣୁ ଅତି ସତର୍କତାର ସହ ତାଙ୍କର ଚିକିତ୍ସା କରାଯାଇଥିଲା । ଷ୍ଟେମ୍‌ସେଲ୍ପ୍ର ତ୍ୟାରୋପଣ ପରେ ସୁସ୍ଥ ଅବସ୍ଥାରେ ରୋଗୀଙ୍କୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଥିଲା ବୋଲି ପ୍ରଫେସର ସାମଲ କହିଥିଲେ ।

ସ୍ନେହଲତା ସାହୁ ନାମକ ଏହି ରୋଗୀଙ୍କର ଚିକିତ୍ସା ବିଷୟରେ ତଥ୍ୟ ପ୍ରଦାନ କରି ପ୍ରଫେସର ସାମଲ କହିଥିଲେ ଯେ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଉପରେ ଧ୍ୟାନ ରଖି କେମୋଥେରାପି ଦ୍ୱାରା ତାଙ୍କର ଅବସ୍ଥାରେ କିଛିଟା ସୁଧାର ଆସିବା ପରେ ଏବଂ ଅନ୍ୟାନ୍ୟ ବିଭାଗରୁ ଅନୁମତି ମିଳିବା ପରେ ତାଙ୍କ ଶରୀରରେ ଏହି ଷ୍ଟେମ୍‌ସେଲ୍ ପ୍ରତ୍ୟାରୋପଣ କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଫେସର ସାମଲଙ୍କ ବ୍ୟତୀତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଗିରିଜାନନ୍ଦିନୀ କାନୁନ୍‌ଗୋ ଏବଂ ହେମାଟୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ପ୍ରୀତିଶ ଚନ୍ଦ୍ର ପାତ୍ର ଉପସ୍ଥିତ ଥିଲେ ।

ସମ୍ ହସ୍ପିଟାଲ୍‌ରେ ମଲ୍ଟି ଡିସିପ୍ଲିନାରୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଉପଲବ୍ଧ ଥିବାରୁ ହେମାଟୋଲୋଜି ବିଭାଗ ଏବଂ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର ମିଳିତ ସହଯୋଗରେ ଏହି ଚିକିତ୍ସା କରାଯାଇଥିଲା । ଏହି ପ୍ରକ୍ର୍ରିୟା ବିଷୟରେ ପ୍ରକାଶ କରି ପ୍ରଫେସର ସାମଲ କହିଥିଲେ ଯେ ରୋଗୀଙ୍କ ଶରୀରରେ କର୍କଟ ଆକ୍ରାନ୍ତ କୋଷଗୁଡ଼ିକ ପ୍ରାୟ ନଷ୍ଟ ହୋଇ ସାରିବା ପରେ ହାଇଡୋଜ କେମୋଥେରାପି ଦ୍ୱାରା ଶରୀରର କୋଷଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରାଯାଇଥିଲା । ଏହା ପରେ ରୋଗୀଙ୍କ ଶରୀରରୁ ସଂଗ୍ରହ କରାଯାଇଥିବା ସୁସ୍ଥ କୋଷଗୁଡ଼ିକୁ ଶରୀର ମଧ୍ୟକୁ ଛଡ଼ା ଯାଇଥିଲା । ଏହି ପ୍ରକ୍ରିୟା ହସ୍ପିଟାଲ୍‌ର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗ ଦ୍ୱାରା କରାଯାଇଥିଲା ।

ଏହା ଏକ କଷ୍ଟସାଧ୍ୟ ପ୍ରକ୍ରିୟା ଯାହା ଯତ୍ନର ସହିତ ପରିଚାଳନା ହୋଇଥିଲା ଏବଂ ଏହି ପ୍ରକିୟା ନିମନ୍ତେ ସମସ୍ତ ସୁବିଧା ସମ୍ ହସ୍ପିଟାଲ୍‌ରେ ଉପଲବ୍ଧ ଅଛି ବୋଲି ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର କାନୁନ୍‌ଗୋ କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ରୋଗୀ ସ୍ନେହଲତା ସାହୁ ଉପସ୍ଥିତ ରହି ସୁସ୍ଥ ହେବା ପରେ ଦୀର୍ଘ ୬ ମାସ ଧରି ଡାକ୍ତରମାନେ ନିୟମିତ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ଧ୍ୟାନ ରଖିଛନ୍ତି ବୋଲି କହିଥିଲେ । ଆର୍ଥିକ ସମସ୍ୟା ଯୋଗୁଁ ଅନେକ ଦିନ ଧରି ନିଜର ଚିକିତ୍ସା କରିପାରି ନଥିଲେ ମଧ୍ୟ ସ୍ନୋହଲତାଙ୍କ ଚିକିତ୍ସା ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ସଂପୂର୍ଣ୍ଣ କରାଯାଇପାରିଥିଲା ବୋଲି କହିଥିଲେ । ପ୍ରଫେସର ସାମନ୍ତସିଂହାର କହିଥିଲେ ଯେ ସମ୍ ହସ୍ପିଟାଲ୍‌କୁ ଆସୁଥିବା ୭୫ ପ୍ରତିଶତ ରୋଗୀ ବିଏସ୍‌କେୱାଇ ଯୋଜନା ମାଧ୍ୟମରେ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.