ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ସରିଲା ଅଭିଯୁକ୍ତ ଗୋପାଳ ଦାସର ନାର୍କୋ ଟେଷ୍ଟ

0

ଝାରସୁଗୁଡା; ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଗୋପାଳକୃଷ୍ଣ ଦାସର ନାର୍କୋ ଟେଷ୍ଟ ଶେଷ ହୋଇଛି। ଗୁଜରାଟର ଗାନ୍ଧିନଗରସ୍ଥିତ ଡିଏଫ୍ଏସରେ ଗୋପାଳର ନାର୍କୋ ଟେଷ୍ଟ କରାଯାଇଛି। ନାର୍କୋ ଟେଷ୍ଟ ପରେ ଅଚେତ ହୋଇପଡ଼ିଛି ଗୋପାଳ । ପରୀକ୍ଷା ସମୟରେ ନିଶ୍ଚେତକ ଦିଆଯାଇଥିବାରୁ ଗୋପାଳ ଏବେ ବେହୋସ ଅଛି । ଆଗାମୀ କିଛି ଘଣ୍ଟା ତାକୁ ଅବଜରଭେସନରେ ରଖାଯିବ । ଅଭିଯୁକ୍ତର ସ୍ବାସ୍ଥ୍ୟବସ୍ଥା ଉପରେ ସ୍ବତନ୍ତ୍ର ଡାକ୍ତରୀ ଦଳ ନଜର ରଖିଛନ୍ତି । ସେଠାରୁ କାଲି ଗୋପାଳକୁ ଝାରସୁଗୁଡ଼ା ଅଣାଯିବ ।

ସୂଚନାଯୋଗ୍ୟ, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଗତ ୨୯ ତାରିଖ ଦିନ ପ୍ରାୟ ସାଢ଼େ ୧୨ଟାରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଠାରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ। ସେ ସେହି କାର୍ଯ୍ୟକ୍ରମସ୍ଥଳରେ ପହଞ୍ଚି ମଂଚାସୀନ ହେବା ପୂର୍ବରୁ ତାଙ୍କୁ ବ୍ରଜରାଜନଗର ଗାନ୍ଧିଛକ ଫାଣ୍ଡିରେ ମୁତୟନ ହୋଇଥିବା ପୁଲିସ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ ଗୁଳି କରିଥିଲା। ନବ ଦାସଙ୍କ ଛାତିରେ ଗୁଳି ବାଜିଥିବାରୁ ସେ ଘଟଣାସ୍ଥଳରେ ହିଁ ତଳେ ପଡ଼ିଯାଇଥିଲେ। ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବରକୁ ଏୟାରଲିଫ୍ଟ କରାଯାଇଥିଲା। ଭୁବନେଶ୍ବରସ୍ଥିତ ଆପଲୋ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା। ଏହି ଘଟଣାରେ ଅଭିଯୁକ୍ତ ଏଏଏସ୍‌ଆଇ ଗୋପାଳକୃଷ୍ଣକୁ ପୁଲିସ ଗିରଫ କରିଛି। କ୍ରାଇମ୍‌ବ୍ରାଞ୍ଚ ଏହି ଘଟଣାର ତଦନ୍ତ ଜାରି ରଖିଛି

କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୮ ଜଣିଆ ଟିମ୍ ଗାନ୍ଧୀନଗରରେ ଗୋପାଳକୁ ଜେରା କରିଛନ୍ତି । ପୂର୍ବରୁ ଗୋପାଳର ଏଲଭିଏ ଟେଷ୍ଟ କରାଯିବା ସହ ଘଟଣାସ୍ଥଳରେ କ୍ରାଇମସିନ୍ ରିକ୍ରିଏସନ୍ କରାଯାଇଛି । ସେପଟେ ଆସନ୍ତା ୧୩ ତାରିଖରୁ ସରୁଛି ଗୋପାଳର ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି । ଗତ ୯ ତାରିଖରୁ ଗୋପାଳକୁ ତୃତୀୟ ପର୍ଯ୍ୟାୟରେ ୫ଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇବ୍ରାଞ୍ଚ ।

Leave A Reply

Your email address will not be published.