ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଦୁଇ ଦିନ ଓଡିଶାରେ ରହି ଫେରିଗଲେ ରାଷ୍ଟ୍ରପତି

0

ଭୁବନେଶ୍ବର; ଆଜି ସକାଳୁ କଡା ସୁରକ୍ଷା ଭିତରେ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ପହଞ୍ଚିଥିଲେ ରାଷ୍ଟ୍ରପତି । ଆଦିବାସୀ ନୃତ୍ୟଗୀତରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରାଯାଇଥିଲା । ତେବେ ପୂଜା କରିବା ପୂର୍ବରୁ ବିନ୍ଦୁ ସାଗରରେ ପାଦ ଧୋଇ ଖାଲି ପାଦରେ ଚାଲି ଚାଲି ମନ୍ଦିରରେ ପ୍ରବେଶ କରିଥିଲେ ରାଷ୍ଟ୍ରପତି । ପ୍ରଥମେ ସିଦ୍ଧିବିନାୟକଙ୍କ ନିକଟରେ ପୂଜା କରିବା ପରେ ଗର୍ଭଗୃହରେ ଲିଙ୍ଗରାଜଙ୍କ ନିକଟରେ ଜଳାଭିଷେକ, ବେଲପତ୍ର ଓ ଫୁଲ ବରଣ କରି ପ୍ରାୟ ୪୦ ମିନିଟ୍ ଧରି ପୂଜାର୍ଚ୍ଚନା କରିଥିଲେ ଦ୍ରୌପଦୀ ମୁର୍ମୁ ।

ଗର୍ଭଗୃହରେ ପୂଜାର୍ଚ୍ଚନା ପରେ ପାର୍ବତୀ ମନ୍ଦିର ଯାଇ ଦର୍ଶନ କରିଥିଲେ ଦ୍ରୌପଦୀ ମୁର୍ମୁ । ଏହାପରେ ଭୁବନେଶ୍ୱରୀ ଓ ନନ୍ଦୀ ଦର୍ଶନ କରିବା ସହ ଅରୁଣ ସ୍ତମ୍ଭ ନିକଟରେ ସେବାୟତଙ୍କୁ ଉତ୍ତରୀୟ ବସ୍ତ୍ର ଦେଇଛନ୍ତି ରାଷ୍ଟ୍ରପତି । ଲିଙ୍ଗରାଜ ମନ୍ଦିରର ବଡୁ ନିଯୋଗ ଭିଭିଆଇପି ବୁକରେ ନିଜ ମତ ରଖିଛନ୍ତି ରାଷ୍ଟ୍ରପତି । ଶାନ୍ତସ୍ନିଗ୍ଧ ପରିବେଶରେ ଲିଙ୍ଗରାଜଙ୍କ ଦର୍ଶନ କରି ଦିବ୍ୟ ଅନୁଭବ କରିବା ସହ ଦେଶବାସୀ ତଥା ବିଶ୍ୱ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିବା କଥା ଲେଖିଛନ୍ତି ରାଷ୍ଟ୍ରପତି ।

ଏହି ଅବସରରେ ରାଷ୍ଟ୍ରପତିଙ୍କୁ ଦିଆଯାଇଛି ପ୍ରଭୁ ଲିଙ୍ଗରାଜଙ୍କ ବିଶ୍ୱପ୍ରସିଦ୍ଧ କୋରାଖଇ । ପୂଜାର୍ଚ୍ଚନା ସାରି ମନ୍ଦିର ବାହରକୁ ବାହାରିଥିଲେ ଦ୍ରୌପଦୀ ମୁର୍ମୁ । ସୁରକ୍ଷା ପ୍ରୋଟୋକଲ ଭାଙ୍ଗି ମୟୂରଭଞ୍ଜରୁ ଆସିଥିବା କଳାକାରମାନଙ୍କୁ ଭେଟି ସେମାନଙ୍କ କିଛି ସମୟ ବିତାଇଥିଲେ ରାଷ୍ଟ୍ରପତି । ଏନେଇ ବେଶ ଖୁସି ଜାହିର କରିଛନ୍ତି ମୟୂରଭଞ୍ଜରୁ ଆସିଥିବା କଳାକାର ।

ଏହାପରେ କଟକ ଯାଇ ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନର ଦ୍ୱିତୀୟ ଭାରତୀୟ ରାଇସ କଂଗ୍ରେସକୁ ଉଦଘାଟନ କରିଥିଲେ। ରାଷ୍ଟପତି ଦ୍ରୌପଦୀ ମୁର୍ମୁ । ସେ କହିଛନ୍ତି ଚାଉଳ ଉତ୍ପାଦନ ଦେଶର ଅର୍ଥନୀତିକୁ ସମୃଦ୍ଧ କରିଛି । ସେହିପରି ଧାନ ଅମଳ ପାଇଁ ଅଧିକ ସାର ବଦଳରେ ଇକୋ ଫ୍ରେଣ୍ଡଲି ଚାଷକୁ ଗୁରୁତ୍ୱ ଦେଇଛନ୍ତି ରାଷ୍ଟ୍ରପତି । ରାଜ୍ୟପାଳ ଗଣେଶୀ ଲାଲଙ୍କ ସହ ଦ୍ୱିତୀୟ ଭାରତୀୟ ରାଇସ କଂଗ୍ରେସରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ

ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସମେତ ନ୍ୟାସନାଲ ରାଇସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଶେଷ ପରେ ରାଷ୍ଟ୍ରପତି ହେଲିକପ୍ଟର ଯୋଗୁ ଭୁବନେଶ୍ୱର ଫେରି ଯାଇଥିବା ବେଳେ ସେଠାରୁ ସେ ନୂଆଦିଲ୍ଲୀ ଅଭିମୁଖେ ଫେରି ଯାଇଛନ୍ତି। ରାଷ୍ଟ୍ରପତିଙ୍କ କଟକ ଗସ୍ତ ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ କଟକ ଡିସିପି ପିନାକ ମିଶ୍ର ନିଜେ ଏହାର ତଦାରଖ କରିଥିଲେ।

Leave A Reply

Your email address will not be published.