ପ୍ରମୁଖ ଖବର

ଆଇପିଏସ୍‌ସ୍ତରରେ ଅଦଳବଦଳ: ସୁଶାନ୍ତ କୁମାର ନାଥ ହେଲେ ଜେଲ୍ ଡିଜି
ଦିଲ୍ଲୀରେ ପ୍ରବଳ ବର୍ଷା ଓ ଝଡ଼ତୋଫାନ
ଡାକ୍ତରଙ୍କୁ କେବଳ ଜେନେରିକ ଔଷଧ ଲେଖିବା ପାଇଁ ବାଧ୍ୟତାମୂଳକ କରାଯିବା ଉଚିତ: ସୁପ୍ରିମକୋର୍ଟ
ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ: ଚଳିତ ମାଟ୍ରିକ୍ ରେଜଲ୍ଟରେ ଛାତ୍ରୀ ବାଜିମାରିନେଇଛନ୍ତି । ପାସ୍ ହାର ୯୪.୯୩ ପ୍ରତିଶତ ଥିବାବେଳେ ଛାତ୍ରୀଙ୍କ ପାସ୍ ହାର ୯୬ ପ୍ରତିଶତ ରହିଛି । ପୁଅଙ୍କ ପାସ୍ ହାର ୯୪ ପ୍ରତିଶତ ରହିଛି
କୋରାପୁଟ: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ସିଡିପିଓ ଏବଂ ଅଙ୍ଗନୱାଡି କର୍ମୀ

ଦୁଇ ଦିନ ଓଡିଶାରେ ରହି ଫେରିଗଲେ ରାଷ୍ଟ୍ରପତି

0

ଭୁବନେଶ୍ବର; ଆଜି ସକାଳୁ କଡା ସୁରକ୍ଷା ଭିତରେ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ପହଞ୍ଚିଥିଲେ ରାଷ୍ଟ୍ରପତି । ଆଦିବାସୀ ନୃତ୍ୟଗୀତରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରାଯାଇଥିଲା । ତେବେ ପୂଜା କରିବା ପୂର୍ବରୁ ବିନ୍ଦୁ ସାଗରରେ ପାଦ ଧୋଇ ଖାଲି ପାଦରେ ଚାଲି ଚାଲି ମନ୍ଦିରରେ ପ୍ରବେଶ କରିଥିଲେ ରାଷ୍ଟ୍ରପତି । ପ୍ରଥମେ ସିଦ୍ଧିବିନାୟକଙ୍କ ନିକଟରେ ପୂଜା କରିବା ପରେ ଗର୍ଭଗୃହରେ ଲିଙ୍ଗରାଜଙ୍କ ନିକଟରେ ଜଳାଭିଷେକ, ବେଲପତ୍ର ଓ ଫୁଲ ବରଣ କରି ପ୍ରାୟ ୪୦ ମିନିଟ୍ ଧରି ପୂଜାର୍ଚ୍ଚନା କରିଥିଲେ ଦ୍ରୌପଦୀ ମୁର୍ମୁ ।

ଗର୍ଭଗୃହରେ ପୂଜାର୍ଚ୍ଚନା ପରେ ପାର୍ବତୀ ମନ୍ଦିର ଯାଇ ଦର୍ଶନ କରିଥିଲେ ଦ୍ରୌପଦୀ ମୁର୍ମୁ । ଏହାପରେ ଭୁବନେଶ୍ୱରୀ ଓ ନନ୍ଦୀ ଦର୍ଶନ କରିବା ସହ ଅରୁଣ ସ୍ତମ୍ଭ ନିକଟରେ ସେବାୟତଙ୍କୁ ଉତ୍ତରୀୟ ବସ୍ତ୍ର ଦେଇଛନ୍ତି ରାଷ୍ଟ୍ରପତି । ଲିଙ୍ଗରାଜ ମନ୍ଦିରର ବଡୁ ନିଯୋଗ ଭିଭିଆଇପି ବୁକରେ ନିଜ ମତ ରଖିଛନ୍ତି ରାଷ୍ଟ୍ରପତି । ଶାନ୍ତସ୍ନିଗ୍ଧ ପରିବେଶରେ ଲିଙ୍ଗରାଜଙ୍କ ଦର୍ଶନ କରି ଦିବ୍ୟ ଅନୁଭବ କରିବା ସହ ଦେଶବାସୀ ତଥା ବିଶ୍ୱ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିବା କଥା ଲେଖିଛନ୍ତି ରାଷ୍ଟ୍ରପତି ।

ଏହି ଅବସରରେ ରାଷ୍ଟ୍ରପତିଙ୍କୁ ଦିଆଯାଇଛି ପ୍ରଭୁ ଲିଙ୍ଗରାଜଙ୍କ ବିଶ୍ୱପ୍ରସିଦ୍ଧ କୋରାଖଇ । ପୂଜାର୍ଚ୍ଚନା ସାରି ମନ୍ଦିର ବାହରକୁ ବାହାରିଥିଲେ ଦ୍ରୌପଦୀ ମୁର୍ମୁ । ସୁରକ୍ଷା ପ୍ରୋଟୋକଲ ଭାଙ୍ଗି ମୟୂରଭଞ୍ଜରୁ ଆସିଥିବା କଳାକାରମାନଙ୍କୁ ଭେଟି ସେମାନଙ୍କ କିଛି ସମୟ ବିତାଇଥିଲେ ରାଷ୍ଟ୍ରପତି । ଏନେଇ ବେଶ ଖୁସି ଜାହିର କରିଛନ୍ତି ମୟୂରଭଞ୍ଜରୁ ଆସିଥିବା କଳାକାର ।

ଏହାପରେ କଟକ ଯାଇ ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନର ଦ୍ୱିତୀୟ ଭାରତୀୟ ରାଇସ କଂଗ୍ରେସକୁ ଉଦଘାଟନ କରିଥିଲେ। ରାଷ୍ଟପତି ଦ୍ରୌପଦୀ ମୁର୍ମୁ । ସେ କହିଛନ୍ତି ଚାଉଳ ଉତ୍ପାଦନ ଦେଶର ଅର୍ଥନୀତିକୁ ସମୃଦ୍ଧ କରିଛି । ସେହିପରି ଧାନ ଅମଳ ପାଇଁ ଅଧିକ ସାର ବଦଳରେ ଇକୋ ଫ୍ରେଣ୍ଡଲି ଚାଷକୁ ଗୁରୁତ୍ୱ ଦେଇଛନ୍ତି ରାଷ୍ଟ୍ରପତି । ରାଜ୍ୟପାଳ ଗଣେଶୀ ଲାଲଙ୍କ ସହ ଦ୍ୱିତୀୟ ଭାରତୀୟ ରାଇସ କଂଗ୍ରେସରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ

ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସମେତ ନ୍ୟାସନାଲ ରାଇସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଶେଷ ପରେ ରାଷ୍ଟ୍ରପତି ହେଲିକପ୍ଟର ଯୋଗୁ ଭୁବନେଶ୍ୱର ଫେରି ଯାଇଥିବା ବେଳେ ସେଠାରୁ ସେ ନୂଆଦିଲ୍ଲୀ ଅଭିମୁଖେ ଫେରି ଯାଇଛନ୍ତି। ରାଷ୍ଟ୍ରପତିଙ୍କ କଟକ ଗସ୍ତ ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ କଟକ ଡିସିପି ପିନାକ ମିଶ୍ର ନିଜେ ଏହାର ତଦାରଖ କରିଥିଲେ।

Leave A Reply

Your email address will not be published.