ପ୍ରମୁଖ ଖବର

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ଗିରଫ ପ୍ରଧାନ ଶିକ୍ଷକ ନିଲମ୍ବିତ
ରାଜ୍ୟରେ ଖୋଲିବ ୮ଟି ନୂଆ ଏଡିଜେ କୋର୍ଟ
ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି
ସବୁ ରାଜସ୍ୱ କାର୍ଯ୍ୟାଳୟରେ ଲାଗିବ ବାୟୋମେଟ୍ରିକ
ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ୨ ବର୍ଷ ପାଇଁ ଆଇଏମଡି ମହାନିର୍ଦ୍ଦେଶକ ଭାବରେ ପୁନଃନିଯୁକ୍ତି
ଅପାରଗ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର : ସରକାରଙ୍କ ଚେତାବନୀ
୧୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଜୁନିଅର କ୍ଲର୍କ
ମହିଳା ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ହେଲେ ବବିତା ପାତ୍ର

ଅବଦୁର୍‌ ରହେମାନକୁ ୭ ବର୍ଷ ୫ ମାସ ଜେଲ୍ ଦଣ୍ଡାଦେଶ

0

ନୂଆଦିଲ୍ଲୀ; ଦିଲ୍ଲୀ ପୁଲିସ ଦ୍ବାରା ଗିରଫ ହୋଇଥିବା କଟକର ଅବଦୁର‌ ରହେମାନକୁ ଆଜି ଦଣ୍ଡବିଧାନ ହୋଇଛି। ତାକୁ  ୭ ବର୍ଷ ୫ ମାସ ଜେଲ୍ ଦଣ୍ଡାଦେଶ ସହ ଅନ୍ୟ ତିନି ସହଯୋଗୀଙ୍କୁ ମଧ୍ୟ ସମାନ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଏହାସହ ୨୫ ହଜାର ଲେଖାଏଁ ଜରିମାନା ଦଣ୍ଡାଦେଶ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ; ଉଲ୍ଲେଖଯୋଗ୍ୟ ଯେ ୨୦୧୫ରେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଏକ ଏତଲାରେ ଦର୍ଶାଇଥିଲା ଯେ ଅଲ କାଏଦା ଭାରତରେ ନିଜର ନେଟୱର୍କ ସଂପ୍ରସାରଣ କରିବା ପାଇଁ ଚେଷ୍ଟା କରୁଛି। ରହେମାନକୁ କମିସନରେଟ୍‌ ପୁଲିସ ସହାୟତାରେ ଦିଲ୍ଲୀ ପୁଲିସ ୨୦୧୫ ଡିସେମ୍ବର ୧୬ ତାରିଖରେ ଜଗତପୁର ଥାନା ଅନ୍ତର୍ଗତ ପଶ୍ଚିମକଚ୍ଛରୁ ଗିରଫ କରିଥିଲା।

ଏହି ଘଟଣା ସେତେବେଳେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ରହେମାନକୁ ଦିଲ୍ଲୀ ନିଆଯିବା ପରେ ସେଠାରେ ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ସମେତ ଅନ୍ୟ ରାଜ୍ୟର ପୁଲିସ୍‌‌ ତାକୁ ଜେରା କରି ତଥ୍ୟ ହାସଲ ପାଇଁ ଉଦ୍ୟମ କରିଥିଲେ। ସେ ଟାଙ୍ଗୀ ଥାନା ଅନ୍ତର୍ଗତ ବିଲତେରୁଆଁ ଅଞ୍ଚଳରେ ଏକ ମଦ୍ରାସା ଖୋଲି ସେଠାରେ ଝାଡ଼ଖଣ୍ତ, ବିହାର ଅଞ୍ଚଳର ପିଲାଙ୍କୁ ଆଣି ଶିକ୍ଷା ଦେଉଥିଲା। ଓଡିଶା ଲିଙ୍କ୍‌ ସମ୍ପର୍କରେ ଖୋଳତାଡ ପାଇଁ କ୍ରାଇମ୍‌ବ୍ରାଞ୍ଚ ତାକୁ ଦୁଇଟି ପର୍ଯ୍ୟାୟରେ ୧୭ ଦିନ ରିମାଣ୍ଡରେ ନେଇ ଜେରା କରିଥିଲା।

ରହେମାନ ବିରୋଧରେ ପୂର୍ବରୁ କ୍ରାଇମବ୍ରାଞ୍ଚ ସାଲେପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଦାଲତରେ ଅନ୍‌ଲଫୁଲ ଆକ୍ଟିଭିଟିଜ୍‌(ପ୍ରିଭେନସନ୍‌) ଆଇନ, ୧୯୬୭ର ଧାରା ୧୬, ୧୭, ୧୮, ୧୮-ବି, ୨୦, ୨୧, ୩୮, ୪୦ ଓ ଆଇପିସିର ଦଫା ୧୨୪-କରେ ଚାର୍ଜସିଟ୍‌ ଦାଖଲ କରିଥିଲା। ଏହି ସବୁ ଦଫାରେ ରୁଜୁ ମାମଲା ଦୌରା ଜଜଙ୍କ ନିକଟରେ ବିଚାର ଯୋଗ୍ୟ ହୋଇଥିବା ବେଳେ କଗନିଜାନ୍ସ ଗ୍ରହଣ ପରେ ମାମଲା ସାଲେପୁର ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରୁ କଟକ ଜିଲ୍ଲା ଓ ଦୌରା ଜଜ୍‌ ଅଦାଲତକୁ ଶୁଣାଣି ପାଇଁ ସ୍ଥାନାନ୍ତର ହୋଇଥିଲା।

ସେ ସଂଗଠନର ନିଯୁକ୍ତି କଥା ବୁଝୁଥିଲା ବୋଲି ପୋଲିସ୍ କହିଥିଲା। ଅନେକ ଥର ପାକିସ୍ତାନ ଯାଇ ଆତଙ୍କୀ ସଂଗଠନର ମୁଖିଆଙ୍କୁ ଭେଟିଥିଲା । ତଦନ୍ତ ସମୟରେ ଅବଦୁର ପାଖରୁ ମୋବାଇଲ୍, ଟାବଲେଟ୍ ଓ ପାସପୋର୍ଟ ଜବତ ହୋଇଥିଲା । ବେଆଇନ ମଦ୍ରାସା ଚଳାଇବା , ଅସ୍ତ୍ରଶସ୍ତ୍ର ତାଲିମ ଦେବା ଓ ଉତ୍ତେଜନା ପ୍ରବଣ ଭାଷଣ ଦେବା ଆଦିର ପ୍ରମାଣ ପୋଲିସ ହାତରେ ଲାଗିଥିଲା। ବାରମ୍ବାର ଅବଦୁରକୁ NIA ରିମାଣ୍ଡରେ ନେଇ ତଦନ୍ତ କରିସାରିଛି । ଅବଦୁର ସହିତ ତାର ତିନି ସହଯୋଗୀ ମହମ୍ମଦ ଆସିଫ, ଜାଫର ମସୁଦ ଓ ଅବଦୁଲ ସାମକୁ ମଧ୍ୟ ୭ବର୍ଷ ୫ମାସ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

Leave A Reply

Your email address will not be published.