ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଅବଦୁର୍‌ ରହେମାନକୁ ୭ ବର୍ଷ ୫ ମାସ ଜେଲ୍ ଦଣ୍ଡାଦେଶ

0

ନୂଆଦିଲ୍ଲୀ; ଦିଲ୍ଲୀ ପୁଲିସ ଦ୍ବାରା ଗିରଫ ହୋଇଥିବା କଟକର ଅବଦୁର‌ ରହେମାନକୁ ଆଜି ଦଣ୍ଡବିଧାନ ହୋଇଛି। ତାକୁ  ୭ ବର୍ଷ ୫ ମାସ ଜେଲ୍ ଦଣ୍ଡାଦେଶ ସହ ଅନ୍ୟ ତିନି ସହଯୋଗୀଙ୍କୁ ମଧ୍ୟ ସମାନ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଏହାସହ ୨୫ ହଜାର ଲେଖାଏଁ ଜରିମାନା ଦଣ୍ଡାଦେଶ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ; ଉଲ୍ଲେଖଯୋଗ୍ୟ ଯେ ୨୦୧୫ରେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଏକ ଏତଲାରେ ଦର୍ଶାଇଥିଲା ଯେ ଅଲ କାଏଦା ଭାରତରେ ନିଜର ନେଟୱର୍କ ସଂପ୍ରସାରଣ କରିବା ପାଇଁ ଚେଷ୍ଟା କରୁଛି। ରହେମାନକୁ କମିସନରେଟ୍‌ ପୁଲିସ ସହାୟତାରେ ଦିଲ୍ଲୀ ପୁଲିସ ୨୦୧୫ ଡିସେମ୍ବର ୧୬ ତାରିଖରେ ଜଗତପୁର ଥାନା ଅନ୍ତର୍ଗତ ପଶ୍ଚିମକଚ୍ଛରୁ ଗିରଫ କରିଥିଲା।

ଏହି ଘଟଣା ସେତେବେଳେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ରହେମାନକୁ ଦିଲ୍ଲୀ ନିଆଯିବା ପରେ ସେଠାରେ ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ସମେତ ଅନ୍ୟ ରାଜ୍ୟର ପୁଲିସ୍‌‌ ତାକୁ ଜେରା କରି ତଥ୍ୟ ହାସଲ ପାଇଁ ଉଦ୍ୟମ କରିଥିଲେ। ସେ ଟାଙ୍ଗୀ ଥାନା ଅନ୍ତର୍ଗତ ବିଲତେରୁଆଁ ଅଞ୍ଚଳରେ ଏକ ମଦ୍ରାସା ଖୋଲି ସେଠାରେ ଝାଡ଼ଖଣ୍ତ, ବିହାର ଅଞ୍ଚଳର ପିଲାଙ୍କୁ ଆଣି ଶିକ୍ଷା ଦେଉଥିଲା। ଓଡିଶା ଲିଙ୍କ୍‌ ସମ୍ପର୍କରେ ଖୋଳତାଡ ପାଇଁ କ୍ରାଇମ୍‌ବ୍ରାଞ୍ଚ ତାକୁ ଦୁଇଟି ପର୍ଯ୍ୟାୟରେ ୧୭ ଦିନ ରିମାଣ୍ଡରେ ନେଇ ଜେରା କରିଥିଲା।

ରହେମାନ ବିରୋଧରେ ପୂର୍ବରୁ କ୍ରାଇମବ୍ରାଞ୍ଚ ସାଲେପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଦାଲତରେ ଅନ୍‌ଲଫୁଲ ଆକ୍ଟିଭିଟିଜ୍‌(ପ୍ରିଭେନସନ୍‌) ଆଇନ, ୧୯୬୭ର ଧାରା ୧୬, ୧୭, ୧୮, ୧୮-ବି, ୨୦, ୨୧, ୩୮, ୪୦ ଓ ଆଇପିସିର ଦଫା ୧୨୪-କରେ ଚାର୍ଜସିଟ୍‌ ଦାଖଲ କରିଥିଲା। ଏହି ସବୁ ଦଫାରେ ରୁଜୁ ମାମଲା ଦୌରା ଜଜଙ୍କ ନିକଟରେ ବିଚାର ଯୋଗ୍ୟ ହୋଇଥିବା ବେଳେ କଗନିଜାନ୍ସ ଗ୍ରହଣ ପରେ ମାମଲା ସାଲେପୁର ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରୁ କଟକ ଜିଲ୍ଲା ଓ ଦୌରା ଜଜ୍‌ ଅଦାଲତକୁ ଶୁଣାଣି ପାଇଁ ସ୍ଥାନାନ୍ତର ହୋଇଥିଲା।

ସେ ସଂଗଠନର ନିଯୁକ୍ତି କଥା ବୁଝୁଥିଲା ବୋଲି ପୋଲିସ୍ କହିଥିଲା। ଅନେକ ଥର ପାକିସ୍ତାନ ଯାଇ ଆତଙ୍କୀ ସଂଗଠନର ମୁଖିଆଙ୍କୁ ଭେଟିଥିଲା । ତଦନ୍ତ ସମୟରେ ଅବଦୁର ପାଖରୁ ମୋବାଇଲ୍, ଟାବଲେଟ୍ ଓ ପାସପୋର୍ଟ ଜବତ ହୋଇଥିଲା । ବେଆଇନ ମଦ୍ରାସା ଚଳାଇବା , ଅସ୍ତ୍ରଶସ୍ତ୍ର ତାଲିମ ଦେବା ଓ ଉତ୍ତେଜନା ପ୍ରବଣ ଭାଷଣ ଦେବା ଆଦିର ପ୍ରମାଣ ପୋଲିସ ହାତରେ ଲାଗିଥିଲା। ବାରମ୍ବାର ଅବଦୁରକୁ NIA ରିମାଣ୍ଡରେ ନେଇ ତଦନ୍ତ କରିସାରିଛି । ଅବଦୁର ସହିତ ତାର ତିନି ସହଯୋଗୀ ମହମ୍ମଦ ଆସିଫ, ଜାଫର ମସୁଦ ଓ ଅବଦୁଲ ସାମକୁ ମଧ୍ୟ ୭ବର୍ଷ ୫ମାସ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

Leave A Reply

Your email address will not be published.