ପ୍ରମୁଖ ଖବର

କର୍ଣ୍ଣାଟକ ଉପନିର୍ବାଚନ: ସିଦ୍ଦରାମାଇୟାଙ୍କୁ ବିଜେପିର ନିଶାନା
କେନ୍ଦ୍ରାପଡାରେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର
“ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ହାର ମାନିନାହିଁ।”: ରାଘବ ଚଡ୍ଡା
ନୂଆ ଅବକାରୀ ନୀତି: ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରୟକୁ ଅନୁମତି
ଏଲ୍‌ପିଜି ସଙ୍କଟ: ସିଲିଣ୍ଡର ବଣ୍ଟନ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ
ପାକିସ୍ତାନରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ, ୫ ମୃତ
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଝଟକା: ଔଷଧ ଉପରେ ୧୦୦% ଶୁଳ୍କ
ବାଣ ଭିଡିବା ବେଳେ ଭୟଙ୍କର ବିସ୍ଫୋରଣ, ୬ ଜଣ ଗୁରୁତର
ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ
ଜନଗଣନା ନ ସରିବା ପର୍ଯ୍ୟନ୍ତ ହେବନି କର୍ମଚାରୀଙ୍କ ବଦଳି

ସମ୍ ହସ୍ପିଟାଲ୍‌କୁ ଆଇସିଆଇସିଆଇ ଫାଉଣ୍ଡେସନ୍ ପକ୍ଷରୁ ୭ଟି ଡାଏଲିସିସ୍ ମେସିନ୍ ପ୍ରଦାନ

0

ଭୁବନେଶ୍ୱର , ୧୬/ ୦୨ : ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସହଯୋଗର ହାତ ବଢ଼ାଇବା ଲକ୍ଷ୍ୟରେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ଆଇସିଆଇସିଆଇ ଫାଉଣ୍ଡେସନ୍ ପକ୍ଷରୁ ଗୁରୁବାର ୭ଟି ଡାଏଲିସିସ୍ ମେସିନ ଗୁରୁବାର ପ୍ରଦାନ କରାଯାଇଛି । ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଉପସ୍ଥିତିରେ ରୋଗୀ ସେବା ନିମନ୍ତେ ଏହି ୭ଟି ମେସିନ୍‌କୁ ଆଇସିଆଇସିଆଇ ଫାଉଣ୍ଡେସନ୍‌ର ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ଏକ କାର୍ଯ୍ୟକ୍ରମରେ ହସ୍ତାନ୍ତର କରାଯାଇଛି ।

ଆଇସିଆଇସିଆଇ ବ୍ୟାଙ୍କ ଏବଂ ଆଇସିଆଇସିଆଇ ଫାଉଣ୍ଡେସନ୍ ସର୍ବଦା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଚ୍ଚକୋଟୀର କାର୍ଯ୍ୟ କରୁଛନ୍ତି । କୋଭିଡ ସମୟରେ ମଧ୍ୟ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ଏହି ଅନୁଷ୍ଠାନ ଅନେକ ସହଯୋଗ କରିଥିଲେ ବୋଲି ପ୍ରଫେସର ନାୟକ କହିଥିଲେ। ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ ଅଧିକାଂଶ ସମୟରେ ନେଫ୍ରୋଲୋଜି ବିଭାଗ ଅଧିନରେ ପ୍ରାୟ ୧୬୦୦ ରୋଗୀ ଡାଏଲିସିସ୍ ଆବଶ୍ୟକ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୦୦ରୁଊର୍ଦ୍ଧ୍ୱ ବିଏସ୍‌କେୱାଇ ଯୋଜନା ଅନ୍ତର୍ଭୁକ୍ତ ରୋଗୀ ।

ତେଣୁ ଏହି ଉନ୍ନତ ଧରଣର ୭ଟି ଡାଏଲିସିସ୍ ମେସିନ୍ ଯାହାକି ଆଇସିଆଇସିଆଇ ଫାଉଣ୍ଡେସନ୍ ଦ୍ୱାରା ପ୍ରଦାନ କରାଗଲା ତାହା ଦ୍ଵାରା ରୋଗୀ ମାନେ ନିଶ୍ଚିତ ଭାବରେ ଉପକୃତ ହେବେ ବୋଲି ପ୍ରଫେସର ସାମନ୍ତସିଂହାର କହିଛନ୍ତି ।ସେହିପରି ନେଫ୍ରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ବିଶ୍ୱରଞ୍ଜନ ମହାନ୍ତି କହିଥିଲେ ଯେ ହସ୍ପିଟାଲ୍‌ରେ ପ୍ରତ୍ୟେକ ଦିନ ପ୍ରାୟ ୮୦ରୁ ଊର୍ଦ୍ଧ୍ୱ ରୋଗୀଙ୍କର ଡାଏଲିସିସ୍ କରାଯାଉଛି । ତେଣୁ ଆଇସିଆଇସିଆଇ ଫାଊଣ୍ଡେସନ ର ସାହାଯ୍ୟ ଦ୍ୱାରା ରୋଗୀ ସେବା ଆହୁରି ତ୍ୱାରାନ୍ୱିତ ହେବ ।

ଆଇସିଆଇସିଆଇ ବ୍ୟାଙ୍କର ଟ୍ରାଇସିଟିର ବିଜ୍‌ନେସ୍ ହେଡ୍ ଶ୍ରୀ ପ୍ରଦୋଷ କୁମାର ରାଉତ ଏବଂ ଆଇସିଆଇସିଆଇ ଫାଉଣ୍ଡେସନ୍‌ର ଓଡ଼ିଶା ସେଂଟର ହେଡ୍ ଶ୍ରୀମତି ସଂଯୁକ୍ତା ମହାପାତ୍ର, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ସୋଆର ଚାଟାର୍ଡ ଆକାଉନ୍‌ଟାଂଟ ଶ୍ରୀ ସରୋଜକାନ୍ତ ସାମଲ, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଓଏସ୍‌ଡି ଶ୍ରୀ ପ୍ରହଲ୍ଲାଦ ମହାନ୍ତି, ନେଫ୍ରୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ଦେବପ୍ରସାଦ କର, ଡାକ୍ତର ବିଶ୍ୱଜିତ ମିଶ୍ର ଓ ଡାକ୍ତର ଅମୃତା ଦେଓ, କର୍ପୋରେଟ୍ କମ୍ୟୁନିକେସନ୍‌ସ ବିଭାଗର ନିର୍ଦ୍ଦେଶକ ଶ୍ରୀ ଦେବପ୍ରସାଦ ଦାଶ, ଡିଜିଏମ୍ ଅପରେସନ୍ ଶ୍ରୀମତି ପୁଷ୍ପାଞ୍ଜଳୀ ରାଉତ, ବାୟୋମେଡିକାଲ୍ ଇଞ୍ଜିନିୟର୍ ଶ୍ରୀମତି ମନୋରମା ପରିଡା ଏବଂ ଜୁନିୟର ହସ୍ପିଟାଲ୍ ଆଡମିନିଷ୍ଟ୍ରେଟର ଶ୍ରୀ ସରୋଜ ସେନାପତି, ଶ୍ରୀ ସୌମ୍ୟ ରଞ୍ଜନ ମୁଦୁଲି ଏବଂ କୁମାରୀ ତମନ୍ନା ରଥ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.