ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ବିଏମସି କାର୍ଯ୍ୟାଳୟର ନୂଆ ଠିକଣା

0

ଭୁବନେଶ୍ୱର: ସତ୍ୟନଗର ସ୍ଥିତ ଆଇସିଏମଓସି ୧୨ ମହଲା ବିଶିଷ୍ଟ କୋଠାକୁ ସ୍ଥାନାନ୍ତର ହେଲା ବିଏମସି କାର୍ଯ୍ୟାଳୟ । ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଇସିଏମଓସି କୋଠା ସମ୍ପର୍କିତ ଭିଡିଓ ସ୍କ୍ରିନିଂ ପରେ ବିଏମସି ପକ୍ଷରୁ ପ୍ରସ୍ତୁତ ସଫା ଆପକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ପରେ ସେଠାରେ ଇଣ୍ଟିଗ୍ରାଲ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ବା ଆଇସିସିସି ହଲ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଏମସିର ନୂତନ କୋଠା ଉଦ୍ଘାଟନ ପରେ ଆସନ୍ତା ୨୦ ତାରିଖରେ ପ୍ରସ୍ତାବିତ କର୍ପୋରେସନ ବୈଠକ ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ସେହିଭଳି କଳ୍ପନା ଛକରୁ ବିଏମସି ମୁଖ୍ୟ କାର୍ଯ୍ୟାଳୟ ସ୍ଥାନାନ୍ତର ପରେ ସାମନ୍ତରାପୁରଠାରେ ଭଡାରେ ଚାଲିଥିବା ବିଏମସିର ଦକ୍ଷିଣ-ପୂର୍ବ ଜୋନାଲ କାର୍ଯ୍ୟାଳୟ କଳ୍ପନା ଛକ ସ୍ଥିତ ପୁରୁଣା ବିଏମସି କୋଠାକୁ ସ୍ଥାନାନ୍ତର ହେବ । ପୂର୍ବରୁ ଏହି କୋଠାକୁ ଡେଲଏଟ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ସମେତ ସ୍ମାର୍ଟସିଟି କାର୍ଯ୍ୟାଳୟ ସ୍ଥାନାନ୍ତରିତ ହୋଇସାରିଛି ।

Leave A Reply

Your email address will not be published.