ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ବିଏମସି କାର୍ଯ୍ୟାଳୟର ନୂଆ ଠିକଣା

0

ଭୁବନେଶ୍ୱର: ସତ୍ୟନଗର ସ୍ଥିତ ଆଇସିଏମଓସି ୧୨ ମହଲା ବିଶିଷ୍ଟ କୋଠାକୁ ସ୍ଥାନାନ୍ତର ହେଲା ବିଏମସି କାର୍ଯ୍ୟାଳୟ । ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଇସିଏମଓସି କୋଠା ସମ୍ପର୍କିତ ଭିଡିଓ ସ୍କ୍ରିନିଂ ପରେ ବିଏମସି ପକ୍ଷରୁ ପ୍ରସ୍ତୁତ ସଫା ଆପକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ପରେ ସେଠାରେ ଇଣ୍ଟିଗ୍ରାଲ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ବା ଆଇସିସିସି ହଲ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଏମସିର ନୂତନ କୋଠା ଉଦ୍ଘାଟନ ପରେ ଆସନ୍ତା ୨୦ ତାରିଖରେ ପ୍ରସ୍ତାବିତ କର୍ପୋରେସନ ବୈଠକ ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ସେହିଭଳି କଳ୍ପନା ଛକରୁ ବିଏମସି ମୁଖ୍ୟ କାର୍ଯ୍ୟାଳୟ ସ୍ଥାନାନ୍ତର ପରେ ସାମନ୍ତରାପୁରଠାରେ ଭଡାରେ ଚାଲିଥିବା ବିଏମସିର ଦକ୍ଷିଣ-ପୂର୍ବ ଜୋନାଲ କାର୍ଯ୍ୟାଳୟ କଳ୍ପନା ଛକ ସ୍ଥିତ ପୁରୁଣା ବିଏମସି କୋଠାକୁ ସ୍ଥାନାନ୍ତର ହେବ । ପୂର୍ବରୁ ଏହି କୋଠାକୁ ଡେଲଏଟ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ସମେତ ସ୍ମାର୍ଟସିଟି କାର୍ଯ୍ୟାଳୟ ସ୍ଥାନାନ୍ତରିତ ହୋଇସାରିଛି ।

Leave A Reply

Your email address will not be published.