ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ଅଙ୍ଗନୱାଡି କର୍ମୀ ଓ ସହାୟକଙ୍କ ପାଇଁ ବଦଳିଲା ନିୟମ

0

ଭୁବନେଶ୍ବର; ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ନିଯୁକ୍ତି ପାଇଁ ବଦଳିଲା ନିୟମ । ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ୧୮ରୁ ୩୫ ବର୍ଷ ବୟସ୍କା ସର୍ବନିମ୍ନ ଦ୍ୱାଦଶ ଉତୀର୍ଣ୍ଣ ପ୍ରାର୍ଥୀନି ଏଥିପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ । ପୂର୍ବରୁ ସର୍ବନିମ୍ନ ଯୋଗ୍ୟତା ଦଶମ ଥିଲା । ଏହାସହ ୨୧ରୁ ୪୫ ବର୍ଷ ବୟସ୍କା ମହିଳା ଅଙ୍ଗନବାଡ଼ି କର୍ମୀ ପାଇଁ ଆବେଦନ କରିପାରୁଥିଲେ ।

ଉଲ୍ଲେଖଯୋଗ୍ୟ; ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଚିଠିରେ ଅଙ୍ଗନବାଡି କର୍ମୀ ଓ ସହାୟକଙ୍କ ପାଇଁ ନୂଆ ଗାଇଡଲାଇନ୍ ଜାରି ହୋଇଛି । ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମାରେ ପରିବର୍ତ୍ତନ କରାଯାଇଛି । ନୂଆ ନିଯୁକ୍ତି କ୍ଷେତ୍ରରେ ଏହି ନୂଆ ଗାଇଡଲାଇନକୁ ଲାଗୁ କରିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି ।

ସୂଚନାଯୋଗ୍ୟ; ୧୯୭୫ ଅକ୍ଟୋବର ୨ ତାରିଖରେ ଆରମ୍ଭ ହୋଇଥିଲା ଅଙ୍ଗନୱାଡି ଯୋଜନା। ସେତେବେଳେ ଅଙ୍ଗନୱାଡି କର୍ମୀଙ୍କ ଶିକ୍ଷାଗତ ଯୋଗ୍ୟତା ଥିଲା ସପ୍ତମ। ୧୯୯୫ରେ ଏହାକୁ ବଦଳାଇ ଶିକ୍ଷାଗତ ଯୋଗ୍ୟତା ଦଶମ କରାଗଲା। ସେହିପରି ବୟସ ସୀମା ରଖାଯାଇଥିଲା ସର୍ବନିମ୍ନ ୨୧ ଓ ସର୍ବାଧିକ ୪୨ ବର୍ଷ। ଏବେ ଏହକୁ ବଦଳାଇ ୧୮ରୁ ୩୫ ବର୍ଷ ମଧ୍ୟରେ ସୀମିତ ରଖାଯାଇଛି। ଅଙ୍ଗନୱାଡି କର୍ମୀ ଓ ସହାୟକଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ ହୋଇଛି।

ହେଲେ ନୂଆ ନିୟମକୁ ନାପସନ୍ଦ କରିଛି ଅଙ୍ଗନୱାଡି ସଂଘ । ଉଭୟ କର୍ମୀ ଓ ହେଲ୍ପରଙ୍କ ପାଇଁ ସମାନ ଶିକ୍ଷାଗତ ଯୋଗ୍ୟତା ରଖାଯାଇଥିବାରୁ ଅନେକ ସମୟରେ କେନ୍ଦ୍ରରେ ବିବାଦ ସୃଷ୍ଟି ହେବ ବୋଲି ସଂଘ ଆଶଙ୍କା କରିଛି । ତେବେ କେନ୍ଦ୍ର ସରକାରଙ୍କ ନୂଆ ଯୋଜନା ‘ପୋଷଣ- ୨.୦’ ଏବଂ ‘ସକ୍ଷମ ଅଙ୍ଗନୱାଡି’ କାର୍ଯ୍ୟକାରୀ କରିବା ପାଇଁ ଏହି ନୂତନ ନିୟମାବଳୀ ଲାଗୁ କରିବାକୁ ନିର୍ଦ୍ଦେଶ ରହିଛି । ଗତବର୍ଷ ଅଗଷ୍ଟ ୧ ତାରିଖରେ ସକ୍ଷମ ଅଙ୍ଗନୱାଡି ଏବଂ ପୋଷଣ-୨.୦ ଯୋଜନା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଥିଲା ।

Leave A Reply

Your email address will not be published.