ପ୍ରମୁଖ ଖବର

କର୍ଣ୍ଣାଟକ ଉପନିର୍ବାଚନ: ସିଦ୍ଦରାମାଇୟାଙ୍କୁ ବିଜେପିର ନିଶାନା
କେନ୍ଦ୍ରାପଡାରେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର
“ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ହାର ମାନିନାହିଁ।”: ରାଘବ ଚଡ୍ଡା
ନୂଆ ଅବକାରୀ ନୀତି: ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରୟକୁ ଅନୁମତି
ଏଲ୍‌ପିଜି ସଙ୍କଟ: ସିଲିଣ୍ଡର ବଣ୍ଟନ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ
ପାକିସ୍ତାନରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ, ୫ ମୃତ
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଝଟକା: ଔଷଧ ଉପରେ ୧୦୦% ଶୁଳ୍କ
ବାଣ ଭିଡିବା ବେଳେ ଭୟଙ୍କର ବିସ୍ଫୋରଣ, ୬ ଜଣ ଗୁରୁତର
ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ
ଜନଗଣନା ନ ସରିବା ପର୍ଯ୍ୟନ୍ତ ହେବନି କର୍ମଚାରୀଙ୍କ ବଦଳି

ଅଙ୍ଗନୱାଡି କର୍ମୀ ଓ ସହାୟକଙ୍କ ପାଇଁ ବଦଳିଲା ନିୟମ

0

ଭୁବନେଶ୍ବର; ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ନିଯୁକ୍ତି ପାଇଁ ବଦଳିଲା ନିୟମ । ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ୧୮ରୁ ୩୫ ବର୍ଷ ବୟସ୍କା ସର୍ବନିମ୍ନ ଦ୍ୱାଦଶ ଉତୀର୍ଣ୍ଣ ପ୍ରାର୍ଥୀନି ଏଥିପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ । ପୂର୍ବରୁ ସର୍ବନିମ୍ନ ଯୋଗ୍ୟତା ଦଶମ ଥିଲା । ଏହାସହ ୨୧ରୁ ୪୫ ବର୍ଷ ବୟସ୍କା ମହିଳା ଅଙ୍ଗନବାଡ଼ି କର୍ମୀ ପାଇଁ ଆବେଦନ କରିପାରୁଥିଲେ ।

ଉଲ୍ଲେଖଯୋଗ୍ୟ; ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଚିଠିରେ ଅଙ୍ଗନବାଡି କର୍ମୀ ଓ ସହାୟକଙ୍କ ପାଇଁ ନୂଆ ଗାଇଡଲାଇନ୍ ଜାରି ହୋଇଛି । ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମାରେ ପରିବର୍ତ୍ତନ କରାଯାଇଛି । ନୂଆ ନିଯୁକ୍ତି କ୍ଷେତ୍ରରେ ଏହି ନୂଆ ଗାଇଡଲାଇନକୁ ଲାଗୁ କରିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି ।

ସୂଚନାଯୋଗ୍ୟ; ୧୯୭୫ ଅକ୍ଟୋବର ୨ ତାରିଖରେ ଆରମ୍ଭ ହୋଇଥିଲା ଅଙ୍ଗନୱାଡି ଯୋଜନା। ସେତେବେଳେ ଅଙ୍ଗନୱାଡି କର୍ମୀଙ୍କ ଶିକ୍ଷାଗତ ଯୋଗ୍ୟତା ଥିଲା ସପ୍ତମ। ୧୯୯୫ରେ ଏହାକୁ ବଦଳାଇ ଶିକ୍ଷାଗତ ଯୋଗ୍ୟତା ଦଶମ କରାଗଲା। ସେହିପରି ବୟସ ସୀମା ରଖାଯାଇଥିଲା ସର୍ବନିମ୍ନ ୨୧ ଓ ସର୍ବାଧିକ ୪୨ ବର୍ଷ। ଏବେ ଏହକୁ ବଦଳାଇ ୧୮ରୁ ୩୫ ବର୍ଷ ମଧ୍ୟରେ ସୀମିତ ରଖାଯାଇଛି। ଅଙ୍ଗନୱାଡି କର୍ମୀ ଓ ସହାୟକଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ ହୋଇଛି।

ହେଲେ ନୂଆ ନିୟମକୁ ନାପସନ୍ଦ କରିଛି ଅଙ୍ଗନୱାଡି ସଂଘ । ଉଭୟ କର୍ମୀ ଓ ହେଲ୍ପରଙ୍କ ପାଇଁ ସମାନ ଶିକ୍ଷାଗତ ଯୋଗ୍ୟତା ରଖାଯାଇଥିବାରୁ ଅନେକ ସମୟରେ କେନ୍ଦ୍ରରେ ବିବାଦ ସୃଷ୍ଟି ହେବ ବୋଲି ସଂଘ ଆଶଙ୍କା କରିଛି । ତେବେ କେନ୍ଦ୍ର ସରକାରଙ୍କ ନୂଆ ଯୋଜନା ‘ପୋଷଣ- ୨.୦’ ଏବଂ ‘ସକ୍ଷମ ଅଙ୍ଗନୱାଡି’ କାର୍ଯ୍ୟକାରୀ କରିବା ପାଇଁ ଏହି ନୂତନ ନିୟମାବଳୀ ଲାଗୁ କରିବାକୁ ନିର୍ଦ୍ଦେଶ ରହିଛି । ଗତବର୍ଷ ଅଗଷ୍ଟ ୧ ତାରିଖରେ ସକ୍ଷମ ଅଙ୍ଗନୱାଡି ଏବଂ ପୋଷଣ-୨.୦ ଯୋଜନା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଥିଲା ।

Leave A Reply

Your email address will not be published.