ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ଗାନ୍ଧୀ ସେବା ସଂଘ ପୁରୁବାଈ କନ୍ୟାଶ୍ରମରେ ଜଣେ ଛାତ୍ରୀ ମୃତ,୨୫ ଗୁରୁତର

0

ସୋର: ବାଲେଶ୍ବର ଜିଲ୍ଲା ସୋର ପୌରପାଳିକା ଗାନ୍ଧୀ ସେବା ସଂଘ ପୁରୁବାଈ କନ୍ୟାଶ୍ରମରେ ଶୁକ୍ରବାର ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ୨୫ ଜଣ ଅସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ସେପଟେ ଜଣାପଡ଼ିଛି ଏହି କନ୍ୟାଶ୍ରମରେ ଗତକାଲି ମଧ୍ୟାହ୍ନରେ ଜଣେ ଛାତ୍ରୀଙ୍କର ବାନ୍ତି ହେବାରୁ ହଷ୍ଟେଲ କର୍ତ୍ତୃପକ୍ଷ ତାଙ୍କୁ ସୋର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସନ୍ଧ୍ୟାରେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା।

ଆଜି ସକାଳେ ଅନ୍ୟ ଜଣେ ଅନ୍ତେବାସିନୀ ଗୁରୁତର ହେବାରୁ ତାଙ୍କୁ ମଧ୍ୟ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଏହି ଘଟଣା ପରେ ବାଲେଶ୍ୱର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏଡିଏମଓ ଡଃ ମୃତ୍ୟୁଞ୍ଜୟ ମହାପାତ୍ର, ଡିସିପିଓ ସ୍ଵାଗତିକା ଦାସ, ସୋର ଡାକ୍ତରଖାନା ଅଧିକ୍ଷକ ସତ୍ୟନାରାୟଣ ନାୟକ, ସୋର ବିଡ଼ିଓ କରୁଣାକର ଧିନ୍ଦାଙ୍କ ସହିତ ଏକ ମେଡିକାଲ ଟିମ କନ୍ୟାଶ୍ରମରେ ପହଞ୍ଚି ଅନ୍ତେବାସିନୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।

ଏହି ଘଟଣା ପରେ ବାଲେଶ୍ୱର ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଏଡିଏମଓ ଡ଼. ମୃତ୍ୟୁଞ୍ଜୟ ମହାପାତ୍ର, ଡିସିପିଓ ସ୍ଵାଗତିକା ଦାସକର, ସୋର ଡାକ୍ତରଖାନା ଅଧୀକ୍ଷକ ସତ୍ୟନାରାୟଣ ନାୟକ, ସୋର ବିଡ଼ିଓ କରୁଣାକର ଧିନ୍ଦା ଓ ବାଲେଶ୍ୱର ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ସମେତ ଏକ ଡାକ୍ତରୀ ଟିମ୍‌ କନ୍ୟାଶ୍ରମରେ ପହଞ୍ଚି ଅନ୍ତେବାସିନୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଅନ୍ତେବାସିନୀମାନଙ୍କୁ ଚାରି ଦିନ ହେବ ଥଣ୍ଡା, ଜ୍ୱର, କାଶ ଲାଗି ରହିଛି। ତେଣୁ ପିଲାମାନଙ୍କର ମୁହଁ ହାତ ଫୁଲି ଯାଇଛି ଓ ସେମାନେ ଅସୁସ୍ଥ ଅନୁଭବ କରୁଛନ୍ତି।

ଏହାର ସଠିକ୍ କାରଣ ଜଣାପଡୁ ନାହିଁ। ଏନେଇ ମେଡିକାଲ ଟିମ୍ ଓ ହଷ୍ଟେଲ କର୍ତ୍ତୃପକ୍ଷ ମତାମତ ଦେବାକୁ ମନା କରିଦେଇଛନ୍ତି। ଅନ୍ୟପଟେ ଖବର ପାଇ ଶିଶୁ ସୁରକ୍ଷା କମିଟି ସଦସ୍ୟ ଓ ଫୁଡ ସେଫଟି ଟିମ ପହଞ୍ଚି ଘଟଣାର ଯାଞ୍ଚ କରୁଛନ୍ତି।

Leave A Reply

Your email address will not be published.