ପ୍ରମୁଖ ଖବର

କର୍ଣ୍ଣାଟକ ଉପନିର୍ବାଚନ: ସିଦ୍ଦରାମାଇୟାଙ୍କୁ ବିଜେପିର ନିଶାନା
କେନ୍ଦ୍ରାପଡାରେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର
“ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ହାର ମାନିନାହିଁ।”: ରାଘବ ଚଡ୍ଡା
ନୂଆ ଅବକାରୀ ନୀତି: ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରୟକୁ ଅନୁମତି
ଏଲ୍‌ପିଜି ସଙ୍କଟ: ସିଲିଣ୍ଡର ବଣ୍ଟନ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ
ପାକିସ୍ତାନରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ, ୫ ମୃତ
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଝଟକା: ଔଷଧ ଉପରେ ୧୦୦% ଶୁଳ୍କ
ବାଣ ଭିଡିବା ବେଳେ ଭୟଙ୍କର ବିସ୍ଫୋରଣ, ୬ ଜଣ ଗୁରୁତର
ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ
ଜନଗଣନା ନ ସରିବା ପର୍ଯ୍ୟନ୍ତ ହେବନି କର୍ମଚାରୀଙ୍କ ବଦଳି

ଦିଲ୍ଲୀର ନୂଆ ମେୟର ହେଲେ ଶେଲି ଓବରୟ

0

ନୂଆଦିଲ୍ଲୀ: ବହୁ ବାଦବିବାଦ ପରେ ଆମ୍‌ ଆଦମୀ ପାର୍ଟି ର ଶେଲି ଓବରୟ ଦିଲ୍ଲୀର ନୂଆ ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ଦିଲ୍ଲୀର ନୂଆ ମେୟର ଚୟନ ପାଇଁ ଆଜି ମତଦାନ ହୋଇଥିବା ବେଳେ ଏଥିପାଇଁ ପୌର ସଦନରେ ଏକ ବୈଠକ ବସିଥିଲା। ଏଥିରେ ଆପ୍‌ ପ୍ରାର୍ଥୀ ତଥା ପ୍ରଥମ ଥର କାଉନସିଲର ହୋଇଥିବା ଶେଲି ଓବରୟ ବିଜେପି ପ୍ରାର୍ଥୀ ରେଖା ଗୁପ୍ତାଙ୍କୁ ୩୪ ଖଣ୍ଡ ଭୋଟରେ ପରାସ୍ତ କରି ଦିଲ୍ଲୀର ନୂଆ ମେୟର ଭାବେ ନିର୍ବାଚିତ ହୋଇଛନ୍ତି।

ବିଜେପି କାଉନସିଲର ତଥା ଦଳର ମେୟର ପ୍ରାର୍ଥୀ ରେଖା ଗୁପ୍ତା, ଆପ୍‌ର ମେୟର ପ୍ରାର୍ଥୀ ଶେଲି ଓବରୟ ଏବଂ ଡେପୁଟି ମେୟର ପ୍ରାର୍ଥୀ ଆଲି ମହମ୍ମଦ ଇକବାଲ, ଉତ୍ତର ଦିଲ୍ଲୀର ପୂର୍ବତନ ମେୟର ରାଜା ଇକବାଲ ସିଂହ, ଗୃହରେ ଆପ୍‌ ନେତା ମୁକେଶ ଗୋଏଲ ଏବଂ ଅନ୍ୟ କେତେକ କାଉନସିଲର ଏହି ନିର୍ବାଚନରେ ଭୋଟ୍‌ ଦେଇଥିଲେ। ପୂର୍ବରୁ ମେୟର ନିର୍ବାଚନ ପାଇଁ ୩ଥର ବିଫଳ ଉଦ୍ୟମ ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି (ବୁଧବାର) ମେୟର ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.