ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଦିଲ୍ଲୀର ନୂଆ ମେୟର ହେଲେ ଶେଲି ଓବରୟ

0

ନୂଆଦିଲ୍ଲୀ: ବହୁ ବାଦବିବାଦ ପରେ ଆମ୍‌ ଆଦମୀ ପାର୍ଟି ର ଶେଲି ଓବରୟ ଦିଲ୍ଲୀର ନୂଆ ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ଦିଲ୍ଲୀର ନୂଆ ମେୟର ଚୟନ ପାଇଁ ଆଜି ମତଦାନ ହୋଇଥିବା ବେଳେ ଏଥିପାଇଁ ପୌର ସଦନରେ ଏକ ବୈଠକ ବସିଥିଲା। ଏଥିରେ ଆପ୍‌ ପ୍ରାର୍ଥୀ ତଥା ପ୍ରଥମ ଥର କାଉନସିଲର ହୋଇଥିବା ଶେଲି ଓବରୟ ବିଜେପି ପ୍ରାର୍ଥୀ ରେଖା ଗୁପ୍ତାଙ୍କୁ ୩୪ ଖଣ୍ଡ ଭୋଟରେ ପରାସ୍ତ କରି ଦିଲ୍ଲୀର ନୂଆ ମେୟର ଭାବେ ନିର୍ବାଚିତ ହୋଇଛନ୍ତି।

ବିଜେପି କାଉନସିଲର ତଥା ଦଳର ମେୟର ପ୍ରାର୍ଥୀ ରେଖା ଗୁପ୍ତା, ଆପ୍‌ର ମେୟର ପ୍ରାର୍ଥୀ ଶେଲି ଓବରୟ ଏବଂ ଡେପୁଟି ମେୟର ପ୍ରାର୍ଥୀ ଆଲି ମହମ୍ମଦ ଇକବାଲ, ଉତ୍ତର ଦିଲ୍ଲୀର ପୂର୍ବତନ ମେୟର ରାଜା ଇକବାଲ ସିଂହ, ଗୃହରେ ଆପ୍‌ ନେତା ମୁକେଶ ଗୋଏଲ ଏବଂ ଅନ୍ୟ କେତେକ କାଉନସିଲର ଏହି ନିର୍ବାଚନରେ ଭୋଟ୍‌ ଦେଇଥିଲେ। ପୂର୍ବରୁ ମେୟର ନିର୍ବାଚନ ପାଇଁ ୩ଥର ବିଫଳ ଉଦ୍ୟମ ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି (ବୁଧବାର) ମେୟର ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.