ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଘରେ ଗ୍ୟାସ୍‌ ଟାଙ୍କି ଫାଟି ଦୁଇ ଜଣ ଗୁରୁତର

0

ତାଳଚେର; ଘରେ ଗ୍ୟାସ୍‌ ଟାଙ୍କି ଫାଟି ଦୁଇ ଜଣ ଗୁରୁତର ହୋଇ କଟକ ବଡ ମେଡିକାଲକୁ ସ୍ଥାନାସ୍ତର ହୋଇଛନ୍ତି। ତାଳଚେର ଆର୍ଯ୍ୟବିହାର ଅଞ୍ଚଳର କିଶୋରୀ ‌ବେହେରା ନାମକ ଜଣେ ବ୍ୟକ୍ତିଙ୍କର ଗ୍ୟାସ୍‌ ଚୁଲାରେ ତ୍ରୁଟି ରହିଥିବାରୁ ଚୁଲା ଜଳୁ ନଥିଲା। ଠିକ୍‌ ଏହି ସମୟରେ ଆର୍ଯ୍ୟବିହାର ଦେଇ ଗୋବରା ଅଞ୍ଚଳର ମା ହିଙ୍ଗୁଳା ଏଚ୍‌ପି ଗ୍ୟାସ୍‌ର ଏକ ଗାଡ଼ି ଯାଉଥିଲା। ଏହି ସମୟରେ  ଉକ୍ତ ଗ୍ୟାସ୍‌ ସର୍ଭିସ ଗାଡ଼ିକୁ ଅଟକ ରଖି ଉକ୍ତ ଗାଡ଼ିରେ ଥିବା ଗ୍ୟାସ୍‌ ଡେଲିଭରି ବଏ ତଥା ବିଜୟ ଦାସ୍‌ଙ୍କୁ କିଶୋରୀ ତାଙ୍କ ଘରକୁ ଡାକି ନେଇଥିଲେ। ଏବଂ ବିଜୟ ତାଙ୍କ ଅସୁବିଧା ଶୁଣି ସଙ୍ଗେ ସଙ୍ଗେ ଯାଇ ଘରର କବାଟ ଖୋଲିଥିଲେ।  ଚୁଲା ଲାଗୁ ନଥିବା ବର୍ଣ୍ଣରରେ ଲାଇଟ୍‌ର ଲଗାଇଥିଲେ। ଏହି ଲାଇଟର ନିଆଁ ହଠାତ ଗ୍ୟାସ୍‌ ଟାଙ୍କିକୁ ଧରିଥିଲା। ଫଳରେ ଉଭୟେ କିଶୋରୀ ଏବଂ ବିଜୟ ଉକ୍ତ ଘର ଭିତରେ ସମ୍ପୁର୍ଣ୍ଣ ଜଳି ଯାଇଥିଲେ।

କେବଳ ସେତିକି ନୁହଁ ରୋଷେଇ ଘରେ ଥିବା ଫ୍ରିଜରେ ମଧ୍ୟ ନିଆଁ ଲାଗି ଯାଇଥିଲା। କିଛି ସମୟ ଯିବା ପରେ ଗ୍ୟାସ୍‌ ଟାଙ୍କି ଫାଟିଥିଲା। ଏଥିରେ କିଶୋରୀଙ୍କ ଆଜେବେଷ୍ଟସ୍‌ ଘର ସମ୍ପୁର୍ଣ୍ଣ ଭାଙ୍ଗି ଯାଇଥିଲା। ପରେ ସ୍ଥାନୀୟ ଲୋକେ ଏବଂ ତାଳଚେର ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିବା ସହିତ ଉଭୟଙ୍କୁ ତାଳଚେର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡ଼ିଛି।

Leave A Reply

Your email address will not be published.