ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ଘରେ ଗ୍ୟାସ୍‌ ଟାଙ୍କି ଫାଟି ଦୁଇ ଜଣ ଗୁରୁତର

0

ତାଳଚେର; ଘରେ ଗ୍ୟାସ୍‌ ଟାଙ୍କି ଫାଟି ଦୁଇ ଜଣ ଗୁରୁତର ହୋଇ କଟକ ବଡ ମେଡିକାଲକୁ ସ୍ଥାନାସ୍ତର ହୋଇଛନ୍ତି। ତାଳଚେର ଆର୍ଯ୍ୟବିହାର ଅଞ୍ଚଳର କିଶୋରୀ ‌ବେହେରା ନାମକ ଜଣେ ବ୍ୟକ୍ତିଙ୍କର ଗ୍ୟାସ୍‌ ଚୁଲାରେ ତ୍ରୁଟି ରହିଥିବାରୁ ଚୁଲା ଜଳୁ ନଥିଲା। ଠିକ୍‌ ଏହି ସମୟରେ ଆର୍ଯ୍ୟବିହାର ଦେଇ ଗୋବରା ଅଞ୍ଚଳର ମା ହିଙ୍ଗୁଳା ଏଚ୍‌ପି ଗ୍ୟାସ୍‌ର ଏକ ଗାଡ଼ି ଯାଉଥିଲା। ଏହି ସମୟରେ  ଉକ୍ତ ଗ୍ୟାସ୍‌ ସର୍ଭିସ ଗାଡ଼ିକୁ ଅଟକ ରଖି ଉକ୍ତ ଗାଡ଼ିରେ ଥିବା ଗ୍ୟାସ୍‌ ଡେଲିଭରି ବଏ ତଥା ବିଜୟ ଦାସ୍‌ଙ୍କୁ କିଶୋରୀ ତାଙ୍କ ଘରକୁ ଡାକି ନେଇଥିଲେ। ଏବଂ ବିଜୟ ତାଙ୍କ ଅସୁବିଧା ଶୁଣି ସଙ୍ଗେ ସଙ୍ଗେ ଯାଇ ଘରର କବାଟ ଖୋଲିଥିଲେ।  ଚୁଲା ଲାଗୁ ନଥିବା ବର୍ଣ୍ଣରରେ ଲାଇଟ୍‌ର ଲଗାଇଥିଲେ। ଏହି ଲାଇଟର ନିଆଁ ହଠାତ ଗ୍ୟାସ୍‌ ଟାଙ୍କିକୁ ଧରିଥିଲା। ଫଳରେ ଉଭୟେ କିଶୋରୀ ଏବଂ ବିଜୟ ଉକ୍ତ ଘର ଭିତରେ ସମ୍ପୁର୍ଣ୍ଣ ଜଳି ଯାଇଥିଲେ।

କେବଳ ସେତିକି ନୁହଁ ରୋଷେଇ ଘରେ ଥିବା ଫ୍ରିଜରେ ମଧ୍ୟ ନିଆଁ ଲାଗି ଯାଇଥିଲା। କିଛି ସମୟ ଯିବା ପରେ ଗ୍ୟାସ୍‌ ଟାଙ୍କି ଫାଟିଥିଲା। ଏଥିରେ କିଶୋରୀଙ୍କ ଆଜେବେଷ୍ଟସ୍‌ ଘର ସମ୍ପୁର୍ଣ୍ଣ ଭାଙ୍ଗି ଯାଇଥିଲା। ପରେ ସ୍ଥାନୀୟ ଲୋକେ ଏବଂ ତାଳଚେର ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିବା ସହିତ ଉଭୟଙ୍କୁ ତାଳଚେର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡ଼ିଛି।

Leave A Reply

Your email address will not be published.