ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମାର୍ଚ୍ଚ ୫ରେ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶନ ହେବ ’ଡାକୋଟା’

0

ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ ୫ରେ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶନ ହେବ ’ଡାକୋଟା’ ବିମାନ। ବିମାନବନ୍ଦର ଟର୍ମିନାଲ ଓ୍ବାନ୍‌ ସାମ୍ନାକୁ ଆସିଲାଣି ଡାକୋଟା । ପ୍ରବାଦପୁରୁଷ ବିଜୁବାବୁଙ୍କ ପ୍ରିୟ ବିମାନ ଡାକୋଟାର ବିଭିନ୍ନ ଅଂଶର ଖଞ୍ଜାଖଞ୍ଜି କାମ ନିର୍ଦ୍ଧାରିତ ସମୟରେ ଶେଷ ହୋଇଛି । ଏବେ ଡାକୋଟାର ପ୍ରଥମ ଚକା ସଂଲଗ୍ନ ବେସ୍‌ଅଂଶକୁ ଆଣି ଟର୍ମିନାଲ ପ୍ଲାଟଫର୍ମ ଉପରେ ରଖାଯାଇଛି । ଆଜି ବିଳମ୍ବିତ ରାତିରେ ୨ଟି ଡେଣା ଓ ମୁଖ୍ୟଅଂଶ କକପିଟକୁ ଅଣାଯିବ ।

୩ ତାରିଖ ସୁଦ୍ଧା ଖଞ୍ଜାଖଞ୍ଜି କାମ ସମ୍ପୂର୍ଣ୍ଣ ଶେଷ ହେବ । ମାର୍ଚ୍ଚ ୫ ତାରିଖରେ ବିଜୁ ପଟ୍ଟନାୟକଙ୍କ ଜନ୍ମତିଥିରେ ଡାକୋଟାକୁ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନାବରଣ କରିବେ । ଏନେଇ ସୂଚନା ଦେଇଛନ୍ତି ଏରୋସ୍ପେସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସେଣ୍ଟରର ମହାପ୍ରବନ୍ଧକ ଦେବାଶିଷ ମହାନ୍ତି । ୨୭ ତାରିଖରେ ଫ୍ୟୁଜ ଲସ ବା ବିମାନର ବଡିକୁ ଅଣାଯିବ। ୨୮ ତାରିଖରେ ଓ୍ବିଙ୍ଗସ ଆଣି ଲଗାଯିବ। ପରେ ଇଣ୍ଟେରିଅର କାମ କରାଯାଇ ୩ ତାରିଖ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖା ଯାଇଛି ।

Leave A Reply

Your email address will not be published.