ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ମାର୍ଚ୍ଚ ୫ରେ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶନ ହେବ ’ଡାକୋଟା’

0

ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ ୫ରେ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶନ ହେବ ’ଡାକୋଟା’ ବିମାନ। ବିମାନବନ୍ଦର ଟର୍ମିନାଲ ଓ୍ବାନ୍‌ ସାମ୍ନାକୁ ଆସିଲାଣି ଡାକୋଟା । ପ୍ରବାଦପୁରୁଷ ବିଜୁବାବୁଙ୍କ ପ୍ରିୟ ବିମାନ ଡାକୋଟାର ବିଭିନ୍ନ ଅଂଶର ଖଞ୍ଜାଖଞ୍ଜି କାମ ନିର୍ଦ୍ଧାରିତ ସମୟରେ ଶେଷ ହୋଇଛି । ଏବେ ଡାକୋଟାର ପ୍ରଥମ ଚକା ସଂଲଗ୍ନ ବେସ୍‌ଅଂଶକୁ ଆଣି ଟର୍ମିନାଲ ପ୍ଲାଟଫର୍ମ ଉପରେ ରଖାଯାଇଛି । ଆଜି ବିଳମ୍ବିତ ରାତିରେ ୨ଟି ଡେଣା ଓ ମୁଖ୍ୟଅଂଶ କକପିଟକୁ ଅଣାଯିବ ।

୩ ତାରିଖ ସୁଦ୍ଧା ଖଞ୍ଜାଖଞ୍ଜି କାମ ସମ୍ପୂର୍ଣ୍ଣ ଶେଷ ହେବ । ମାର୍ଚ୍ଚ ୫ ତାରିଖରେ ବିଜୁ ପଟ୍ଟନାୟକଙ୍କ ଜନ୍ମତିଥିରେ ଡାକୋଟାକୁ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନାବରଣ କରିବେ । ଏନେଇ ସୂଚନା ଦେଇଛନ୍ତି ଏରୋସ୍ପେସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସେଣ୍ଟରର ମହାପ୍ରବନ୍ଧକ ଦେବାଶିଷ ମହାନ୍ତି । ୨୭ ତାରିଖରେ ଫ୍ୟୁଜ ଲସ ବା ବିମାନର ବଡିକୁ ଅଣାଯିବ। ୨୮ ତାରିଖରେ ଓ୍ବିଙ୍ଗସ ଆଣି ଲଗାଯିବ। ପରେ ଇଣ୍ଟେରିଅର କାମ କରାଯାଇ ୩ ତାରିଖ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖା ଯାଇଛି ।

Leave A Reply

Your email address will not be published.