ପ୍ରମୁଖ ଖବର

କର୍ଣ୍ଣାଟକ ଉପନିର୍ବାଚନ: ସିଦ୍ଦରାମାଇୟାଙ୍କୁ ବିଜେପିର ନିଶାନା
କେନ୍ଦ୍ରାପଡାରେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର
“ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ହାର ମାନିନାହିଁ।”: ରାଘବ ଚଡ୍ଡା
ନୂଆ ଅବକାରୀ ନୀତି: ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରୟକୁ ଅନୁମତି
ଏଲ୍‌ପିଜି ସଙ୍କଟ: ସିଲିଣ୍ଡର ବଣ୍ଟନ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ
ପାକିସ୍ତାନରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ, ୫ ମୃତ
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଝଟକା: ଔଷଧ ଉପରେ ୧୦୦% ଶୁଳ୍କ
ବାଣ ଭିଡିବା ବେଳେ ଭୟଙ୍କର ବିସ୍ଫୋରଣ, ୬ ଜଣ ଗୁରୁତର
ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ
ଜନଗଣନା ନ ସରିବା ପର୍ଯ୍ୟନ୍ତ ହେବନି କର୍ମଚାରୀଙ୍କ ବଦଳି

ଚିକିତ୍ସା ପାଇଁ ଦିଲ୍ଲୀରୁ ହାଇଦ୍ରାବାଦ ଗଲେ ଅଭିନେତା ପିଣ୍ଟୁ ନନ୍ଦ

0

ଭୁବନେଶ୍ବର; ଅଧିକ ଚିକିତ୍ସା ପାଇଁ ଦିଲ୍ଲୀରୁ ହାଇଦ୍ରାବାଦ ଗଲେ ଅଭିନେତା ପିଣ୍ଟୁ ନନ୍ଦ। ଆଜି ତାଙ୍କୁ ନୂଆଦିଲ୍ଲୀରୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି। ଲିଭର ସିରୋସିସ ରୋଗରେ ପୀଡ଼ିତ ଥିବା ପିଣ୍ଟୁ ନନ୍ଦ ଗତ ୭ ତାରିଖରେ ନୂଆ ଦିଲ୍ଲୀସ୍ଥିତ ILBS ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମାତ୍ର ନିଜ ପରିବାର ସଦସ୍ୟଙ୍କ ବ୍ଲଡ ଗ୍ରୁପ ମ୍ୟାଚ ନ କରିବାରୁ ଆଜି ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ; ଲିଭର୍ ସିରୋସିସରେ ପୀଡ଼ିତ ହେବା ପରେ ପିଣ୍ଟୁ ନନ୍ଦ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ଆବଶ୍ୟକ ପଡ଼ିଲା। ଏଥିନିମନ୍ତେ ଓଡ଼ିଶାରେ ବ୍ୟବସ୍ଥା ନ ଥିବା ବେଳେ  ପିଣ୍ଟୁ ନନ୍ଦଙ୍କୁ  ପଡ଼ିବାରୁ ଗତ ୭ ତାରିଖରେ ଦିଲ୍ଲୀରେ ଥିବା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲିଭର ଆଣ୍ଡ୍‌ ବିଲିଆରି ସାଇନସେସ(ILBS) ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ILBS ହସ୍ପିଟାଲର ନିୟମ ଅନୁଯାୟୀ, କେବଳ ପରିବାର ଲୋକେ ହିଁ ଲିଭର ଡୋନେଟ କରିପାରିବେ। ମାତ୍ର ପିଣ୍ଟୁଙ୍କୁ ଲିଭର ଡୋନେଟ କରିବାକୁ ସହମତି ପ୍ରକାଶ କରିଥିବା ତାଙ୍କ ପରିବାର ସଦସ୍ୟଙ୍କ ବ୍ଲଡ ଗ୍ରୁପ୍‌ ତାଙ୍କ ସହ ମ୍ୟାଚ କଲା ନାହିଁ। ତେଣୁ ବାହାରୁ ଲିଭର ଆଣି ଟ୍ରାନ୍ସପ୍ଲାଣ୍ଟ କରିବା ଉକ୍ତ ହସ୍ପିଟାଲରେ ସମ୍ଭବ ନ ହେବାରୁ ଆଜି ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି।

 

Leave A Reply

Your email address will not be published.