ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

୪ ଦିନିଆ ରିମାଣ୍ଡରେ ଗଲେ ବାବୁରାମ ଦେ

0

ବାଲେଶ୍ୱର: ବରିଷ୍ଠ ବୈଷୟିକ ଅଧିକାରୀ ବାବୁରାମ ଦେ’ଙ୍କୁ ପୁଲିସ ୪ ଦିନିଆ ରିମାଣ୍ଡରେ ନେଇଛି। ପାକିସ୍ତାନକୁ ତଥ୍ୟ ଲିକ୍‌ ଅଭିଯୋଗରେ ଗିରଫ ମାମଲାରେ ଗତକାଲି ଗିରଫ ହୋଇଥିବା ଚାନ୍ଦିପୁରସ୍ଥିତ ଆଇଟିଆର୍‌ର ବରିଷ୍ଠ ବୈଷୟିକ ଅଧିକାରୀ ବାବୁରାମ ଦେ’ଙ୍କୁ ପୁଲିସ ୪ ଦିନିଆ ରିମାଣ୍ଡରେ ନେଇଛି। ବାବୁରାମ ଦେ’ଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ସ୍ଥାନୀୟ ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ କରିଥିଲା। କିନ୍ତୁ କୋର୍ଟ ୪ ଦିନ ପାଇଁ ରିମାଣ୍ଡ ଅନୁମତି ଦେଇଛନ୍ତି। ବାବୁରାମ ଦେ’ଙ୍କ ରିମାଣ୍ଡ ଅବଧି ଆଜିଠାରୁ ଆରମ୍ଭ ହୋଇଥିଲା ବେଳେ ଏହା ଆଗାମୀ ୨୮ ତାରିଖରେ ଶେଷ ହେବ।

ରିମାଣ୍ଡ ବେଳେ ଅଟକ ଥିବା ୭ ଜଣଙ୍କ ସହିତ ବାବୁରାମକୁ ମୁହାଁମୁହିଁ ଜେରା କରାଯିବ । ଗତକାଲି ବାଲେଶ୍ବର ଚାନ୍ଦିପୁର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜରୁ ତଥ୍ୟ ଦେବା ଅଭିଯୋଗରେ ଟେକ୍ନିକାଲ ଅଧିକାରୀ ବାବୁରାମ ଦେ’କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ହନିଟ୍ରାପ୍ ମାଧ୍ୟମରେ ରାୱଲପିଣ୍ଡିକୁ କେଉଁ ତଥ୍ୟ ଦେଇଛନ୍ତି ଅଭିଯୁକ୍ତ ? ତଥ୍ୟ ବଦଳରେ କେତେ ଟଙ୍କା ମିଳିଛି ? ଆଉ କେଉଁ ସୁବିଧା ହାତେଇଛନ୍ତି ଅଭିଯୁକ୍ତ ? ନେଟୱର୍କରେ ଅନ୍ୟ କିଏ କିଏ ସାମିଲ ଅଛନ୍ତି ? ରିମାଣ୍ଡରେ ଆଣି ଏସବୁ ତଥ୍ୟ ହାସଲ କରିବ ପୋଲିସ । ଆଜି ସୁଦ୍ଧା ଏହି ମାମଲାରେ ଆଇଟିଆରର ଜଣେ ବରିଷ୍ଠ ଟେକନିକାଲ ଅଫିସରଙ୍କୁ ଗିରଫ କରାଯିବା ସହିତ ଅନ୍ୟ ୪ ଜଣ ସ୍ଥାୟୀ କର୍ମଚାରୀ ଓ ୩ ଜଣ ଠିକା କର୍ମଚାରୀଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି ପୋଲିସ ।

Leave A Reply

Your email address will not be published.