ପ୍ରମୁଖ ଖବର

କର୍ଣ୍ଣାଟକ ଉପନିର୍ବାଚନ: ସିଦ୍ଦରାମାଇୟାଙ୍କୁ ବିଜେପିର ନିଶାନା
କେନ୍ଦ୍ରାପଡାରେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର
“ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ହାର ମାନିନାହିଁ।”: ରାଘବ ଚଡ୍ଡା
ନୂଆ ଅବକାରୀ ନୀତି: ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରୟକୁ ଅନୁମତି
ଏଲ୍‌ପିଜି ସଙ୍କଟ: ସିଲିଣ୍ଡର ବଣ୍ଟନ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ
ପାକିସ୍ତାନରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ, ୫ ମୃତ
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଝଟକା: ଔଷଧ ଉପରେ ୧୦୦% ଶୁଳ୍କ
ବାଣ ଭିଡିବା ବେଳେ ଭୟଙ୍କର ବିସ୍ଫୋରଣ, ୬ ଜଣ ଗୁରୁତର
ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ
ଜନଗଣନା ନ ସରିବା ପର୍ଯ୍ୟନ୍ତ ହେବନି କର୍ମଚାରୀଙ୍କ ବଦଳି

ସୌରଭ ଭରଦ୍ବାଜ ଓ ଆତିଶି ହେବେ କି ଦିଲ୍ଲୀର ନୂଆ ମନ୍ତ୍ରୀ ?

0

ନୂଆଦିଲ୍ଲୀ: ଆପ୍‌ ସରକାରଙ୍କର ଦୁଇ କ୍ୟାବିନେଟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବଂ ମନୀଷ ସିସୋଦିଆ ଗିରଫ ହୋଇ ଜେଲ ଯିବା ପରେ ତାଙ୍କ ସ୍ଥାନରେ ଦୁଇ ବିଧାୟକଙ୍କୁ ମନ୍ତ୍ରୀ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୁପାରିଶ କରିଛନ୍ତି। ସମ୍ପୃକ୍ତ ୨ ମନ୍ତ୍ରୀଙ୍କ ଇସ୍ତଫା ପରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କ୍ୟାବିନେଟକୁ ପୁଣି ସମ୍ପ୍ରସାରଣ କରିବାକୁ ଯାଉଛନ୍ତି। ଆପ ବିଧାୟକ ସୌରଭ ଭରଦ୍ୱାଜ ଏବଂ ଆତିଶିଙ୍କୁ କ୍ୟାବିନେଟ ମନ୍ତ୍ରୀ କରିବା ପାଇଁ ଉପରାଜ୍ୟପାଳ ଭି.କେ ସକ୍ସେନାଙ୍କ ନିକଟକୁ କେଜ୍ରିୱାଲ ନାମ ପଠାଇଛନ୍ତି।

ଦିଲ୍ଲୀର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦାୟିତ୍ୱ ସତ୍ୟେନ୍ଦ୍ର ଜୈନଙ୍କ ହାତରେ ଥିବା ବେଳେ ଶିକ୍ଷା ବିଭାଗ ମନିଷ ସିସୋଦିଆଙ୍କ ହାତରେ ଥିଲାଏହି ଦୁଇ ଜଣଙ୍କ ନାମଙ୍କୁ ଏଲଜି ଭି.କେ. ସକ୍ସେନାଙ୍କ ନିକଟରେ ସୁପାରିଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ବଦଳରେ କାହାକୁ ମନ୍ତ୍ରୀ କରାଯିବ ନେଇ ଚାଲିଥିଲା କଳ୍ପନାଜଳ୍ପନା । ଆଇନ ଅର୍ଥ କାରବାର ମାମଲାରେ ସତ୍ୟେନ୍ଦ୍ର ଜୈନ ଓ ମଦ ନୀତି ମାମଲାରେ ମନୀଷ ସିସୋଦିଆଙ୍କ ଇସ୍ତଫା ପରେ ୧୯ଟି ବିଭାଗର ପରିଚାଳନା ନେଇ ସଙ୍କଟ ସୃଷ୍ଟି ହୋଇଥିଲା । ସତ୍ୟେନ୍ଦ୍ର ଜୈନ ସ୍ବାସ୍ଥ୍ୟମନ୍ତ୍ରୀ ଥିବାବେଳେ ଶିକ୍ଷା ସମେତ ୧୮ଟି ବିଭାଗର ଦାୟିତ୍ବରେ ଥିଲେ ସିସୋଦିଆ । ଦିଲ୍ଲୀ ସରକାରଙ୍କ ନମ୍ବର ୨ ମନ୍ତ୍ରୀ ସିସୋଦିଆ ଗିରଫ ହେବା ପରେ ବରୁ ବିଭାଗର ପରିଚାଳନାରେ ସମସ୍ୟା ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.