ପ୍ରମୁଖ ଖବର

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଉତ୍‌କ୍ଷେପଣ ହେଲା ଦୂରଗାମୀ କ୍ରୁଜ୍‌ ମିସାଇଲ
ବିଜେଡିରେ ମିଶିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଆଜି ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି
ଆସନ୍ତାକାଲି ଛତିଶଗଡରେ ମତଦାନ, ସୀମା ସିଲ ଓ ହାଇ ଆଲର୍ଟ ଜାରି କଲା ମାଲକାନଗିରି ପୁଲିସ
ଆରପାରିରେ ବିଶିଷ୍ଟ ଅଭିନେତା, ନାଟ୍ୟକାର ତଥା ନିର୍ଦ୍ଦେଶକ ସଚ୍ଚି ଦାସ
ଦିନ ୨ଟା ୩୦ରେ ଭୁବନେଶ୍ବର ଉତ୍ତପ୍ତ ସହର, ତାପମାତ୍ରା ୪୩.୬ ଡିଗ୍ରି ରେକର୍ଡ
ଲଢ଼ିବେନି ପ୍ରସାଦ ହରିଚନ୍ଦନ, ମନୋଜ ରଥ ସତ୍ୟବାଦୀରୁ କଂଗ୍ରେସ ପ୍ରାର୍ଥୀ
କଂଗ୍ରେସରେ ଯୋଗଦେଲେ କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡ଼ି ବିଧାୟିକା ସିପ୍ରା ମଲ୍ଲିକ, କଂଗ୍ରେସ ଭବନ ଆସି ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କଲେ

ସୌରଭ ଭରଦ୍ବାଜ ଓ ଆତିଶି ହେବେ କି ଦିଲ୍ଲୀର ନୂଆ ମନ୍ତ୍ରୀ ?

0

ନୂଆଦିଲ୍ଲୀ: ଆପ୍‌ ସରକାରଙ୍କର ଦୁଇ କ୍ୟାବିନେଟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବଂ ମନୀଷ ସିସୋଦିଆ ଗିରଫ ହୋଇ ଜେଲ ଯିବା ପରେ ତାଙ୍କ ସ୍ଥାନରେ ଦୁଇ ବିଧାୟକଙ୍କୁ ମନ୍ତ୍ରୀ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୁପାରିଶ କରିଛନ୍ତି। ସମ୍ପୃକ୍ତ ୨ ମନ୍ତ୍ରୀଙ୍କ ଇସ୍ତଫା ପରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କ୍ୟାବିନେଟକୁ ପୁଣି ସମ୍ପ୍ରସାରଣ କରିବାକୁ ଯାଉଛନ୍ତି। ଆପ ବିଧାୟକ ସୌରଭ ଭରଦ୍ୱାଜ ଏବଂ ଆତିଶିଙ୍କୁ କ୍ୟାବିନେଟ ମନ୍ତ୍ରୀ କରିବା ପାଇଁ ଉପରାଜ୍ୟପାଳ ଭି.କେ ସକ୍ସେନାଙ୍କ ନିକଟକୁ କେଜ୍ରିୱାଲ ନାମ ପଠାଇଛନ୍ତି।

ଦିଲ୍ଲୀର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦାୟିତ୍ୱ ସତ୍ୟେନ୍ଦ୍ର ଜୈନଙ୍କ ହାତରେ ଥିବା ବେଳେ ଶିକ୍ଷା ବିଭାଗ ମନିଷ ସିସୋଦିଆଙ୍କ ହାତରେ ଥିଲାଏହି ଦୁଇ ଜଣଙ୍କ ନାମଙ୍କୁ ଏଲଜି ଭି.କେ. ସକ୍ସେନାଙ୍କ ନିକଟରେ ସୁପାରିଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ବଦଳରେ କାହାକୁ ମନ୍ତ୍ରୀ କରାଯିବ ନେଇ ଚାଲିଥିଲା କଳ୍ପନାଜଳ୍ପନା । ଆଇନ ଅର୍ଥ କାରବାର ମାମଲାରେ ସତ୍ୟେନ୍ଦ୍ର ଜୈନ ଓ ମଦ ନୀତି ମାମଲାରେ ମନୀଷ ସିସୋଦିଆଙ୍କ ଇସ୍ତଫା ପରେ ୧୯ଟି ବିଭାଗର ପରିଚାଳନା ନେଇ ସଙ୍କଟ ସୃଷ୍ଟି ହୋଇଥିଲା । ସତ୍ୟେନ୍ଦ୍ର ଜୈନ ସ୍ବାସ୍ଥ୍ୟମନ୍ତ୍ରୀ ଥିବାବେଳେ ଶିକ୍ଷା ସମେତ ୧୮ଟି ବିଭାଗର ଦାୟିତ୍ବରେ ଥିଲେ ସିସୋଦିଆ । ଦିଲ୍ଲୀ ସରକାରଙ୍କ ନମ୍ବର ୨ ମନ୍ତ୍ରୀ ସିସୋଦିଆ ଗିରଫ ହେବା ପରେ ବରୁ ବିଭାଗର ପରିଚାଳନାରେ ସମସ୍ୟା ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.