ପ୍ରମୁଖ ଖବର

ବନ୍ଧୁକ ଦେଖାଇ ଜୁଏଲାରୀ ମାଲିକଙ୍କଠୁ ଝାମ୍ପିନେଲେ ୪ କୋଟି ଟଙ୍କାର ଅଳଙ୍କାର
ବିଲ୍ ମଞ୍ଜୁରୀ ନେଇ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଲାଗି ରହିବ ନାହିଁ ସମୟ ସୀମା : ସୁପ୍ରିମକୋର୍ଟ
ଅନିଲ୍ ଅମ୍ବାନୀଙ୍କୁ ଇଡି ଝଟକା: ଭୁବନେଶ୍ବରର ସମେତ ଏକାଧିକ ସ୍ଥାନରେ ସମ୍ପତ୍ତି ଆଟାଚ୍
ନୂଆପଡା ବିଧାୟକ ଭାବେ ଶପଥ ନେଲେ ଜୟ ଢ଼ୋଲକିଆ
ପୋଲିସ ସୁରକ୍ଷା ହଟାଇବାକୁ ପୀତବାସ ପଣ୍ଡାଙ୍କ ପତ୍ନୀଙ୍କ ଅନୁରୋଧ
ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ ନୀତୀଶ କୁମାର

ପୂର୍ବତନ ମୁଖ୍ୟମନ୍ତ୍ରୀ ରାବରୀ ଦେବୀଙ୍କୁ ଜେରା କଲା ସିବିଆଇ

0

ବିହାର: ଲ୍ୟାଣ୍ଡ ଫର୍ ଜବ ସ୍କାମ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବରୀ ଦେବୀଙ୍କୁ ୪ଘଣ୍ଟା ଜେରା କଲା ସିବିଆଇ । ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ଘରେ ସିବିଆଇ ଟିମର ଯାଞ୍ଚ କରିଛି । ରେଲଓ୍ବେ ଗ୍ରୁପ-ଡି ଚାକିରିରେ ଅନିମିତତା ମାମଲାରେ ଲାଲୁଙ୍କ ପତ୍ନୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାବରୀ ଦେବୀଙ୍କୁ ୪ଘଣ୍ଟା ପଚରାଉଚରା କରିଛି ସିବିଆଇ ଟିମ୍ । ଆଇଆରସିଟିସି ରେ ଚାକିରି ଦେବା ମାମଲାରେ ସିବିଆଇର ୧୨ଜଣିଆ ଟିମ୍ ପଚରାଉଚରା କରି ଫେରିଛନ୍ତି । ୨୦୦୪ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଲାଲୁ ରେଳମନ୍ତ୍ରୀ ଥିବା ବେଳେ ରେଲଓ୍ବେ ଚାକିରିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା ।

ସିବିଆଇ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିସାରିଛି । ଚାର୍ଜସିଟରେ ଲାଲୁଙ୍କ ଦୁଇ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ବିଧାୟକ ଭୋଲା ଯାଦବ ହୃଦୟାନନ୍ଦ ଚୌଧୁରୀ ମଧ୍ୟ ଅଭିଯୁକ୍ତ ରହିଛନ୍ତି । ଗତ ଜୁଲାଇରେ ସିବିଆଇ ଭୋଲା ଯାଦବଙ୍କୁ ସିବିଆଇ ଗିରଫ କରିଥିଲା । ଏହି ମାମଲାରେ ଆସନ୍ତା ୧୫ ତାରିଖରେ ହାଜର ହେବାକୁ ଲାଲୁ ଓ ରାବରୀ ଦେବୀଙ୍କ ସମେତ ୧୪ଜଣଙ୍କୁ ସମନ କରିଥିଲା ରାଉଜ ଆବେନ୍ୟୁ କୋର୍ଟ ।

Leave A Reply

Your email address will not be published.