ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ବିବାହିତ ଛାତ୍ରୀଙ୍କୁ ମିଳିବ ୬ମାସର ମାତୃତ୍ୱ ଛୁଟି

0

କେରଳ; ବିବାହିତ ଛାତ୍ରୀଙ୍କୁ ମିଳିବ ୬ମାସର ମାତୃତ୍ୱ ଛୁଟି। ଛାତ୍ରୀମାନଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି କେରଳ ବିଶ୍ବବିଦ୍ୟାଳୟ । ପାଠ ପଢ଼ୁଥିବା ୧୮ ବର୍ଷ ବୟସରୁ ଅଧିକ ଛାତ୍ରୀଙ୍କୁ ଏଭଳି ଛୁଟି ମିଳିବ । ଯଦି କେହି ଛାତ୍ରୀ ଗ୍ରାଜୁଏସନ୍, ପୋଷ୍ଟଗ୍ରାଜୁଏସନ କରୁଥାନ୍ତି ଏବଂ ବିବାହ ପରେ ଗର୍ଭବତୀ ଅଛନ୍ତି ତାହାଲେ ସେମାନେ ଛୁଟି ନେଇପାରିବେ ।

ସୂଚନାଯୋଗ୍ୟ; ଏହି ସୁବିଧା କେବଳ ପିଏଚଡି କରୁଥିବା ଛାତ୍ରୀମାନଙ୍କ ପାଇଁ ଥିଲା । କିନ୍ତୁ ଏବେ ଏହି ସୁବିଧା ଗ୍ରାଜୁଏସନ ଏବଂ ପୋଷ୍ଟ ଗ୍ରାଜୁଏସନ କରୁଥିବା ଛାତ୍ରୀଙ୍କୁ ବି ମିଳିବ । ୬ ମାସ ପରେ ସେମାନଙ୍କୁ ପୁଣି ଆହମିଶନ କରିବାକୁ ବି ପଡ଼ିବନାହିଁ । କେବଳ ଏତିକି ନୁହେଁ, ୬ମାସ ପରେ ପୁଣିଥରେ ଆଡମିଶନ୍ କରାଇବା ମଧ୍ୟ ଆବଶ୍ୟନ ନାହିଁ । ଛୁଟିରୁ ଫେରିବା ପରେ ଛାତ୍ରୀମାନେ ବିନା ସମସ୍ୟାରେ ପାଠପଢ଼ା ପୁଣି ଆରମ୍ଭ କରିପାରିବେ । ରାଜ୍ୟରେ ପୂର୍ବରେ ମାସିକ ଋତୁସ୍ରାବ ସମୟରେ ଛାତ୍ରୀଙ୍କ ଉପସ୍ଥାନକୁ ୭୫ରୁ ୭୩ ପ୍ରତିଶତ କରାଯାଇଛି ।

Leave A Reply

Your email address will not be published.