ପ୍ରମୁଖ ଖବର

ୟୁଜିସି-ନେଟ୍ ପରୀକ୍ଷା ତାରିଖରେ ପରିବର୍ତ୍ତନ: ଏବେ ୟୁଜିସି-ନେଟ୍ ପରୀକ୍ଷା ଜୁନ୍ ୧୬ ରବିବାର ପରିବର୍ତ୍ତେ ଜୁନ ୧୮ ମଙ୍ଗଳବାର ଦିନ ଅନୁଷ୍ଠିତ ହେବ
ୟୁଜିସି ମୁଖ୍ୟ ଜଗଦୀଶ କୁମାର ମାଇକ୍ରୋବ୍ଲଗିଂ ସାଇଟ୍ ‘ଏକ୍ସ’ରେ ଏ ନେଇ ସୂଚନା ଦେଇଛନ୍ତି
ଇସ୍ତଫା ଦେବା ଖବରକୁ ନୀତେଶ ଗଙ୍ଗଦେବଙ୍କ ଖଣ୍ଡନ, ଫେସବୁକ୍ ଆଇଡି ହ୍ୟାକ୍ ହେଇଥିବା ନେଇ ଦେଲେ ସୂଚନା
୧୦% କର୍ମଚାରୀଙ୍କୁ ଛଟେଇ କରିବ ଓଲା, ଇସ୍ତଫା ଦେଲେ ସିଇଓ ହେମନ୍ତ ବକ୍ସି
ଆସନ୍ତାକାଲି ହିଞ୍ଜିଳି ଏବଂ ଆସନ୍ତା ୨ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
୪୪.୮ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର, ଆହୁରି ୪ରୁ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ଲହରୀ

ବିବାହିତ ଛାତ୍ରୀଙ୍କୁ ମିଳିବ ୬ମାସର ମାତୃତ୍ୱ ଛୁଟି

0

କେରଳ; ବିବାହିତ ଛାତ୍ରୀଙ୍କୁ ମିଳିବ ୬ମାସର ମାତୃତ୍ୱ ଛୁଟି। ଛାତ୍ରୀମାନଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି କେରଳ ବିଶ୍ବବିଦ୍ୟାଳୟ । ପାଠ ପଢ଼ୁଥିବା ୧୮ ବର୍ଷ ବୟସରୁ ଅଧିକ ଛାତ୍ରୀଙ୍କୁ ଏଭଳି ଛୁଟି ମିଳିବ । ଯଦି କେହି ଛାତ୍ରୀ ଗ୍ରାଜୁଏସନ୍, ପୋଷ୍ଟଗ୍ରାଜୁଏସନ କରୁଥାନ୍ତି ଏବଂ ବିବାହ ପରେ ଗର୍ଭବତୀ ଅଛନ୍ତି ତାହାଲେ ସେମାନେ ଛୁଟି ନେଇପାରିବେ ।

ସୂଚନାଯୋଗ୍ୟ; ଏହି ସୁବିଧା କେବଳ ପିଏଚଡି କରୁଥିବା ଛାତ୍ରୀମାନଙ୍କ ପାଇଁ ଥିଲା । କିନ୍ତୁ ଏବେ ଏହି ସୁବିଧା ଗ୍ରାଜୁଏସନ ଏବଂ ପୋଷ୍ଟ ଗ୍ରାଜୁଏସନ କରୁଥିବା ଛାତ୍ରୀଙ୍କୁ ବି ମିଳିବ । ୬ ମାସ ପରେ ସେମାନଙ୍କୁ ପୁଣି ଆହମିଶନ କରିବାକୁ ବି ପଡ଼ିବନାହିଁ । କେବଳ ଏତିକି ନୁହେଁ, ୬ମାସ ପରେ ପୁଣିଥରେ ଆଡମିଶନ୍ କରାଇବା ମଧ୍ୟ ଆବଶ୍ୟନ ନାହିଁ । ଛୁଟିରୁ ଫେରିବା ପରେ ଛାତ୍ରୀମାନେ ବିନା ସମସ୍ୟାରେ ପାଠପଢ଼ା ପୁଣି ଆରମ୍ଭ କରିପାରିବେ । ରାଜ୍ୟରେ ପୂର୍ବରେ ମାସିକ ଋତୁସ୍ରାବ ସମୟରେ ଛାତ୍ରୀଙ୍କ ଉପସ୍ଥାନକୁ ୭୫ରୁ ୭୩ ପ୍ରତିଶତ କରାଯାଇଛି ।

Leave A Reply

Your email address will not be published.