ପ୍ରମୁଖ ଖବର

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ରମାରଞ୍ଜନ ବଳିୟାର ସିଂ
୨୦ତାରିଖ ଭୋଟ୍ ପାଇଁ ଗଞ୍ଜାମରେ ମୁତୟନ ହେଲେ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଆସନ୍ତା କାଲିଠାରୁ ମାଟ୍ରିକ ପରୀକ୍ଷା

0

କଟକ; ଆସନ୍ତା କାଲିଠାରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । ସକାଳ ୮ଟାରୁ ଆରମ୍ଭ ହେବ ପରୀକ୍ଷା । ୩ ହଜାର ୨୧୮ କେନ୍ଦ୍ରରେ ୫ଲକ୍ଷ ୪୧ ହଜାର ୨୪୭ ଶିକ୍ଷାର୍ଥୀ ଦେବେ ପରୀକ୍ଷା । ପ୍ରଥମ ଦିନରେ ଘଣ୍ଟାଏ ଆଗରୁ ସେଣ୍ଟରରେ ପହଞ୍ଚିବେ ଛାତ୍ରଛାତ୍ରୀ । ମୋଟ ୩୧୬ ନୋଡ଼ାଲ ସେଣ୍ଟରରେ ପହଞ୍ଚି ସାରିଛି ପ୍ରଶ୍ନପତ୍ର । ଏନେଇ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ସକାଳ ୬ଟାରୁ ୭ଟା ଭିତରେ ସେଣ୍ଟରରେ ପହଞ୍ଚିବେ ପ୍ରଶ୍ନପତ୍ର । ସମ୍ବେଦନଶିଳ ସେଣ୍ଟର ଗୁଡ଼ିକ ଉପରେ ନଜର ରଖାଯାଇଥିବା କହିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ଆଡମିଟ୍ କାର୍ଡ, ବ୍ଲୁ ଏବଂ ବ୍ଲାକ୍ ପେନ୍, ପେନସିଲ ଓ ଜୋମେଟ୍ରି ବକ୍ସ ନେଇ ପିଲାମାନେ ପରିକ୍ଷା କେନ୍ଦ୍ରକୁ ଯିବେ । ପ୍ରଥମ ଦିନ ଘଣ୍ଟାଏ ଆଗରୁ ପିଲାମାନେ ପରିକ୍ଷା କନ୍ଦ୍ରରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ମାଟ୍ରିକ ପରୀକ୍ଷା ସହ ମଧ୍ୟମା ଓ ଓପନ ସ୍କୁଲର ପରୀକ୍ଷା ମଧ୍ୟ ଆସନ୍ତାକାଲି ସେହି ସମୟ ମଧ୍ୟରେ କରାଯିବ। ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ୨୪୭ ଜଣ ପରୀକ୍ଷାର୍ଥୀ ହାଇସ୍କୁଲ ସାଟିଫିକେଟ ପରୀକ୍ଷା ପାଇଁ ଫର୍ମ ପିଲଫ କରିଥିବା ବେଳେ ୩୨୧୮ଟି କେନ୍ଦ୍ରରେ ହେବ ପରୀକ୍ଷା। ଏଥିପାଇଁ ୩୧୬ ଟି ନୋଡାଲ ସେଣ୍ଟର କରିଛି ବୋର୍ଡ। ମାଓ ଅଧୁଷିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି। କନ୍ଧମାଳରେ ୭ ଟି, କୋରାପୁଟରେ ୫ ଓ ମାଲକାନାଗିରିରେ ୧୦ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି। ତେବେ ସ୍କୁଲର ୧୦ କିମି ଭିତରେ ସବୁ ସେଣ୍ଟର କରାଯାଇଛି ବୋଲି ବୋର୍ଡ଼ ପକ୍ଷରୁ କୁହାଯାଇଛି।

ସେହିଭଳି ମଧମା ପାଇଁ ୨୯୧୪ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୧୦୮ ଟି କେନ୍ଦ୍ରରେ ପରୀକ୍ଷା ଦେବାକୁ ବ୍ୟବସ୍ଥା ହୋଇଛି। ଓପନ ସ୍କୁଲ ପରୀକ୍ଷାରେ ୭୧୮୧ ପରୀକ୍ଷାର୍ଥୀ ୧୪୬ଟି ସେଣ୍ଟରରେ ପରୀକ୍ଷା ଦେବେ। ସମେଟିଭ ୧ ରେ ପରୀକ୍ଷା କେନ୍ଦ୍ର ଯେଉଁଠି ଥିଲା ସମେଟିଭ ୨ ପରୀକ୍ଷା ସେହି କେନ୍ଦ୍ରରେ ହେବ।

Leave A Reply

Your email address will not be published.