ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ପୁରୀରେ ଜଳୁଛି ମାର୍କେଟ କମ୍ପ୍ଲେକ୍ସ

0

ପୁରୀ; ପୁରୀରେ ଜଳୁଛି ମାର୍କେଟ କମ୍ପ୍ଲେକ୍ସ। ଅଣାୟତ ହେଉଛି ନିଆଁ । ରାତି ସାରା ପ୍ରଚେଷ୍ଟା ସତ୍ୱେ ନିଆଁ ଲିଭିପାରୁନି। ପ୍ରଥମ ଓ ଦ୍ୱିତୀୟ ମହଲାକୁ ବ୍ୟାପିଲା ନିଆଁ । ପ୍ରଥମ ମହଲାରେ ରହିଛି ବ୍ୟାଙ୍କ ଓ ଲୁଗା ଦୋକାନ। ୧୫ ଘଣ୍ଟାରୁ ଅଧିକ ସମୟ ହେବ ଅଗ୍ନିଶମବାହିନୀ ଏବଂ ଓଡ୍ରାଫ ଟିମ ଆୟତ୍ତ କରୁଛନ୍ତି । ଘଟଣାସ୍ଥଳରେ ପହଞ୍ଚି ମନ୍ତ୍ରୀ ଓ ଅଗ୍ନିଶମ ଡିଜି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେପଟେ, ପଛପଟ କାନ୍ଥ ଭଙ୍ଗା ଯାଇ ଭିତରକୁ ପଶିବାକୁ ଅଗ୍ନିଶମ କର୍ମଚାରୀ ଉଦ୍ୟମ କରୁଛନ୍ତି । ମାର୍କେଟ୍ କମ୍ପେ୍ଲକ୍ସର ନିଆଁକୁ ଆୟତ୍ତ କରିବାକୁ ପଛପଟୁ ଭଙ୍ଗାଯାଉଛି କାନ୍ଥ । ଅତିଶୀଘ୍ର ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଲାଇଛନ୍ତି ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍ ଟିମ୍।

ଗତକାଲି ରାତି ତମାମ ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଲିଭାଇବା ପାଇଁ ଉଦ୍ୟମ କରାଯାଇଥିଲା । ହେଲେ ୧୨ ଘଣ୍ଟାରୁ ଅଧିକ ସମୟ ବିତିବା ପରେ ବି ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇପାରିନାହିଁ । ଏବେ ପୁରା ପରିବେଶ ଧୂଆଁମୟ ହୋଇ ରହିଛି । ପ୍ଲାଷ୍ଟିକ ପାଇପ୍ ବ୍ୟବହାର ହୋଇଥିବାରୁ ନିଆଁ ଦୋକାନରୁ ଦୋକାନ ବ୍ୟାପୁଛି । ତାତି ଅଧିକ ଥିବାରୁ ଭିତରକୁ ଅଗ୍ନିଶମ ଅଧିକାରୀ ଯାଇ ପାରୁ ନହାନ୍ତି ।

ସବୁଠାରୁ ବଡ କଥା ହେଉଛି ଅଣଓସାରିଆ ପ୍ରବେଶ ପଥ ବାଧକ ସୃଷ୍ଟି କରୁଛି ବୋଲି ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ ଦାଶ କହିଛନ୍ତି । ନିଆଁ ବ୍ୟାପିବା ଆଶଙ୍କା ଥିବାରୁ ଆଖପାଖ ଦୋକାନ ଖାଲି କରାଯାଇଛି । ସୁରକ୍ଷା ପାଇଁ ଘଟଣାସ୍ଥଳରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ସେପଟେ ଶ୍ରୀମନ୍ଦିର ଯିବାକୁ ଶ୍ରଦ୍ଧାଳୁଙ୍କ ପାଇଁ ରାସ୍ତା ପରିବର୍ତ୍ତନ କରାଯାଇଥିବା ସୂଚନା ଦେଇଛନ୍ତି ଏସପି । ଘଟଣାରେ ଅଚେତ ଅବସ୍ଥାରେ ଦୁଇ ଜଣଙ୍କ ସମେତ ଅନେକ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି । ମାର୍କେଟ୍ କମ୍ପ୍ଲେକ୍ସ ରେ ଥିବା ପ୍ରଥମ ମହଲାର ଏକ ଦୋକାନରୁ ନିଆଁ ଲାଗିଯାଇଥିଲା । ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି ।

ଉଲ୍ଲେଖଯୋଗ୍ୟ, ଗତକାଲି ରାତିରେ ପୁରୀ ବଡଦାଣ୍ଡ ମରିଚକୋଟ ଛକ ନିକଟରେ ମାର୍କେଟ କଂମ୍ପେ୍କସ ଓ ସମ୍ରାଟ ହୋଟେଲରେ ନିଆଁ ଲାଗି ଏଭଳି ଭୟାନକ ପରିସ୍ଥିତି ସୃଷ୍ଟି ହୋଇଛି।

Leave A Reply

Your email address will not be published.