ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ସୁନ୍ଦରଗଡରେ ବିକାଶ କାର୍ଯ୍ୟର ଅନୁଧ୍ୟାନ କଲେ ୫-ଟି ସଚିବ

0

ଭୁବନେଶ୍ୱର: ସୁନ୍ଦରଗଡ଼ରେ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ଦିନ ତମାମ ବିକାଶ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ସକାଳୁ ସଞ୍ଜ ଯାଏ ବିଶ୍ରାମ ନନେଇ ଗୋଟିଏ ବ୍ଲକରୁ ଆଉ ଗୋଟିଏ ବ୍ଲକ ବୁଲିବୁଲି ସମସ୍ୟା ଶୁଣିବା ସହ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି ଫାଇଭ-ଟି ସଚିବ । ପ୍ରଥମେ ଗୁରୁଣ୍ଡିଆ ବ୍ଲକ ସରକାରୀ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟ ଓ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯାଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ଫାଇଭ-ଟି ସଚିବ ।

ସମସ୍ୟା ବୁଝିବା ସହ ପିଲାମାନଙ୍କୁ ଦେଇଥିଲେ ସମାଧାନ ପ୍ରତିଶ୍ରୁତି । ପରେ ବଣାଇ ବ୍ଲକ ତୁମକେଲାରେ ବିଜୁ ସେତୁ ନିର୍ମାଣର ଅନୁଧ୍ୟାନ କରି ବାଣେଶ୍ବର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ହକି ତାଲିମ କେନ୍ଦ୍ର ପରିଦର୍ଶନ କରି ଖେଳାଳିଙ୍କ ସହ ଆଲୋଚନା କରିଥିଲେ ଫାଇଭ-ଟି ସଚିବ। ପରେ ମିଶନ ଶକ୍ତି କାଫେ ଗସ୍ତ କରିଥିଲେ ଫାଇଭ-ଟି ସଚିବ । କାଫେରେ ମାଆଙ୍କ ହାତରନ୍ଧା ଖାଇ ସେମାନଙ୍କୁ ପ୍ରଶଂସା କରିଥିଲେ । ଖାଦ୍ୟର ଉଚିତ ଦାମ ଦେବା ସହିତ ମହିଳାଙ୍କ ସହ ଫଟୋ ଉଠାଇ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ସେଠାରୁ ବଣାଇ ଉପଖଣ୍ଡ ଚିକିତ୍ସାଳୟ ଯାଇ ସ୍ବାସ୍ଥ୍ୟସେବାର ସମୀକ୍ଷା କରିଥିଲେ ଫାଇଭ-ଟି ସଚିବ ।

ପରେ ବଇଦପାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଗସ୍ତ କରି ସ୍ମାର୍ଟ କ୍ଲାସ ରୁମରେ ପିଲାମାନଙ୍କ ସହ କଥା ହୋଇଥିଲେ । କୋଇଡ଼ା ବ୍ଲକର ଗୋପବନ୍ଧୁ ହାଇସ୍କୁଲ, ଡିଗ୍ରୀ କଲେଜ ଓ ଆଇଟିଆଇରେ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିବା ପରେ ବିରମିତ୍ରପୁର ଯାଇ ନୂଆ ବସଷ୍ଟାଣ୍ଡ, ଇଣ୍ଡୋର ଷ୍ଟାଡିୟମ କାର୍ଯ୍ୟର ସମୀକ୍ଷା କରିଥିଲେ ଫାଇଭ-ଟି ସଚିବ । ଚମ୍ପୁ ତଲାବର ସୌନ୍ଦର୍ଯ୍ୟକରଣର ଅନୁଧ୍ୟାନ କରି ଏସଏଚଜି ଦ୍ବାରା ପରିଚାଳିତ ଆହାର କେନ୍ଦ୍ର ପରିଦର୍ଶନ କରିଥିଲେ ପାଣ୍ଡିଆନ । ପରେ ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସହ କିଛି ସମୟ ବିତାଇଥିଲେ ।

ଶେଷରେ ରାଉରକେଲା ମହାନଗର ନିଗମରେ ପହଞ୍ଚି ଜିଲ୍ଲାର ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଓ ସଂଗଠନ ସହିତ ସମସ୍ୟା ସମ୍ପର୍କରେ ଆଲୋଚନା କରି ସମାଧାନର ପ୍ରତିଶ୍ରୁତି ଦେଇଥିଲେ ଫାଇଭ ଟି ସଚିବ ।ଆଜି ରାଉରକେଲାରେ ବିଭିନ୍ନ ବ୍ଲକ ଗସ୍ତ କରିବା ପରେ ହକି ତାଲିମ କେନ୍ଦ୍ର ପରିଦର୍ଶନ କରି ଖେଳାଳିଙ୍କ ସହ ଆଲୋଚନା କରିଛନ୍ତି ୫-ଟି ସଚିବ

Leave A Reply

Your email address will not be published.